ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ଭାରତରେ ବଢୁଛି ଖଲିସ୍ତାନୀ ସମର୍ଥକଙ୍କ ଉପଦ୍ରବ, ବ୍ରିଟେନ ପିଏମ କହିଲେ କୌଣସି ପ୍ରକାର ଉଗ୍ର ଚିନ୍ତାଧାରା ଗ୍ରହଣୀୟ ନୁହେଁ...

ନୂଆଦିଲ୍ଲୀ: ଭାରତରେ ଖଲିସ୍ତାନୀ ସମର୍ଥକଙ୍କ କାର୍ଯ୍ୟକଳାପ ଉପରେ ବଢୁଥିବା ଚିନ୍ତାକୁ ନେଇ ବଡ ବୟାନ ଦେଇଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ । ଏନେଇ ସେ ଆଜି (ବୁଧବାର) କହିଛନ୍ତି ଯେ, ଖାଲିସ୍ତାନ ସମର୍ଥକଙ୍କ କଟ୍ଟରବାଦକୁ ମୁକାବିଲା କରିବା ପାଇଁ ବ୍ରିଟେନ ଭାରତ ସରକାରଙ୍କ ସହ ମିଶି ଘନିଷ୍ଠ ଭାବରେ କାର୍ଯ୍ୟ କରୁଛି ।

 ନ୍ୟୁଜ୍ ଏଜେନ୍ସି ପିଟିଆଇକୁ ଦେଇଥିବା ଏକ ସାକ୍ଷାତକାରରେ ଋଷି ସୁନାକ କହିଛନ୍ତି ଯେ, ବ୍ରିଟେନରେ କଟ୍ଟରବାଦର କୌଣସି ରୂପ ଗ୍ରହଣୀୟ ନୁହେଁ । ଏହି ସମୟରେ ସୁନକ କହିଛନ୍ତି ଯେ ୨୦୨୩ ଭାରତ ପାଇଁ ଏକ ବଡ ବର୍ଷ । ଭାରତ ଏଭଳି ଭାବରେ ବିଶ୍ୱସ୍ତରୀୟ ନେତୃତ୍ୱ ଦେଖାଇବା ଏକ ଆଶ୍ଚର୍ଯ୍ୟଜନକ । 

 ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ମୋର ସାକ୍ଷାତରେ ମୁଁ ବୈଶ୍ବିକ ଆହ୍ବାନ ବିଷୟରେ ଏବଂ ସେଗୁଡିକ ସହ ମୁକାବିଲା କରିବାରେ ବ୍ରିଟେନ ଏବଂ ଭାରତର ପ୍ରମୁଖ ଭୂମିକା ବିଷୟରେ କହିବାର ସୁଯୋଗ ପାଇବି । ମୁଁ ପ୍ରଧାନମନ୍ତ୍ରୀ ହେବା ସମୟରେ ଭାରତୀୟ ଲୋକଙ୍କ ପ୍ରତିକ୍ରିୟା ଜବରଦସ୍ତ ଓ ନମ୍ର ଥିଲା । ଯାହା ବ୍ରିଟେନ-ଭାରତ ସମ୍ପର୍କକୁ ବାସ୍ତବରେ ସ୍ୱତନ୍ତ୍ର କରିଥାଏ । ଏହା ହେଉଛି ଆମ ଦୁଇ ଦେଶ ମଧ୍ୟରେ ଜୀବନ୍ତ ସେତୁ, ଯେଉଁଥିରେ ବ୍ରିଟେନରେ ୧୬ ଲକ୍ଷ ପ୍ରବାସୀ ଭାରତୀୟ ସାମିଲ ଅଛନ୍ତି । 

 ସୁନକ କହିଛନ୍ତି ଯେ ମତେ ମୋର ଭାରତୀୟ ମୂଳ ଏବଂ ଭାରତ ସହ ମୋର ସମ୍ପର୍କ ପାଇଁ ମୁଁ ଅତ୍ୟଧିକ ଗର୍ବିତ । ମୋ ପତ୍ନୀ ଭାରତୀୟ ଏବଂ ଜଣେ ଗୌରବାନ୍ବିତ ହିନ୍ଦୁ ଭାବରେ ମୋର ଭାରତ ଏବଂ ଏହାର ଲୋକଙ୍କ ସହ ସର୍ବଦା ସମ୍ପର୍କ ରହିବ । ମତେ ମୋର ଶାଶୁ-ଶ୍ବଶୂର ଏବଂ ସେମାନଙ୍କ ସଫଳତା ପାଇଁ ମୁଁ ବହୁତ ଗର୍ବିତ । ସେମାନେ ଶୂନରୁ ଦୁନିଆର ସବୁଠାରୁ ସମ୍ମାନଜନକ କମ୍ପାନୀ ମାନଙ୍କ ମଧ୍ୟରୁ ଗୋଟିଏ ଛିଡା କରିବା ପାଇଁ ଏକ ଦୀର୍ଘ ରାସ୍ତା ଅତିକ୍ରମ କରିଛନ୍ତି । 

 



Copyright © 2022 - Summa Real Media Private Limited. All Rights Reserved.