ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପଞ୍ଜାବ ସଙ୍ଗରୁରରେ ବିଷାକ୍ତ ମଦ ପିଇ ଆଉ ୫ ମୃତ, ମୃତ୍ୟୁସଂଖ୍ୟା ୨୧କୁ ବୃଦ୍ଧି

ଚଣ୍ଡିଗଡ଼, ୨୩/୦୩: ପଞ୍ଜାବର ସଙ୍ଗରୁରରେ ବିଷାକ୍ତ ମଦ ପିଇ ମୃତ୍ୟୁବରଣ କରିବା ସଂଖ୍ୟା ବଢ଼ିବାରେ ଲାଗିଛି । ଏବେ ସୁଦ୍ଧା ବିଷାକ୍ତ ମଦ ପିଇ ୨୧ ଜଣଙ୍କ ମୃତ୍ୟୁ ହେଲାଣି । ଶନିବାର ଆଉ ୫ ଜଣ ଆଖି ବୁଜିଛନ୍ତି । ଯେତେବେଳେ କି ଶୁକ୍ରବାର ଆଖି ବୁଜିଥିଲେ ୮ ଜଣ । 

ସଙ୍ଗରୁରରେ ଡାକ୍ତର କୃପାଳ ସିଂଙ୍କ ଅନୁସାରେ, ହସ୍ପିଟାଲରେ ପ୍ରାୟ ୪୦ ଜଣ ଭର୍ତ୍ତି ହୋଇଥିଲେ । ଯେଉଁଥିରୁ ପ୍ରାୟ ୨୧ ଜଣ ଆଖି ବୁଜି ଦେଇଛନ୍ତି । ପଟିଆଲାର ରାଜେନ୍ଦ୍ର ହସ୍ପିଟାଲରେ ମଧ୍ୟ ଆଉ ୧୦ ଜଣ ଭର୍ତ୍ତି ହୋଇଛନ୍ତି । ମାମଲାରେ ପୋଲିସ ଏବେ ସୁଦ୍ଧା ପ୍ରାୟ ୮ ଜଣଙ୍କୁ ଗିରଫ କରିଛି ।

ଗିରଫ ଅଭିଯୁକ୍ତଙ୍କ ଅନୁସାରେ, ଏହି ବିଷାକ୍ତ ମଦ ଘରେ ପ୍ରସ୍ତୁତ ହେଉଥିଲା । ମଦ ତିଆରି ହେଉଥିବା ସ୍ଥାନରୁ ପୋଲିସ ୨୦୦ ଲିଟର ଏଥେନାଲ୍ ସହ ଖାଲି ବୋତଲ, ଷ୍ଟିକର ଏବଂ ପ୍ରିଣ୍ଟର ଜବତ କରିଛି । ଏସବୁ ସାମଗ୍ରୀ ମଦ ତିଆରି ଲାଗି ବ୍ୟବହାର କରା ଯାଉଥିଲା ।

ତେବେ ବିଷାକ୍ତ ମଦ ପିଇଥିବା ସମସ୍ତ ଲୋକ ଦଳିତ ପରିବାରର । ଜିଲ୍ଲା ଡେପୁଟି କମିଶନର ଜିତେନ୍ଦ୍ର ଜୋରୱାଲ୍ କହିଛନ୍ତି, ବିଷାକ୍ତ ମଦ ମୃତ୍ୟୁ ମାମଲାର ତଦନ୍ତ ପାଇଁ ଏସଆଇଟି ଗଠନ କରାଯାଇଛି । ୭୨ ଘଣ୍ଟା ମଧ୍ୟରେ ଏସଆଇଟି ରିପୋର୍ଟ ଦେବ । ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.