ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଜୁନ୍‌ ୧ରେ ହେବାକୁ ଥିବା ଇଣ୍ଡି ମେଣ୍ଟ ବୈଠକରେ ସାମିଲ ହେବ ନାହିଁ ଟିଏମସି

Image Courtesy: hindustantimes

କୋଲକାତା: ନିର୍ବାଚନର ଅନ୍ତିମ ପର୍ଯାୟରେ ବା ଜୁନ୍‌ ୧ରେ ହେବାକୁ ଥିବା ଇଣ୍ଡି ମେଣ୍ଟର ବୈଠକରେ ଯୋଗଦେବ ନାହିଁ ଟିଏମସି । ସପ୍ତମ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟର ୯ଟି ଗୁରୁତ୍ବପୂର୍ଣ୍ଣ ଲୋକସଭା ଆସନରେ ଭୋଟିଂ ହେବାକୁ ଥିବାରୁ ସେହି ଦିନ ଦିଲ୍ଲୀ ଯିବାର କୌଣସି ପ୍ରାସଙ୍ଗିକତା ନାହିଁ ବୋଲି ଜଣେ ବରିଷ୍ଠ ଟିଏମସି ନେତା କହିଛନ୍ତି । ସେ କହିଛନ୍ତି, ‘ନିର୍ବଚନର ଶେଷ ଦିନରେ ରାଜ୍ୟରେ ଗୁରୁତ୍ବପୂର୍ଣ୍ଣ ଆସନରେ ମତଦାନ ହେବ । ଅନ୍ୟ ଦିନ ତୁଳନାରେ ଏହି ଦିନ ସର୍ବାଧିକ ୯ଟି ଆସନରେ ନିର୍ବାଚନ ହେବାକୁ ଯାଉଛି । ଏହି ସବୁ ସିଟ୍‌ କୋଳକାତା ଏବଂ ଗ୍ରେଟର କୋଲକାତାରେ ରହିଛି । ଏହା ଟିଏମସି ପାଇଁ ସବୁଠୁ ବଡ଼ ନିର୍ବାଚନୀ ଦିନ । ଏପରିକି ଉତ୍ତର ପ୍ରଦେଶର, ବିହାର ଏବଂ ପଞ୍ଜାବରେ ବାକି ଆସନ ଲାଗି ମତଦାନ ହେବ । ତେଣୁ ଜୁନ୍‌ ୧ରେ ଦିଲ୍ଲୀ ଯିବା ପ୍ରାକ୍ଟିକାଲ୍‌ ନୁହେଁ ।’ 

ମିଡିଆ ରିପୋର୍ଟ ଅନୁସାରେ, ଇଣ୍ଡି ମେଣ୍ଟର ସଦସ୍ୟ ଏକାଠି ହୋଇ ଜୁନ ୪ରେ ରେଜଲ୍ଟ ପରେ ଆଗାମୀ କାର୍ଯପନ୍ଥା କଣ ହେବ ସେନେଇ ନିଷ୍ପତ୍ତି ନେବେ ।  ସେପଟେ ପଶ୍ଚିମବଙ୍ଗରେ ଟିଏମସି, ଇଣ୍ଡି ମେଣ୍ଟ ସହ ହାତ ମିଳାଇ ନାହିଁ । ଅର୍ଥାତ ରାଜ୍ୟରେ ଟିଏମସି ଏକାକୀ ନିର୍ବାଚନ ଲଢ଼ୁଛି । ଗତବର୍ଷ ଜୁନ୍ ୨୩ରେ ଇଣ୍ଡି ମେଣ୍ଟର ବୈଠକ ବସିଥିଲା । ଏହା ପରେ ଦ୍ବିତୀୟ ଥର ପାଇଁ ଜୁଲାଇ ୧୭ ଓ ୧୮ ତାରିଖରେ ବେଙ୍ଗାଲୁରୁରେ ବିରୋଧୀ ମେଣ୍ଟର ନେତାମାନେ ଏକାଠି ହୋଇଥିଲେ  । ତୃତୀୟ ବୈଠକ ଅଗଷ୍ଟ ୩୧ ଏବଂ ୧ରେ ବସିଥିବା ବେଳେ ଏହିଠାରେ ହିଁ ଇଣ୍ଡି ମେଣ୍ଟ ଏକାଠି ଲୋକସଭା ନିର୍ବାଚନ ଲଢ଼ିବ ବୋଲି ନିଷ୍ପତ୍ତି ହୋଇଥିଲା ।

ଏହା ପରେ ଡିସେମ୍ବର ୧୯ରେ ଚତୁର୍ଥ ବୈଠକ ଦିଲ୍ଳୀରେ ଆୟୋଜିତ ହୋଇଥିଲା ।   ଏହାର ୨ ମାସ ପରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଗିରଫ ହେବ ପରେ ୩୧ ମାର୍ଚ୍ଚ ୨୦୨୪ରେ ଇଣ୍ଡି ମେଣ୍ଟ ପକ୍ଷରୁ ରାଷ୍ଟ୍ରୀୟ ରାଜଧାନୀରେ ‘ଗଣତନ୍ତ୍ର ସୁରକ୍ଷା’ ବୈଠକ ଅନୁଷ୍ଠିତ ହୋଇଥିଲା । ଏହାକୁ ନେଇ ଏପ୍ରିଲ ୨୧ରେ ରାଞ୍ଚିରେ ରାଲି କରିଥିଲା ଇଣ୍ଡି ମେଣ୍ଟ । ଏହି ସମୟରେ ୨୮ଟି ବିରୋଧୀ ଦଳ ଏକାଠି ହୋଇଥିଲେ । 

ସୂଚନାଯୋଗ୍ୟ, ନିର୍ବାଚନର ଶେଷ ପର୍ଯ୍ୟାୟରେ ପଶ୍ଚିମବଙ୍ଗର ୯ଟି ଲୋକସଭା ଆସନରେ ଭୋଟିଂ ହେବ । କୋଲକାତାର ଦୁଇଟି ସିଟ୍‌ କୋଲକାତା ଦକ୍ଷିଣ ଏବଂ କୋଲକାତା ଉତ୍ତର ଆସନରେ ମଧ୍ୟ ଭୋଟ ପଡ଼ିବ । ଅନ୍ୟ ଆସନଗୁଡ଼ିକ ହେଉଛି- ଯାଦବପୁର, ଦମଦମ୍‌, ବରସାତ, ବାସିରହାଟ, ଜୟାନଗର, ମାଥୁରପୁର ଏବଂ ଡାଇମଣ୍ଡ ହାର୍ବର । 

  • CM Mamata
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.