ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଅନୁଗୁଳରେ ଜମିଲାଣି ନିର୍ବାଚନୀ ପ୍ରଚାର, ଆଜି ପାଳଲହଡ଼ାରେ ରୋଡ୍‌ ସୋ' କରିବେ ଭି.କେ ପାଣ୍ଡିଆନ୍‌

ଅନୁଗୁଳ,୧୩/: ଅନୁଗୁଳ ଜିଲ୍ଲାରେ ଜମିଲାଣି ନିର୍ବାଚନୀ  ପ୍ରଚାର । ହାତରେ ଆଉ ଦିନ କେଇଟା  ଥିବାରୁ ପ୍ରାର୍ଥୀମାନେ ପ୍ରଚାରରେ  ଜୀ ଜାନ୍‌ ଲଗାଇ ଦେଇଛନ୍ତି ।  ସେପଟେ ଆଜି ଜିଲ୍ଲାକୁ  ଷ୍ଟାର୍‌ ପ୍ରଚାରକ ଓ ହେଭିୱେଟ୍‌  ନେତାଙ୍କ ଆଗମନ ହେଉଛି । ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ୍‌  ଅନୁଗୁଳ  ଜିଲ୍ଲା ଗସ୍ତରେ ଆସି ଦଳୀୟ ପ୍ରାର୍ଥୀଙ୍କ  ପାଇଁ ଭୋଟ୍‌ ମାଗିବାର କାର୍ଯ୍ୟକ୍ରମ  ଅଛି ।

ସୋମବାର ଅପରାହ୍ଣରେ ପ୍ରଥମେ ପାଣ୍ଡିଆନ୍‌ ପାଳଲହଡାରେ ରୋଡ୍‌ ସୋ’ କରିବେ । ପରେ ତାଳଚେରରେ  ରୋଡ୍‌ ସୋ’ କରି ବିଧାୟକ ପ୍ରାର୍ଥୀ ବ୍ରଜକିଶୋର ପ୍ରଧାନ ଓ ସାଂସଦ ପ୍ରାର୍ଥୀ ଡା. ଅବିନାଶ  ସାମଲଙ୍କ ପାଇଁ ଭୋଟ୍‌ ମାଗିବେ । ସନ୍ଧ୍ୟାରେ ଅନୁଗୁଳ ସହରରେ ମଧ୍ୟ ରୋଡ୍‌ ସୋ’  କାର୍ଯ୍ୟକ୍ରମ ରହିଛି । ହୋଟେଲ୍‌ କମଲେଶଠାରୁ ଏହି ରୋଡ୍‌ ସୋ’ ଆରମ୍ଭ ହେବ । ନୂଆ  ବସଷ୍ଟାଣ୍ଡ୍‌ ସାମ୍ନା ଦେଇ ରାଜ୍‌ ହୋଟେଲ୍‌ ଛକ, ସେଠାରୁ ଶିମିଳିପଡା, ଅମଲାପଡ଼ା, ବାଳିକା  ହାଇସ୍କୁଲ ସାମ୍ନା ଦେଇ ପୁରୁଣା ବସଷ୍ଟାଣ୍ଡ୍‌ ରାଜା ଛକ ଠାରେ ପହଞ୍ଚିବେ । ସେଠାରୁ ବଜାର  ଛକ ଦେଇ ହରିମହୁରୀ ଛକ, ହୁଲୁରିସିଂହା ଛକ ହେଇ ଗାନ୍ଧିମାର୍ଗରେ ହେମସୁରପଡା  ଛକରେ ପହଞ୍ଚିବେ । ଡିଆଇସି ଛକ ଦେଇ ଜୁଭେନାଇଲ୍‌ ଛକ ଦେଇ ରାଜା ଛକ, ଥାନା  ଛକ ଦେଇ ହୋଟେଲ୍‌ କମଲେଶରେ ପହଞ୍ଚିବେ । ହୋଟେଲ କମଲେଶ୍‌ରେ ରାତ୍ରି  ରହଣି ପରେ ସକାଳେ ଶୈଳଶ୍ରୀକ୍ଷେତ୍ରରେ ପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ବୁଢ଼ୀ ଠାକୁରାଣୀ  ମନ୍ଦିରରେ ଦର୍ଶନ ସାରି ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଥିବା ବିଜେଡି ସୂତ୍ରରୁ  ସୂଚନା ମିଳିଛି । ପାଣ୍ଡିଆନ୍‌ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ନେଇ ଦଳୀୟ ପ୍ରାର୍ଥୀଙ୍କଠାରୁ  କର୍ମୀ ଯାଏଁ, ସମସ୍ତେ ଉତ୍ସାହିତ ଥିବା ବେଳେ ଦୁଇ ହେଭିୱେଟ୍‌ର ଆଗମନ ଦଳ ପାଇଁ  ଭୋଟ୍‌ ଭିଡ଼ିବାରେ ସହାୟକ ହେବ ବୋଲି କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.