ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଗାଈକୁ ଘୋଷାଡ଼ି ଖାଇଲା ଅଜଣା ଜନ୍ତୁ, ବାଘ ଆତଙ୍କ !

ରାୟଗଡ଼, ୧୮/୧୦ : ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ମହେନ୍ଦ୍ରଗିରି ବନାଞ୍ଚଳରେ ବାଘ ଆତଙ୍କ। ଗଣ୍ଡାହାତୀ ପଞ୍ଚାୟତର ସନ୍ତୋଷପୁର ଗ୍ରାମର ନୃସିଂହ ନାୟକଙ୍କ ଗୁହାଳରେ ବନ୍ଧା ହୋଇଥିବା ଗାଈକୁ ରାତିରେ କେହି ଅଜଣା ଜନ୍ତୁ ଘୋଷଡ଼ି ନେଇଛି। ବୁଧବାର ସକାଳୁ ପାଖ ଜଙ୍ଗଲରୁ ଗାଈର ମୃତଦେହ ଉଦ୍ଧାର ହୋଇଛି। ନିକଟରେ ଏକ ଜନ୍ତୁର ପାଦ ଚିହ୍ନ ପଡ଼ିଛି। ଏହା ବାଘର ପାଦ ଚିହ୍ନ ହୋଇଥିବା ଆଶଙ୍କା କରି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। 

ବାଘ ଗାଁରେ ପଶି ଗାଈ ଖାଇ ଦେଇଥିବା ଖବର ପ୍ରଚାରିତ ହେବା ପରେ ଅଞ୍ଚଳବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ଖବର ପାଇ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ବେଳେ ତାହା ବାଘ ନା କୌଣସି ଅଜଣା ଜନ୍ତୁ ତାହା ଚିହ୍ନଟ ହେଲେ ସ୍ପଷ୍ଟ ଜଣାପଡିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ତୁରନ୍ତ ବନ ବିଭାଗ ଅଜଣା ଜନ୍ତୁକୁ ଚିହ୍ନଟ କରି ନୃସିଂହଙ୍କୁ କ୍ଷତିପୂରଣ ଦେବାକୁ ଏବଂ ଜନ୍ତୁକୁ ଘଉଡ଼ାଇବା ସହ ଅନ୍ୟ ଗୃହପାଳିତ ପଶୁଙ୍କୁ ସୁରକ୍ଷା ଦେବାପାଇଁ ସାଧାରଣରେ ଦାବି ହୋଇଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.