ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣକାରୀ ତିଆରି କରୁଛି ଆତଙ୍କବାଦୀ ସଂଗଠନ ଟିଟିପି, ଅଲକାଏଦାରୁ ମିଳୁଛି ସହଯୋଗ…

ନୂଆଦିଲ୍ଲୀ: ପାକିସ୍ତାନରେ ଏକ ନୂତନ ଆତଙ୍କବାଦୀ ସଂଗଠନ ତେହେରିକ-ଇ-ତାଲିବାନ (ଟିଟିପି) ଦୀର୍ଘ ଦିନ ଧରି ସକ୍ରିୟ ରହିଛି । ମିଳିତ ଜାତିସଂଘର ରିପୋର୍ଟ ଅନୁଯାୟୀ, ୨୦୨୩ ମଧ୍ୟଭାଗରେ ଟିଟିପି ପାକିସ୍ତାନର ଖୈବର ପଖତୁନଖୱାଠାରେ ଏକ ନୂତନ ବେସ୍ ପ୍ରତିଷ୍ଠା କରିଥିଲା । ଏହି ବେସ୍‌ରେ ଆତଙ୍କବାଦୀ ତାଲିମ ଦିଆଯାଉଛି, ଯେଉଁଥିଲେ ୬୦ ରୁ ଅଧିକ ବ୍ୟକ୍ତିଙ୍କୁ ଆତ୍ମଘାତୀ ବିସ୍ଫୋରଣକାରୀ ଭାବରେ ତାଲିମ ଦିଆଯାଉଛି ।

ମିଳିତ ଜାତିସଂଘ ସୁରକ୍ଷା ପରିଷଦ କମିଟିରେ ଦାଖଲ ହୋଇଥିବା ୩୩ ତମ ରିପୋର୍ଟ ଅନୁଯାୟୀ, ଟିଟିପିକୁ ଅଲ କାଏଦା ଠାରୁ ସମର୍ଥନ ମିଳିଥିବା ଖବର ସାମ୍ନାକୁ ଆସିଛି। ଏହି ରିପୋର୍ଟ ଜାତିସଂଘରେ ଆଇଏସଆଇଏଲ୍ ଏବଂ ଅଲ କାଏଦା-ତାଲିବାନ ମନିଟରିଂ ଟିମ୍ ଦ୍ୱାରା ଦାଖଲ କରାଯାଇଥିଲା । ଅଲ କାଏଦା ଏବଂ ଅନ୍ୟ କେତେକ ଆତଙ୍କବାଦୀ ଗୋଷ୍ଠୀ ଦ୍ୱାରା ଟିଟିପିକୁ ଆହୁରି ମଜବୁତ ଏବଂ ଉତ୍ସାହିତ କରାଯାଇଛି ବୋଲି ଦାବି କରାଯାଇଛି । ସେମାନଙ୍କୁ କେବଳ ଅସ୍ତ୍ରଶସ୍ତ୍ର ଯୋଗାଇ ଦିଆଯାଉ ନାହିଁ ବରଂ ପାକିସ୍ତାନରେ ସେମାନଙ୍କର କାର୍ଯ୍ୟକଳାପ ପାଇଁ ଗ୍ରାଉଣ୍ଡ ସପୋର୍ଟ ମଧ୍ୟ ଦିଆଯାଉଛି। 

ପାକିସ୍ତାନରେ ପ୍ରତିଦିନ ଘଟୁଥିବା ଏହି ଆକ୍ରମଣ ପାଇଁ ଦାୟୀ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ପାକିସ୍ତାନ ଅନେକ ଥର ନିରାଶ ପ୍ରକାଶ କରିଛି । କେବଳ ଏତିକି ନୁହେଁ, ଏହି କାରଣରୁ ପାକିସ୍ତାନ ଏବଂ ଆଫଗାନିସ୍ତାନ ତାଲିବାନ ମଧ୍ୟରେ ସମ୍ପର୍କକୁ ନେଇ ଏକ ତିକ୍ତତା ମଧ୍ୟ ଦେଖାଦେଇଛି । ପାକିସ୍ତାନ ଅନୁଯାୟୀ, ଟିଟିପି ବିରୋଧରେ ଆଫଗାନିସ୍ତାନର କୌଣସି ସକ୍ରିୟ ପଦକ୍ଷେପ ନେବାରେ ବିଫଳତା ଏହାର ଜାତୀୟ ସୁରକ୍ଷା ପାଇଁ ବିପଜ୍ଜନକ ହୋଇପାରେ । 

ରିପୋର୍ଟରେ ଦାବି କରାଯାଇଛି ଯେ ଆଫଗାନିସ୍ତାନ ତାଲିବାନ ଟିଟିପି କାର୍ଯ୍ୟକଳାପ ଉପରେ ନିଜର ଆଭିମୁଖ୍ୟକୁ କଡାକଡି କରୁଛି । ଏହା ସତ୍ତ୍ୱେ ଆତଙ୍କବାଦୀ ସଂଗଠନ ଆଫଗାନିସ୍ତାନର ମାଟିରୁ ପାକିସ୍ତାନ ଉପରେ ଆକ୍ରମଣ କରିବାକୁ ପଛଘୁଞ୍ଚା ଦେଉନାହିଁ। କେବଳ ଏତିକି ନୁହେଁ କିଛି ତାଲିବାନ ସଦସ୍ୟ ଏହି ସଂଗଠନରେ ଜଡିତ ଥିବା ଦେଖିବାକୁ ମିଳିଛି, ଯାହା ଏହି ଆତଙ୍କବାଦୀଙ୍କ ମନୋବଳକୁ ଆହୁରି ବଢାଇ ଦେଇଛି । 



 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.