ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଖାଉଟିଙ୍କ ପକେଟକୁ ମହଙ୍ଗା ମାଡ଼: ଟ୍ୱିନ୍‌ ସିଟିରେ ଆଳୁ କିଲୋ ୩୦ ଟଙ୍କା, ସପ୍ତାହକରେ ୮ ଟଙ୍କା ବଢ଼ିଲାଣି

ଭୁବନେଶ୍ୱର,୧୩/୦୪: ଆଳୁ ଦର ଏବେ ସାଧାରଣ ଖାଉଟିଙ୍କ ପକେଟକୁ ବାଧିଲାଣି । ପଶ୍ଚିମବଙ୍ଗ  ଓ ଉତ୍ତରପ୍ରଦେଶରେ ଏବେ ଆଳୁ ଅମଳ ସରିଛି । ସାଧାରଣତଃ ନୂଆ ଆଳୁ ଆସିଲେ ଦର କମିବା କଥା ।  ହେଲେ ପଶ୍ଚିମବଙ୍ଗରେ ନୂଆ ଆଳୁ ଶୀତଳଭଣ୍ଡାରରେ ରହିଛି । ତେଣୁ ଯେଉଁ ଆଳୁ ବାହାରେ ଅଛି ତାହାର ଦର ବଢିଥିବାରୁ ଓଡ଼ିଶାରେ ଏହାର ପ୍ରଭାବ ପଡ଼ିଛି ।  

ସପ୍ତାହକ ତଳେ ଆଳୁ କିଲୋ ପିଛା ୨୦ରୁ ୨୨ ଟଙ୍କା  ଥିଲା । ହେଲେ ଟ୍ୱିନ୍‌ ସିଟିରେ କିଲୋ ପିଛା ପ୍ରାୟ  ୩୦ ଟଙ୍କା ରହିଛି । କଟକରେ କୁଇଣ୍ଟାଲ ପିଛା ୨୩୫୦  ଟଙ୍କା ଥିବାବେଳେ ଭୁବନେଶ୍ୱରରେ ଏହି ଦର ୨୨ଶହ  ଟଙ୍କା ରହିଛି । ତେଣୁ ସାଧାରଣ ଖାଉଟିଙ୍କ ପକ୍ଷେ ଆଳୁ କିଣିବା ସହଜ ନୁହେଁ ବୋଲି ସେମାନେ କହିଛନ୍ତି । ରୋଷଶାଳାରେ ଆଳୁ ଏକ ସବୁଦିନିଆ ପରିବା ।  ଆଳୁ ଭର୍ତ୍ତା ଠାରୁ ନେଇ ଡାଲମା ପର୍ଯ୍ୟନ୍ତ ସବୁଥିରେ ଆଳୁ ଆବଶ୍ୟକ । ତେବେ ହଠାତ୍‌ ଆଳୁ ଦର ବଢ଼ିଯିବା ସମସ୍ତଙ୍କୁ ଚିନ୍ତାରେ ପକାଇଛି । ବ୍ୟବସାୟୀ ମାନଙ୍କ କହିବା  କଥା, ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ ଆଳୁ ଉତ୍ପାଦନ  କମ ହୋଇଥାଏ । ବରଗଡ଼, ବାଲେଶ୍ୱର ଆଦି ଜିଲ୍ଲାରେ  ମାତ୍ର ୫ ପ୍ରତିଶତ ଆଳୁ ସ୍ଥାନୀୟ ବଜାରକୁ ଆସିଥାଏ ।  ତେଣୁ ସେଥିପାଇଁ ବାହାର ରାଜ୍ୟ, ବିଶେଷକରି  ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶରୁ ମୋଟ ଆମଦାନୀର  ପ୍ରାୟ ୯୦ ଭାଗରୁ ଅଧିକ ଆଳୁ ଓଡ଼ିଶାକୁ ଆସିଥାଏ ।  ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶରୁ ଭୁବନେଶ୍ୱରକୁ  ଦୈନିକ ୩ ଶହ ଟନ୍‌ ଆଳୁ ଆସିଥାଏ । ସେଥିରୁ ସହର  ପାଇଁ ୮୦ ଟନ୍‌ ଆଳୁ ରଖାଯାଇ ଅନ୍ୟ ଆଳୁକୁ ଖୋର୍ଦ୍ଧା,  ବାଲିପାଟଣା, ବାଲିଅନ୍ତା, ଟାଙ୍ଗୀ, ଜଟଣୀ, ଚନ୍ଦକା ଓ କଟକ ରୋଡ୍‌ ଆଦି ଅଞ୍ଚଳକୁ ପଠାଇ ଦିଆଯାଏ । 

ଏ  ସଂକ୍ରାନ୍ତରେ ରାଜଧାନୀ କଞ୍ଚା ପରିବା ସଂଘର ସଭାପତି  କବିରାଜ ସ୍ୱାଇଁ କହିଛନ୍ତି,  ରବିବାର ବଜାରରେ ଆଳୁ କିଲୋ  ୩୦ ଟଙ୍କା ରହିଛି । ଆହୁରି ବଢିବାର ଆଶଙ୍କା ରହିଛି ।  ବାହାରୁ ଯେଉଁ ଆଳୁ ଆସୁଛି ସେଥିରୁ ଅଧେ ନଷ୍ଟ  ହେଉଛି । ତେଣୁ ଭଲ ଆଳୁକୁ ଗଚ୍ଛିତ ରଖାଯାଉଛି । ଯାହା ବଳକା ପଡୁଛି ତାକୁ ବିକ୍ରି କରାଯାଉଛି । ସେହିପରି  କୁବେରପୁରୀ ବ୍ୟବସାୟୀ ସଂଘ ସଭାପତି ଶକ୍ତି ପ୍ରସାଦ  ମିଶ୍ର କହନ୍ତି, ଗୋଦାମରେ କ୍ୱିଣ୍ଟାଲ ପିଛା ୨୨ଶହ ଟଙ୍କାରେ  ଆଳୁ ବିକ୍ରି ହେଉଛି । ଖୁଚୁରା ବ୍ୟବସାୟୀଙ୍କ ପାଖକୁ  ଗଲେ ଦର ବଢୁଛି । ତେବେ ଦୁଇରୁ ତିନିଦିନ ମଧ୍ୟରେ  ସ୍ଥିତି ସୁଧୁରିଯିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.