ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ବିଜେପିର ମହାମିଶ୍ରଣ ପର୍ବ: ପଦ୍ମ ଧରିଲେ ପ୍ରେମାନନ୍ଦ ନାୟକ, ରାଜେନ୍ଦ୍ର ଦାସ ଓ ନରେନ୍ ପଲେଇ

ଭୁବନେଶ୍ୱର ୦୪/୦୩: ବିଜେପିର ମହାମିଶ୍ରଣ ପର୍ବ। ପଦ୍ମ ଧରିଲେ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ, ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଏବଂ ଭଦ୍ରକର ପୂର୍ବତନ କଂଗ୍ରେସ ବିଧାୟକ ନରେନ୍ ପଲେଇ। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଦଳର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତରେ ଦଳରେ ସାମିଲ ହୋଇଛନ୍ତି। 

୨୦୧୪ରେ ଟିକଟ୍‌ରୁ ବଞ୍ଚିତ ହେବା ପରେ ମଧ୍ୟ  ପ୍ରେମାନନ୍ଦ ବିଜେଡିରେ ରହିଥିଲେ । ୨୦୧୯ରେ  ବିଜେଡି ସୁପ୍ରିମୋ ପ୍ରେମାନନ୍ଦଙ୍କ ଉପରେ ଆସ୍ଥା ରଖି ପୁଣି ଦଳୀୟ ପ୍ରାର୍ଥୀ କରିଥିଲେ । ୬ ହଜାର ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥୀ ଧର୍ନୁଜୟ ସିଦ୍ଧୁଙ୍କୁ ପରାସ୍ତ କରି ବିଜୟୀ ହୋଇଥିଲେ । ବିଧାୟକ ହେବା ପରେ ନବୀନ ପଟ୍ଟନାୟକଙ୍କ  ୫ମ ପାଳିରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଭାବେ ପ୍ରେମାନନ୍ଦ ଦାୟିତ୍ୱ ତୁଲାଇଥିଲେ । ପ୍ରେମାନନ୍ଦଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଧର୍ନୁଜୟ ସିଦ୍ଧୁ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେପି ଛାଡି  ବିଜେଡିରେ ଯୋଗ ଦେବା ପରେ ତେଲକୋଇ  ନିର୍ବାଚନ ମଣ୍ଡଳୀରେ ସମାନ୍ତରାଳ ସଙ୍ଗଠନ  ଆରମ୍ଭ ହୋଇଯାଇଥିଲା । ପ୍ରେମାନନ୍ଦ ଦଳୀୟ  କାର୍ଯ୍ୟକ୍ରମରୁ ଦୂରେଇ ରହିଥିଲେ । ଅକ୍ଟୋବର ୧୨  ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଇସ୍ତଫାପତ୍ର  ପଠାଇଥିଲେ । ଏଥର ଧର୍ନୁଜୟ ବିଜେଡିରୁ  ଲଢ଼ିବା ପାଇଁ ଲବିରେ ରହିଥିବା ବେଳେ ପ୍ରେମାନନ୍ଦ ବିଜେପିରୁ ଲଢିଲେ ପୁଣି ଦୁଇ  ପ୍ରତିନ୍ଦ୍ୱନ୍ଦ୍ୱୀ ମୁହାଁମୁହିଁ ହେବେ । 

ସେହିପରି ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଗତଉପ ନିର୍ବାଚନରେ ବିଜେଡି ଟିକେଟ ନ ଦେବାରୁ ବିଦ୍ରୋହୀ ପ୍ରାର୍ଥୀ ହୋଇଥିଲେ। ପରେ ବିଜେଡି ତାଙ୍କୁ ଦଳରୁ ବହି ବହିଷ୍କୃତ କରିଥିଲା। ଅନ୍ୟପଟେ ଭଦ୍ରକର ପୂର୍ବତନ ବିଧାୟକ ନରେନ ପଲେଇ ୨୦୦୪ ରୁ ୨୦୦୯ କଂଗ୍ରେସ ଟିକେଟରେ ବିଧାୟକ ହୋଇଥିଲେ। ୨୦୧୯ ରେ କଂଗ୍ରେସ ତାଙ୍କୁ ଟିକେଟ ନ ଦେବାରୁ ଅସନ୍ତୁଷ୍ଟ ଥିଲେ ନରେନ। ତେବେ ଗତକାଲି କଂଗ୍ରେସ ଛାଡ଼ି ଆଜି ବିଜେପିରେ ମିଶିଛନ୍ତି। ୨୦୨୪ ରେ ନରେନ ଭଦ୍ରକରୁ ବିଧାୟକ ଆଶାୟୀ ରହିଛନ୍ତି


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.