ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମୁଖ୍ୟମନ୍ତ୍ରୀଙ୍କ ଶପଥ ପୂର୍ବରୁ ଭୁବନେଶ୍ଵର ମୁହାଁ ଭିଭିଆଇପି, ବିମାନ ବନ୍ଦରରେ କଡ଼ା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ଵର, ୧୧/୦୬ : ବୁଧବାର ରାଜ୍ୟରେ ଶପଥ ଗ୍ରହଣ କରିବେ ନୂଆ ମୁଖ୍ୟମନ୍ତ୍ରୀ। ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଉତ୍ସବ ପାଇଁ  ବହୁ ରାଜନେତା, ଭିଭିଆଇପି ଭୁବନେଶ୍ୱରକୁ  ମୁହାଁଇବେ। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ବାୟୁସେନାର ସ୍ୱତନ୍ତ୍ର ବିମାନ ଓ ଚାଟାର୍ଡ ଫ୍ଲାଇଟ୍‌ର ଭିଡ଼ ଲାଗିବ। ରନୱେରେ  ଅନେକ ଅଣ ନିର୍ଦ୍ଧାରିତ(ନନ୍‌ ସିଡୁଲଡ୍‌) ବିମାନ ଦୌଡ଼ିବ । ଏଥିପାଇଁ ମଙ୍ଗଳବାରଠାରୁ ଦୁଇ ଦିନ ବିମାନବନ୍ଦରକୁ ହାଇଆଲର୍ଟରେ ରଖାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନେକ କେନ୍ଦ୍ରମନ୍ତ୍ରୀ, ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଭିଭିଆଇପି ଭୁବନେଶ୍ୱରକୁ ଆସିବେ । ଅନେକ ଚାଟାର୍ଡ ଫ୍ଲାଇଟ୍‌ ରନୱେରେ ଅବତରଣ କରିବ। ଅଣନିର୍ଦ୍ଧାରିତ ବିମାନର ଉଡ଼ାଣ ଓ ଅବତରଣ ପାଇଁ ଏୟାର ଟ୍ରାଫିକ୍‌ ମ୍ୟାନେଜମେଣ୍ଟ ଓ ପାର୍କିଂ ପରିଚାଳନା ପାଇଁ ନିର୍ଦ୍ଧାରିତ ଏସ୍‌ଓପି ଅନୁସରଣ କରାଯିବ।

ସୂଚନାନୁଯାୟୀ, ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ୧୮ଟି ବିମାନ ପାର୍କିଂ ସ୍ଥଳ ରହିଛି। ପ୍ରତିଦିନ ଏଠାରୁ ୪୫ଟି ବିମାନ ଯାତାୟତ କରିଥାଏ। ଏଥିମଧ୍ୟରୁ ୮ଟି ବିମାନ ପାର୍କିଂ ସ୍ଥଳ ଭିଆଇପି ନେତାଙ୍କ ପାଇଁ ବ୍ୟବହାର କରାଯିବ। ଅନ୍ୟ ୩ଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ସଂରକ୍ଷିତ ରହିବ। ସେହିପରି କୌଣସି ପକ୍ଷୀ ବିମାନରେ ହିଟ୍ ନହେବା ପାଇଁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏୟାରପୋର୍ଟରେ ୮ରୁ ୧୦ଟି ପକ୍ଷୀ ଚେସର୍ ଟିମ୍ ନିୟୋଜିତ କରାଯାଇଛି। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.