ପ୍ରମୂଖ ଖବର
  • ଜଗତସିଂହପୁର : ବାଇକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, କନଷ୍ଟେବଲ ମୃତ
  • ||
  • ବାସୁଦେବପୁର : ରତାଙ୍ଗ ଗ୍ରାମରେ ନବ ବଧୁର ଆତ୍ମହତ୍ୟା, କାରଣ ଅସ୍ପଷ୍ଟ
  • ||
  • ମହାଷ୍ଟମୀରେ ମଣ୍ଡପ ବୁଲି ମହାମୟାଙ୍କ ଆଶିଷ ନେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ବରମୁଣ୍ଡା ବ୍ରିଜ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବିଦ୍ୟୁତ ସଂପ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା ସନ୍ଦେହ
  • ||
  • ଭୁବନେଶ୍ଵର : ଦଶହରାରେ ମୁଖ୍ୟମନ୍ତ୍ରୀଙ୍କ ଦୁର୍ଗାପୂଜା ଭେଟି, ରାଜ୍ୟବ୍ୟାପୀ ପେଣ୍ଡାଲ ଭଡ଼ା ଛାଡ଼
  • ||
  • ଖୁଣ୍ଟୁଣି ରେଞ୍ଜରେ ଦନ୍ତା ଉତ୍ପାତ, ଛେଳି ଚରାଇବାକୁ ଯାଇ ମହିଳା ମୃତ
  • ||
  • ମହାଦେବ ବେଟିଙ୍ଗ ଆପ୍‌ ମାଲିକ ସୌରଭ ଚକ୍ରଧର ଦୁବାଇରେ ଅଟକ, ସପ୍ତାହେ ଭିତରେ ଅଣାଯିବ ଭାରତ !
  • ||
  • ବ୍ରହ୍ମପୁର : ୧୫୨ ଲିଟର ବିଦେଶୀ ମଦ ଜବତ, ୨ ଗିରଫ
  • ||
  • ଆରପାରିରେ ପୋଲସରାର ପୂର୍ବତନ ବିଧାୟକ, ଶୋକ ପ୍ରାକାଶ ପଲେ ନେତୃବୃନ୍ଦ
  • ||
  • ସୁନ୍ଦରଗଡ଼ : ଲେଫ୍ରିପଡା ଓ ଟାଙ୍ଗରପାଲି ଜଙ୍ଗଲରେ ଅବକାରୀ ବିଭାଗର ଚଢାଉ, ଶହେ ଲିଟର ଦେଶୀ ମଦ ଜବତ
  • ||
  • ମା'ଙ୍କ ଆଗମନରେ ଉତ୍ସବ ମୁଖର ଭୁବନେଶ୍ୱର, ମଣ୍ଡପରେ ମହାଷ୍ଟମୀ ଏବଂ ପୀଠରେ ଚାଲିଛି ମହାନବମୀ ପୂଜା
  • ||
  • ଜଗତପୁର : ଯୁବକଙ୍କୁ ଅପହରଣ କରିବା ବେଳେ ଧରାପଡ଼ିଲେ ଦୁର୍ବୃତ୍ତ, ୧୦ ଅଟକ
  • ||
  • କଳାହାଣ୍ଡିରେ ମା' ମାଣିକେଶ୍ବରୀଙ୍କ ଛତରଯାତ୍ରା, ଲକ୍ଷାଧିକ ଭକ୍ତଙ୍କ ସମାଗମ
  • ||

ଯୁଦ୍ଧ ବିରାମ ପ୍ରସ୍ତାବକୁ ଖାରଜ କଲା ଇସ୍ରାଏଲ ; କହିଲା, ଲେବାନନରୁ ହିଜବୁଲ୍ଲାକୁ ପୂରା ନିପାତ କରିବା ହିଁ ଲକ୍ଷ୍ୟ

ତେଲ ଅଭିଭ୍‌ : ଇସ୍ରାଏଲ ଓ ଲେବାନନରେ ହିଜବୁଲ୍ଲା ମଧ୍ୟରେ ଲଢେଇ ସାଂଘାତିକ ରୂପ ନେଇଛି। ଇସ୍ରାଏଲର ଭୟଙ୍କର ହମଲାରେ ହିଜବୁଲ୍ଲାର ଅନେକ ଯୋଦ୍ଧାଙ୍କୁ ଜୀବନ ହରାଇବାକୁ ପଡ଼ିଛି। ଏବେ ଇସ୍ରାଏଲ ଆମେରିକା ସମେତ ଅନ୍ୟ ଦେଶ ଗୁଡ଼ିକ ଦେଇଥିବା  ୨୧ ଦିନର ଯୁଦ୍ଧ ବିରାମ ପ୍ରସ୍ତାବକୁ ଖାରଜ କରି କହିଛି , ଲେବାନନରୁ ହିଜବୁଲ୍ଲାକୁ  ସମୂଳେ ଶେଷ କରିବା ଅନ୍ତିମ ଲକ୍ଷ୍ୟ। ଇସ୍ରାଏଲୀୟ ଅର୍ଥମନ୍ତ୍ରୀ ବେଜେଲେଲ୍‌ ସ୍ମୋଟ୍ରିଚ୍‌ ଗୁରୁବାର କହିଛନ୍ତି ଯେ, ଲେବାନନରେ ହିଜବୁଲ୍ଲାକୁ ପୂରା ନିପାତ କରିବା ଉତ୍ତରରେ ତାର ନୂତନ ହମଲାର ଶେଷ ପରିଣାମ ହେବା ଉଚିତ୍‌। 

ସ୍ମୋଟ୍ରିଚ୍‌ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ ରେ କହିଛନ୍ତି , ଉତ୍ତରରେ ଅଭିଯାନର ଗୋଟିଏ ହିଁ ପରିଣାମ ହେବା ଉଚିତ୍ – ହିଜବୁଲ୍ଲାକୁ ନିପାତ କରିବା ଓ ଉତ୍ତରର ନିବାସୀଙ୍କୁ କ୍ଷତି ପହଞ୍ଚାଉ ଥିବା ତାର କ୍ଷମତାକୁ ଶେଷ କରିବା।

ଇସ୍ରାଏଲୀୟ ମନ୍ତ୍ରୀ ଦାବି କରିଛନ୍ତି କି, ଆମେରିକା ଓ ଏହାର ସହଯୋଗୀଙ୍କ ଦ୍ୱାରା ପ୍ରସ୍ତାବିତ ଯୁଦ୍ଧ ବିରାମରେ ହିଜବୁଲ୍ଲାକୁ ପୁନର୍ଗଠନ କରିବାର ସମୟ ମିଳିବ। ଏହା ପୂର୍ବରୁ ଲେବାନନର ପ୍ରଧାନମନ୍ତ୍ରୀ ନଜିବ ମିକାତୀ ଆଶା କରିଥିଲେ କି ଇସ୍ରାଏଲ ଓ ଇରାନ ସମର୍ଥିତ ହିଜବୁଲ୍ଲା ମଧ୍ୟରେ ଲଢେଇକୁ ଶେଷ କରିବା ପାଇଁ ଖୁବ୍‌ ଶୀଘ୍ର ଯୁଦ୍ଧ ବିରାମ ହୋଇପାରେ। ଉଭୟ ଦେଶ ମଧ୍ୟରେ ଯୁଦ୍ଧର ବିପଦ ସୃଷ୍ଟି ହୋଇଛି, ଯାହାକି ଇସ୍ରାଏଲୀ ସ୍ଥଳ ଆକ୍ରମଣ ଉପରେ ବିଚାର କରୁଛି। 

ଇସ୍ରାଏଲୀୟ ସେନା ଗୁରୁବାର ନ୍ୟୁଜ୍‌ ଏଜେନ୍ସି ରୟଟର୍ସକୁ କହିଛି ଯେ , ଇସ୍ରାଏଲୀୟ ଏୟାର ଷ୍ଟ୍ରାଇକ୍‌ ବେକା ଘାଟୀ ଓ ଦକ୍ଷିଣୀ ଲେବାନନରେ ହିଜବୁଲ୍ଲାର ପାଖାପାଖି ୭୫ ଠିକଣାକୁ ଟାର୍ଗେଟ୍‌ କରିଛି , ଯେଉଁଥିରେ ଅସ୍ତ୍ରଶସ୍ତ୍ର ଭଣ୍ଡାରଣ ସୁବିଧା ଓ ରେଡି-ଟୁ-ଫାୟାର ଲଞ୍ଚର ସାମିଲ ରହିଛି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଚେତାବନୀ ଦେଇଛନ୍ତି କି , ଇସ୍ରାଏଲଲ ଓ ହିଜବୁଲ୍ଲା ମଧ୍ୟରେ ସଂଘର୍ଷ ସଂପୂର୍ଣ୍ଣ ରୂପେ ଯୁଦ୍ଧର ବିପଦ ରହିଛି। 

ଏହି ମଧ୍ୟରେ ହିଜବୁଲ୍ଲା ବୁଧବାର ସକାଳେ ତେଲ ଅଭିଭ୍‌ ସମେତ ଇସ୍ରାଏଲର ଅନେକ ସ୍ଥାନ ଉପରେ ମିସାଇଲହମଲା କରିଛି। ସେପଟେ ଇସ୍ରାଏଲ ମଧ୍ୟ ହିଜବୁଲ୍ଲାର ଅନେକ ଠିକଣାକୁ ଟାର୍ଗେଟ୍‌ କରିଛି। ହିଜବୁଲ୍ଲାର ତେଲ ଅଭିଭ୍‌ ଉପରେ ହମଲା ,ଏହା ବର୍ତ୍ତମାନ ସୁଦ୍ଧା ସବୁଠୁ ବଡ଼ ହମଲା ଥିଲା। ଶହ ଶହ ଲୋକଙ୍କ ମୃତ୍ୟୁ ପରେ ହିଜବୁଲ୍ଲାର ମିସାଇଲ ମାଡ଼ ମଧ୍ୟରେ କ୍ଷେତ୍ରରେ ଉତ୍ତେଜନା ଆହୁରି ବଢି ଯାଇଛି। ଲେବାନନର ସ୍ୱାସ୍ଥ୍ୟମନ୍ତ୍ରୀ ଫିରାସ୍ ଆବିୟାଦ କହିଛନ୍ତି , ବୁଧବାର ଇସ୍ରାଏଲ ହମଲାରେ ୫୧ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୨୩ ଜଣ ଆହତ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.