ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବାଲେଶ୍ଵର ଭିନ୍ନକ୍ଷମ ଆଶ୍ରମରୁ ଦୁଇ ଛାତ୍ର ନିଖୋଜ

ନୀଳଗିରି, ୧୬/୪ : ବାଲେଶ୍ଵରର ସରକାରୀ ଅନ୍ଧ, ମୁକ, ବଧିର ଭିନ୍ନକ୍ଷମ ଆଶ୍ରମ ବିଦ୍ୟାଳୟରୁ ୨ ଛାତ୍ର ନିଖୋଜ। ଆଶ୍ରମ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ସ୍କୁଲରୁ ଦୁଇ ମୁକ ବଧିର ନାବାଳକ ଦୁଇ ଦିନ ଧରି ନିଖୋଜ ଅଛନ୍ତି। ବିଦ୍ୟାଳୟର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅଭିଭାବକଙ୍କ ଅଭିଯୋଗ କ୍ରମେ ସଦର ଥାନାରେ ସ୍କୁଲ କର୍ତ୍ତୃପକ୍ଷ ଅଭିଯୋଗ କରିଛନ୍ତି। 

ସୂଚନାନୁଯାୟୀ, ନିଖୋଜ ଥିବା ନାବାଳକ ଜଣେ ନୀଳଗିରି ଥାନା ସିଆଡ଼ିମାଳ ପଞ୍ଚାୟତ ବାବନ୍ଧ ଗ୍ରାମର କୃଷ୍ଣଚନ୍ଦ୍ର ବେହେରାଙ୍କ ୧୨ ବର୍ଷର ଭିନ୍ନକ୍ଷମ ପୁଅ ସଂଗ୍ରାମ ବେହେରା। ଅନ୍ୟ ଜଣେ ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଅଞ୍ଚଳର ବାପି ମାରାଣ୍ଡି। ସୋମବାର ଭୋରରୁ ଦୁହେଁ ପାଚେରୀ ଡେଇଁ ନିଖୋଜ ହୋଇଥିବା ନେଇ ସ୍କୁଲ କର୍ତ୍ତୃପକ୍ଷ ସଫେଇ ଦେଇଥିବା ବେଳେ ପିଲା ଫାଟକ ଦେଇ ଯାଇଥିବା ଅଭିଯୋଗ କରୁଛନ୍ତି ଅଭିଭାବକ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.