ପ୍ରମୂଖ ଖବର
  • ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ: କହିଲେ ଓଡ଼ିଶା ସହ ବଢିବ ସମ୍ପର୍କ, ବଢିବ ପୁଞ୍ଜି ନିବେଶ
  • ||
  • ଶ୍ରୀମନ୍ଦିରରେ ଲାଗୁ ହେଲା ୫ ସୂତ୍ରୀ ମାର୍ଗଦର୍ଶିକା, ଡିଜିଟାଇଜେସନ୍‌ ହେବ ସମସ୍ତ ଫାଇଲ୍‌ ଏବଂ ରେକର୍ଡ
  • ||
  • ଅଲକାଦିର ଟ୍ରଷ୍ଟ ଭ୍ରଷ୍ଟାଚାର ମାମଲା : ଇମରାନଙ୍କୁ ୧୪ ଏବଂ ପତ୍ନୀଙ୍କୁ ୭ ବର୍ଷ ଜେଲ୍‌ଦଣ୍ଡ
  • ||
  • ଶିମିଳିପାଳ ଜଗିବେ ୧ ପ୍ଳାଟୁନ୍‌ ପୁଲିସ, ଶିକାରୀ ପ୍ରବଣ ଗ୍ରାମରେ ହେବ ପାଟ୍ରୋଲିଂ
  • ||
  • କଟକ : ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା ରୁଜୁ
  • ||
  • ଭୁବନେଶ୍ୱର : ଭଙ୍ଗାହେଲା ବୈକୁଣ୍ଠ ଧାମ, ଆଶ୍ରମ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା
  • ||
  • ରାୟଗଡ଼ା : ଧୁମାଗୁଡ଼ା ଗାଁରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଶନିବାର ଦିନିକିଆ ରାୟଗଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ସମ୍ୱଲପୁର : ନବଦାସଙ୍କ ଭାଇଙ୍କ ଘରେ ବଡ଼ ଧରଣର ରେଡ୍‌, ତନାଘନା କରୁଛି ଆୟକର ଟିମ୍‌
  • ||
  • ଗଞ୍ଜାମ : କେନାଲରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କ ବଢିଲା ପାରିଶ୍ରମିକ, ଏବେ ମିଳିବ ୧୬ ହଜାର
  • ||
  • ଚାନ୍ଦବାଲି : ଗ୍ରାହକଙ୍କ ଆକାଉଣ୍ଟରୁ ଆପେ ଆପେ ଗୋଲ୍ ହେଉଛି ଟଙ୍କା, ଚିନ୍ତାରେ ଗ୍ରାହକ
  • ||
  • ଦିଗପହଣ୍ଡି : ଦ୍ରୁତଗତିରେ ଆସି ଓଲଟିଲା କଣ୍ଟେନର: ଅଳ୍ପକେ ବର୍ତ୍ତିଲେ ଲୋକେ, ଡ୍ରାଇଭର ଗିରଫ
  • ||
  • ଜମ୍ମୁ-କାଶ୍ମୀରରେ ରହସ୍ୟମୟ ରୋଗରେ ୧୫ ଶିଶୁ ମୃତ, ତଦନ୍ତ ଲାଗି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ
  • ||
  • ରାଜଧାନୀରେ ପହଞ୍ଚିଲେ ସିଙ୍ଗାପୁର ରାଷ୍ଟ୍ରପତି,ଏୟାରପୋର୍ଟରେ ଭବ୍ୟ ସ୍ବାଗତ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ
  • ||

ଶୁକ୍ରବାରଠୁ ଯୁକ୍ତ ଦୁଇ ଖାତାଦେଖା: ଦୁଇଟି ପର୍ଯ୍ୟାୟରେ ମୂଲ୍ୟାୟନ କରିବେ ୬୫୦୦ ଅଧ୍ୟାପକ

Published By : Prameya | March 22, 2024 8:36 AM

ଭୁବନେଶ୍ୱର,୨୨/୦୩: । ଶୁକ୍ରବାରଠୁ ଯୁକ୍ତ ୨ ପରୀକ୍ଷା ଖାତା ଦେଖା ଆରମ୍ଭ ହେବ । ଏନେଇ  ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ପ୍ରସ୍ତୁତି ଶେଷ  ହୋଇଛି । ୨ଟି ପର୍ଯ୍ୟାୟରେ ମୂଲ୍ୟାୟନ  କରାଯିବ । ଉଭୟ ଅନ୍‌ଲାଇନ୍‌ ଏବଂ  ଅଫଲାଇନ୍‌ ମୋଡ୍‌ରେ ମୂଲ୍ୟାୟନ  କରାଯିବ ।  ଅଫଲାଇନ୍‌ ମୂଲ୍ୟାୟନ ପାଇଁ  ୬୯ ଜୋନ୍‌ କରାଯାଇଛି । ସେହିପରି  ଅନ୍‌ଲାଇନ୍‌ ମୂଲ୍ୟାୟନ ପାଇଁ ୪୧  ଜୋନ୍‌ର ବ୍ୟବସ୍ଥା ହୋଇଛି । 

ଶୁକ୍ରବାରଠୁ ପ୍ରଥମ  ପର୍ଯ୍ୟାୟ ମୂଲ୍ୟାୟନ ଆରମ୍ଭ ହୋଇ ଏପ୍ରିଲ୍‌ ୨ ପର୍ଯ୍ୟନ୍ତ  ଚାଲିବ । ଦ୍ୱିତୀୟ ପର୍ଯ୍ୟାୟ ମୂଲ୍ୟାୟନ  ଏପ୍ରିଲ୍‌ ୪ରୁ ୧୫ ପର୍ଯ୍ୟନ୍ତ ହେବ ।  ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା  ଅନ୍‌ଲାଇନ୍‌ ମୂଲ୍ୟାୟନରେ ୨୮୦୦  ଶିକ୍ଷକଙ୍କୁ ନିୟୋଜିତ କରାଯାଇଛି ।  ଦ୍ୱିତୀୟ ପର୍ଯ୍ୟାୟ ଅଫଲାଇନ୍‌  ମୂଲ୍ୟାୟନରେ ମୋଟ ୩୭୦୦  ଶିକ୍ଷକଙ୍କୁ ନିୟୋଜିତ କରାଯାଇଛି ।  ଖାତା ଦେଖିବା ପାଇଁ ମୋଟ ୬୫୦୦  ଶିକ୍ଷକ ନିୟୋଜିତ କରାଯାଇଛି । ମେ ୧୫ ତାରିଖ ସୁଦ୍ଧା ପରୀକ୍ଷା ଫଳ  ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି ।  ପରୀକ୍ଷା ଖାତା ମୂଲ୍ୟାୟନ କିପରି ସୁରୁଖୁରୁରେ ହେବ ସେନେଇ ସମସ୍ତ  ପ୍ରକାରର ବ୍ୟବସ୍ଥା କରାଯାଇଛି ବୋଲି  ସିଏଚ୍‌ଏସ୍‌ଇ ପରୀକ୍ଷା ନିୟନ୍ତ୍ରକ  ଅଶୋକ କୁମାର ନାୟକ କହିଛନ୍ତି । ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ  ମୋଟ ୩ ଲକ୍ଷ ୮୬ ହଜାର ୨୫୦ ଜଣ  ପରୀକ୍ଷା ଦେଇଛନ୍ତି । ପରୀକ୍ଷାରେ କପି  କରି ରାଜ୍ୟର ବିଭିନ୍ନ ସ୍ଥାନରୁ ୬୪୯ଜଣ  ଏମ୍‌ପି ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.