ପ୍ରମୁଖ ଖବର
  • ରାଜକୋଟ: ଶେଷ ଦିନିକିଆରେ ଅଷ୍ଟ୍ରେଲିଆ ବିଜୟୀ, ୨-୧ରେ ସିରିଜ୍‌ ଜିତିଲା ଭାରତ
  • ||
  • ନାରାୟଣପାଟଣା : କେସେଲା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ମୃତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ନବୀକରଣ ମାମଲାର ସିବିଆଇ ତଦନ୍ତ ପାଇଁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ
  • ||
  • ରାଜକୋଟ: ରନ୍‌ ବର୍ଷା କଲା ଅଷ୍ଟ୍ରେଲିଆ ଟିମ୍‌, ଭାରତ ଆଗରେ ୩୫୩ ରନ୍‌ର ବିଜୟ ଲକ୍ଷ୍ୟ
  • ||
  • ଇମ୍ଫାଲ୍: ମଣିପୁର ପୁଣି ଅଶାନ୍ତ, ରାଜ୍ୟର ୧୯ ଥାନାକୁ ଛାଡ଼ି ସବୁ ଅଶାନ୍ତ ଅଞ୍ଚଳ ଘୋଷଣା, ଇଣ୍ଟରନେଟ୍ ବନ୍ଦ
  • ||
  • ଇରାକ: ବିବାହ ଉତ୍ସବରେ ଭୟାବହ ଅଗ୍ନିକାଣ୍ଡ, ବର-କନ୍ୟାଙ୍କ ସମେତ ଜଳିଗଲେ ୧୦୦ ଲୋକ
  • ||
  • ଚନ୍ଦାହାଣ୍ଡି : ଘାଟିରେ ଓଲଟିଲା ସ୍କୁଲ୍ ବସ୍, ପିଇଟି ଶିକ୍ଷକ ମୃତ, ୨୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଆହତ
  • ||
  • ମାଲକାନଗିରି : ଅକ୍ଟୋବର ୨ରେ ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ, ଲକ୍ଷ୍ମୀ ବସ୍ ଯୋଜନାର କରିବେ ଶୁଭାରମ୍ଭ
  • ||

ଆଜି ଭାରତ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି, ୮ରେ ମୋଦି-ବାଇଡେନ ଆଲୋଚନା

ୱାଶିଂଟନ,୦୭/୦୯: ଗୁରୁବାରଠାରୁ ୪ ଦିନିଆ ଭାରତ  ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି  ଜୋ ବାଇଡେନ୍‌ । ନୂଆଦିଲ୍ଲୀରେ ହେବାକୁ ଥିବା  ଜି-୨୦ ଶିଖର ସମ୍ମିଳନୀରେ ସେ ଯୋଗଦେବେ। ଏହି ସମ୍ମିଳନୀ ୯ ଓ ୧୦ ଦୁଇଦିନ ଧରି ଅନୁଷ୍ଠିତ  ହେବ । ଏଥିରେ ଜି-୨୦ ସମେତ ୪୦ ରାଷ୍ଟ୍ରର  ପ୍ରତିନିଧି ସାମିଲ ହେବେ। ତେବେ ଚୀନ୍‌ ରାଷ୍ଟ୍ରପତି  ସି ଜିନ୍‌ପିଙ୍ଗ୍‌ ସମ୍ମିଳନୀରେ ଯୋଗଦେବେ ନାହିଁ  ଏବଂ ତାଙ୍କ ପରିବର୍ତ୍ତେ ପ୍ରଧାନମନ୍ତ୍ରୀ ଲି କିଆଙ୍ଗ୍‌  ଭାରତ ଆସିବେ।  

୮୦ ବର୍ଷୀୟ ବାଇଡେନ୍‌ଙ୍କ ପତ୍ନୀ ଜିଲ୍‌  ବାଇଡେନ୍‌ (୭୨) ମଙ୍ଗଳବାର କୋଭିଡ୍‌  ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ଏହାପରେ  ସେ ନିଜ ଡେଲାୱେରସ୍ଥିତ ବାସଭବନରେ  ସଙ୍ଗରୋଧରେ ରହିଥିଲେ । ଏହି ରିପୋର୍ଟ  ଆସିବା ପରେ ରାଷ୍ଟ୍ରପତି ବାଇଡେନ୍‌ଙ୍କ ଭାରତ  ଗସ୍ତ ନେଇ ଆଶଙ୍କା ଉପୁଜିଥିଲା । ବର୍ତ୍ତମାନ ତାଙ୍କ  କୋଭିଡ ରିପୋର୍ଟ ନେଗେଟିଭ୍‌ ଆସିଥିବା ହ୍ୱାଇଟ୍‌  ହାଉସ୍‌ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଫଳରେ ବାଇଡେନ୍‌ଙ୍କ ଭାରତ ଗସ୍ତ ପକ୍କା ହୋଇଯାଇଛି । 

ହ୍ୱାଇଟ୍‌ ହାଉସ୍‌ରେ ଏକ ସାମ୍ବାଦିକ  ସମ୍ମିଳନୀରେ ଜାତୀୟ ସୁରକ୍ଷା ଉପଦେଷ୍ଟା ଜେକ୍‌  ସୁଲିଭାନ୍‌ କହିଛନ୍ତି, ରାଷ୍ଟ୍ରପତି ବାଇଡେନ୍‌ ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ  ଗୁରୁବାର ନୂଆଦିଲ୍ଲୀ ଗସ୍ତ କରିବେ । ଶୁକ୍ରବାର  ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏକ ଦ୍ୱିପାକ୍ଷିକ ବୈଠକରେ ଅଂଶଗ୍ରହଣ କରିବେ ।  ଶନିବାର ଓ ରବିବାର ଦୁଇଦିନ ଧରି ହେବାକୁ  ଥିବା ଜି-୨୦ ସମ୍ମିଳନୀରେ ସେ ସାମିଲ ହେବେ ।  ବିକାଶଶୀଳ ବଜାର ସହଯୋଗୀଙ୍କ ସହ ମିଳିତ  ଭାବେ କାର୍ଯ୍ୟ କରି ବଡ଼ ସଫଳତା ଆଣିଦେବା  ଲକ୍ଷ୍ୟରେ ରାଷ୍ଟ୍ରପତି ଜି-୨୦ ସମ୍ମିଳନୀରେ  ଯୋଗଦେବେ ବୋଲି ସୁଲିଭାନ୍‌ ଦର୍ଶାଇଛନ୍ତି । 

ସୁଲିଭାନ୍‌ ଆହୁରି କହିଛନ୍ତି, ଜି-୨୦ ପ୍ରତି  ଆମେରିକାର ଥିବା ପ୍ରତିଶ୍ରୁତିବଦ୍ଧତା ଅକ୍ଷୁଣ୍ଣ  ରହିଛି ଏବଂ ଆମେ ଆଶା କରୁଛୁ ଏହି ଜି-୨୦ ସମ୍ମିଳନୀ ଦେଖାଇଦେବ ଯେ ବିଶ୍ୱର ପ୍ରମୁଖ  ଅର୍ଥନୀତିଗୁଡ଼ିକ ଆହ୍ୱାନମୂଳକ ସମୟରେ ବି  ଏକାଠି ହୋଇ କାର୍ଯ୍ୟ କରିବା ଉଚିତ । ଜି-୨୦ ସମ୍ମିଳନୀରେ ଆମେରିକାର ଫୋକସ୍‌ ବିକାଶଶୀଳ  ଦେଶଗୁଡ଼ିକର ଅଭିବୃଦ୍ଧି ଉପରେ କେନ୍ଦ୍ରିତ ହେବ ।  ଏଥିସହ ଜଳବାୟୁ, ପ୍ରଯୁକ୍ତି ଭଳି ପ୍ରସଙ୍ଗରେ  ଗୁରୁତ୍ୱ ଦିଆଯିବ । ଏହା ପୂର୍ବରୁ ହ୍ୱାଇଟ୍‌ ହାଉସ୍‌  ପ୍ରେସ୍‌ ସଚିବ କେରାଇନ୍‌ ଜିନ୍‌ ପିଅର୍‌ କହିଥିଲେ  କି ବାଇଡେନ୍‌ଙ୍କ ଗସ୍ତ କାର୍ଯ୍ୟକ୍ରମ ଅପରିବର୍ତ୍ତିତ  ରହିବ ଏବଂ ଭାରତ ଗସ୍ତ ପୂର୍ବରୁ ରାଷ୍ଟ୍ରପତିଙ୍କର ନିୟମିତ ପରୀକ୍ଷା କରାଯିବ । ତାଙ୍କଠାରେ କୌଣସି  ଲକ୍ଷଣ ନ ଥିବାରୁ କରୋନା ରିପୋର୍ଟ ନେଗେଟିଭ୍‌  ଆସିପାରେ । ତେବେ ଏହା ନେଗେଟିଭ୍‌ ଆସିଥିବା  ନେଇ ଆଜି ହ୍ୱାଇଟ୍‌ ହାଉସ୍‌ ସ୍ପଷ୍ଟ କରିଦେଇଛି।

Copyright © 2022 - Summa Real Media Private Limited. All Rights Reserved.