ପ୍ରମୁଖ ଖବର
  • ରାଜକୋଟ: ଶେଷ ଦିନିକିଆରେ ଅଷ୍ଟ୍ରେଲିଆ ବିଜୟୀ, ୨-୧ରେ ସିରିଜ୍‌ ଜିତିଲା ଭାରତ
  • ||
  • ନାରାୟଣପାଟଣା : କେସେଲା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ମୃତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ନବୀକରଣ ମାମଲାର ସିବିଆଇ ତଦନ୍ତ ପାଇଁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ
  • ||
  • ରାଜକୋଟ: ରନ୍‌ ବର୍ଷା କଲା ଅଷ୍ଟ୍ରେଲିଆ ଟିମ୍‌, ଭାରତ ଆଗରେ ୩୫୩ ରନ୍‌ର ବିଜୟ ଲକ୍ଷ୍ୟ
  • ||
  • ଇମ୍ଫାଲ୍: ମଣିପୁର ପୁଣି ଅଶାନ୍ତ, ରାଜ୍ୟର ୧୯ ଥାନାକୁ ଛାଡ଼ି ସବୁ ଅଶାନ୍ତ ଅଞ୍ଚଳ ଘୋଷଣା, ଇଣ୍ଟରନେଟ୍ ବନ୍ଦ
  • ||
  • ଇରାକ: ବିବାହ ଉତ୍ସବରେ ଭୟାବହ ଅଗ୍ନିକାଣ୍ଡ, ବର-କନ୍ୟାଙ୍କ ସମେତ ଜଳିଗଲେ ୧୦୦ ଲୋକ
  • ||
  • ଚନ୍ଦାହାଣ୍ଡି : ଘାଟିରେ ଓଲଟିଲା ସ୍କୁଲ୍ ବସ୍, ପିଇଟି ଶିକ୍ଷକ ମୃତ, ୨୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଆହତ
  • ||
  • ମାଲକାନଗିରି : ଅକ୍ଟୋବର ୨ରେ ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ, ଲକ୍ଷ୍ମୀ ବସ୍ ଯୋଜନାର କରିବେ ଶୁଭାରମ୍ଭ
  • ||

ସାଂସଦ ନୁସରତ ଜହାନଙ୍କୁ EDର ନୋଟିସ୍, ଟିଏମସି କହିଲା ନିର୍ବାଚନ ଆସିଲେ ବିଜେପି ପ୍ରତିଶୋଧ ରାଜନୀତି କରେ...

ନୂଆଦିଲ୍ଲୀ: ବୃଦ୍ଧାଙ୍କ ସହ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଟିଏମସି ସାଂସଦ ତଥା ଅଭିନେତ୍ରୀ ନୁସରତ ଜହାନଙ୍କୁ ଆସନ୍ତା ସପ୍ତାହରେ ପଚରାଉଚରା ପାଇଁ ସମନ ଜାରି କରିଛି । ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ, ସୂତ୍ରରୁ ପ୍ରକାଶ ଯେ ସେପ୍ଟେମ୍ବର ୧୨ ରେ ନୁସରତ ଜହାନଙ୍କୁ ଇଡିରେ ହାଜର ହେବାକୁ କୁହାଯାଇଛି । ଯାଞ୍ଚ୍ ଏଜେନ୍‌ସି ତାଙ୍କ ବିବୃତ୍ତି ରେକର୍ଡ କରିବ ।

 ଏହି ମାମଲା କୋଲକାତାର ପୂର୍ବ ଭାଗରେ ଥିବା ନିଉଟାଉନ୍ ଅଞ୍ଚଳରେ ଫ୍ଲାଟ ଦେବା ନାମରେ ବୃଦ୍ଧଙ୍କୁ ଠକିଥିବା ଅଭିଯୋଗରେ ରହିଛି। ନିକଟରେ ବୃଦ୍ଧ ବ୍ୟକ୍ତିଙ୍କ ଏକ ଗୋଷ୍ଠୀ ଅଭିଯୋଗ କରିଥିଲେ ଯେ, ଏକ ରିଏଲ୍ ଇଷ୍ଟେଟ୍ କମ୍ପାନୀ ନ୍ୟୁ ଟାଉନ୍ ଅଞ୍ଚଳରେ ଫ୍ଲାଟ ଦେବାକୁ କହି ସେମାନଙ୍କୁ ଠକେଇ କରିଛି । ଇଡି ଏହି ଅଭିଯୋଗର ଯାଞ୍ଚ କରୁଛି । 

 ଗତ ମାସରେ ଏକ ସାମ୍ବାଦିକ ସମ୍ମିଳନୀରେ ନୁସରତ ଜହାନ କୌଣସି ଠକେଇ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗକୁ ଖଣ୍ଡନ କରିଥିଲେ । ଏହାକୁ ନେଇ କହିଥିଲେ ଯେ, ସେ ମାର୍ଚ୍ଚ ୨୦୧୭ ରେ କମ୍ପାନୀର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଛନ୍ତି । ସାଂସଦ କହିଥିଲେ ଯେ ସେମାନେ କମ୍ପାନୀ ଠାରୁ ଋଣ ନେଇଛନ୍ତି, ଯାହା ସେ ମେ ୨୦୧୭ ରେ ସୁଧରେ ପରିଶୋଧ କରିଥିଲେ । ତେବେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ନୁସରତ ଜହାନ କହିଛନ୍ତି ଯେ ସେ ଏହି ଘଟଣାରେ ଯାଂଚ ଏଜେନ୍‌ସିକୁ ସହଯୋଗ କରିବେ । 

 ନୁସରତ ଜହାନଙ୍କ ନିକଟକୁ ପଠାଯାଇଥିବା ଇଡି ସମନକୁ ସମାଲୋଚନା କରି ଟିଏମସି କହିଛି ଯେ, ଲୋକସଭା ନିର୍ବାଚନ ୨୦୨୪ ପୂର୍ବରୁ ଏହା ହେଉଛି ବିଜେପିର ପ୍ରତିଶୋଧ ରାଜନୀତି । ଟିଏମସି ନେତା ତଥା ରାଜ୍ୟ ସଂସଦୀୟ ବ୍ୟାପାର ମନ୍ତ୍ରୀ ସୋଭନଦେବ ଚଟୋପାଧ୍ୟାୟ କହିଛନ୍ତି ଯେ ନିର୍ବାଚନ ପୂର୍ବରୁ ଆମ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିବାକୁ ଏହି ପ୍ରୟାସ କରାଯାଉଛି ।

 ଏଥି ସହିତ ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳର ନେତା ସୁଭେନ୍ଦୁ ଅଧିକାରୀ ପ୍ରତିଶୋଧ ରାଜନୀତିର ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି । ସେ କହିଛନ୍ତି ଯେ ଯେତେବେଳେ ବି ଇଡି କିମ୍ବା ସିବିଆଇ ଟିଏମସି ନେତା ମାନଙ୍କୁ ପଚରାଉଚରା ପାଇଁ ଡାକନ୍ତି, ସେମାନେ ପ୍ରତିଶୋଧ ରାଜନୀତି ବିଷୟରେ କଥାବାର୍ତ୍ତା କରନ୍ତି । 

 


Copyright © 2022 - Summa Real Media Private Limited. All Rights Reserved.