ପ୍ରମୁଖ ଖବର
  • ରାଜକୋଟ: ଶେଷ ଦିନିକିଆରେ ଅଷ୍ଟ୍ରେଲିଆ ବିଜୟୀ, ୨-୧ରେ ସିରିଜ୍‌ ଜିତିଲା ଭାରତ
  • ||
  • ନାରାୟଣପାଟଣା : କେସେଲା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ମୃତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ନବୀକରଣ ମାମଲାର ସିବିଆଇ ତଦନ୍ତ ପାଇଁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ
  • ||
  • ରାଜକୋଟ: ରନ୍‌ ବର୍ଷା କଲା ଅଷ୍ଟ୍ରେଲିଆ ଟିମ୍‌, ଭାରତ ଆଗରେ ୩୫୩ ରନ୍‌ର ବିଜୟ ଲକ୍ଷ୍ୟ
  • ||
  • ଇମ୍ଫାଲ୍: ମଣିପୁର ପୁଣି ଅଶାନ୍ତ, ରାଜ୍ୟର ୧୯ ଥାନାକୁ ଛାଡ଼ି ସବୁ ଅଶାନ୍ତ ଅଞ୍ଚଳ ଘୋଷଣା, ଇଣ୍ଟରନେଟ୍ ବନ୍ଦ
  • ||
  • ଇରାକ: ବିବାହ ଉତ୍ସବରେ ଭୟାବହ ଅଗ୍ନିକାଣ୍ଡ, ବର-କନ୍ୟାଙ୍କ ସମେତ ଜଳିଗଲେ ୧୦୦ ଲୋକ
  • ||
  • ଚନ୍ଦାହାଣ୍ଡି : ଘାଟିରେ ଓଲଟିଲା ସ୍କୁଲ୍ ବସ୍, ପିଇଟି ଶିକ୍ଷକ ମୃତ, ୨୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଆହତ
  • ||
  • ମାଲକାନଗିରି : ଅକ୍ଟୋବର ୨ରେ ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ, ଲକ୍ଷ୍ମୀ ବସ୍ ଯୋଜନାର କରିବେ ଶୁଭାରମ୍ଭ
  • ||

କଣ୍ଟାବାଞ୍ଜିରେ ହେବ ୱାଗନ୍‌ ମରାମତି କାରଖାନା: ଖର୍ଚ୍ଚ ହେବ ୨୬୫ କୋଟି, ରେଳ ବୋର୍ଡ ଅନୁମୋଦନକୁ ଅପେକ୍ଷା

ଭୁବନେଶ୍ୱର,୧୮/୦୯: ବଲାଙ୍ଗିର  ଜିଲ୍ଲା କଣ୍ଟାବାଞ୍ଜିରେ ହେବ ୱାଗନ୍‌  ମରାମତି(ମେଣ୍ଟେନାନ୍ସ୍‌) କାରଖାନା । ଏଠାରେ  ୨ଶହ ୱାଗନ୍‌ର ମରାମତି ବା ପିରିୟଡିକାଲ୍‌  ଓଭରହଲ୍‌(ପିଓଏଚ୍‌) କରିବାକୁ ଯୋଜନା  ଚାଲିଛି । ଏ ବାବଦରେ ୨୬୫ କୋଟି ଟଙ୍କା  ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ଏ ନେଇ ରେଳ ବୋର୍ଡର ଅନୁମୋଦନ ପାଇଁ  ଅପଲୋଡ୍‌ କରାଯାଇଛି । ବୋର୍ଡର ଆର୍ଥ ବିଭାଗ  ନିକଟରେ ଫାଇଲ୍‌ ଥିବା ପୂର୍ବତଟ ରେଳପଥ  ପକ୍ଷରୁ ସୂଚନା ଦିଆଯାଇଛି । ବଲାଙ୍ଗିର  ସାଂସଦ ସଙ୍ଗୀତା କୁମାରୀ ସିଂହଦେଓଙ୍କ  ପ୍ରଶ୍ନର ଉତ୍ତରରେ ପୂର୍ବତଟ ରେଳପଥର  ଜୋନାଲ୍‌ ରେଳ ବ୍ୟବହାରକାରୀ ପରାମର୍ଶଦାତା  କମିଟି (ଜେଡ୍‌ଆରୟୁସିସି) ବୈଠକରେ  ସୂଚନା ଦିଆଯାଇଛି । ସେହିପରି ପାଟଣାଗଡ଼  ଦେଇ ବଲାଙ୍ଗିରରୁ ନୂଆପଡ଼ାକୁ ଏକ ନୂଆ  ରେଳ ଲାଇନ୍‌ ଯିବାର ପ୍ରସ୍ତାବ ରହିଛି ।  ଯାହାର ଚୂଡାନ୍ତ ଲୋକେସନ୍‌ ସର୍ଭେ ଜାରି  ରହିଛି । ବିସ୍ତୃତ ପ୍ରକଳ୍ପ ରିପୋର୍ଟ(ଡିପିଆର୍‌)  ପ୍ରସ୍ତୁତି କରାଯାଉଛି । ଯାହା ଚଳିତ ମାସ  ଶେଷ ସୁଦ୍ଧା ରେଳ ବୋର୍ଡ ନିକଟରେ  ଦାଖଲ କରାଯିବ ବୋଲି କୁହାଯାଇଛି । 

ଅପରପକ୍ଷେ ସମ୍ବଲପୁରରୁ ଗୋପାଳପୁର  ନୂଆ ରେଳ ପ୍ରକଳ୍ପ ଦାୟିତ୍ୱ ଓଡ଼ିଶା ରେଳ  ଭିତ୍ତିଭୂମି ବିକାଶ ଲିମିଟେଡ୍‌(ଓରିଡିଏଲ୍‌) କୁ ଦିଆଯାଇଛି । ରେଳ ବୋର୍ଡ ଓରିଡିଏଲ୍‌କୁ  ଏହି ଦାୟିତ୍ୱ ଦେଇଥିବା ବେଳେ ବୌଦ୍ଧ ଦେଇ  ରେଢାଖୋଲରୁ ଗୋପାଳପୁର ଡିପିଆର୍‌ ପ୍ରସ୍ତୁତ ସରିଛି । ଯାହା ବୋର୍ଡ ନିକଟରେ ଓରିଡିଏଲ୍‌  ଦାଖଲ କରିଛି । ତେବେ ସୋନପୁର ଦେଇ  ସମ୍ବଲପୁରରୁ ଗୋପାଳପୁର ଏହି ପ୍ରକଳ୍ପକୁ ନେବାକୁ ଏବେ ଦାବି ଆସୁଛି । 

ଏପରି  କରାଗଲେ ଫିଲ୍ଡ ସର୍ଭେ ସହିତ ଡିପିଆର୍‌  ସଂଶୋଧନ ଆବଶ୍ୟକ । ତେଣୁ ସୋନପୁର  ଦେଇ ସମ୍ବଲପୁରରୁ ଗୋପାଳପୁର ରେଳ  ପ୍ରକଳ୍ପ ନେଇ ରେଳ ବୋର୍ଡ ନିଷ୍ପତ୍ତି ନେବ  ବୋଲି ପୂର୍ବତଟ ରେଳପଥର ଅଧିକାରୀ  ସୂଚନା ଦେଇଛନ୍ତି । ସମ୍ବଲପୁର-ପୁରୀ  ଇଣ୍ଟରସିଟିକୁ ବଲାଙ୍ଗିର ପର୍ଯ୍ୟନ୍ତ ଚଳାଇବାକୁ  ମଧ୍ୟ ଦାବି ଆସିଛି । ଯାହା ଦ୍ୱାରା ରାଜସ୍ୱ ବୃଦ୍ଧି  ହେବ ବୋଲି କୁହାଯାଇଛି । ମାତ୍ର ଟ୍ରେନର  ପ୍ରତିଦିନ ହେଉଥିବା ମରାମତି ବା ମେଣ୍ଟିନାନ୍ସର  ବ୍ୟବସ୍ଥା ନାହିଁ । ତେଣୁ ଏବେ ସମ୍ବଲପୁର-ପୁରୀ  ଇଣ୍ଟରସିଟିକୁ ବଲାଙ୍ଗିର ପର୍ଯ୍ୟନ୍ତ ଚଳାଇବା  ସମ୍ଭବ ନୁହଁ ବୋଲି କୁହାଯାଇଛି । 

ଭୁବନେଶ୍ୱର-ବଲାଙ୍ଗିର ଇଣ୍ଟରସିଟିକୁ ଟିଟିଲାଗଡ଼ ଦେଇ  ରାୟଗଡ଼ା ଚଳାଇବାକୁ ପ୍ରସ୍ତାବ ଦିଆଯାଇଛି ।  ଏହି ଟ୍ରେନ୍‌ ଦୈନିକ ଚାଲୁଛି । ତେବେ ଏହାକୁ  ରାୟଗଡ଼ା ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ  ବୋର୍ଡ ପାଖରେ ଦରଖାସ୍ତ ହୋଇଛି । ଅତିରିକ୍ତ  ଗୋଟିଏ ର‌୍ୟାକ୍‌ ସହିତ ଏହାକୁ ଚଳାଇବା  ପାଇଁ ପ୍ରସ୍ତାବ ଦିଆଯାଇଥିବା ବେଳେ ବୋର୍ଡର  ସବୁଜ ସଙ୍କେତକୁ ଅପେକ୍ଷା କରାଯାଇଛି ।

Copyright © 2022 - Summa Real Media Private Limited. All Rights Reserved.