ନୂଆଦିଲ୍ଲୀ,୨୧।୯: ଋଷ ସହ ଯୁଦ୍ଧ ମଧ୍ୟରେ ୟୁକ୍ରେନ୍ ସରକାର ଟେଲିଗ୍ରାମ୍ ଉପରେ ଲଗାଇଛନ୍ତି ବ୍ୟାନ୍। ୟୁକ୍ରେନ୍ କହିଛି ସରକାରୀ ଓ ସେନା ଅଧିକାରୀ ଟେଲିଗ୍ରାମ୍ର ବ୍ୟବହାର କରିବା ବିପଦଜନକ ହୋଇପାରେ। କାରଣ ଋଷ ଏହାର ବ୍ୟବହାର ଗୁପ୍ତଚରୀ ପାଇଁ କରିପାରେ। ଶୁକ୍ରବାର ୟୁକ୍ରେନ୍ର ନ୍ୟାସନାଲ ସିକ୍ୟୁରିଟି ଆଣ୍ଡ ଡିଫେନ୍ସ କାଉନସିଲର ଏହାର ଘୋଷଣା କରିଛି। ଏହା ପୂର୍ବରୁ ୟୁକ୍ରେନ୍ର ଜିୟୁଆର ମିଲିଟାରୀ ଇଣ୍ଟେଲିଜେନ୍ସ ଏଜେନ୍ସି କହିଥିଲା ଯେ, କେଉଁଭଳି ଭାବରେ ଋଷ ଏହି ପ୍ଲାଟଫର୍ମକୁ ଲିକ୍ କରିବାରେ ସକ୍ଷମ।
ୟୁକ୍ରେନ୍ର କହିବା ଅନୁସାରେ, ଟେଲିଗ୍ରାମ୍ ଉପରେ ବ୍ୟାନ୍ ରାଷ୍ଟ୍ରୀୟ ସୁରକ୍ଷାର ମାମଲା। ୟୁକ୍ରେନ୍ ଓ ଋଷ ଦୁଇ ଦେଶରେ ଟେଲିଗ୍ରାମ୍ର ବହୁଳ ବ୍ୟବହାର କରାଯାଏ। ଦୁଇ ଦେଶରେ ଯୁଦ୍ଧ ପରେ ଟେଲିଗ୍ରାମରେ ବହୁ ସୂଚନା ଆଦାନ ପ୍ରଦାନ କରାଯାଉଥିଲା। ଜେଲେନସ୍କି କହିଛନ୍ତି, ଯେଉଁ ଅଧିକାରୀ ନିଜର ଡ୍ୟୁଟି ପାଇଁ ଟେଲିଗ୍ରାମ୍ ବ୍ୟବହାର କରନ୍ତି ତାଙ୍କ ଉପରେ କଟକଣା ଲାଗୁ ହେବନି।
ଉଲ୍ଲେଖନୀୟ ଯେ, ଋଷର ଜନ୍ମିତ ପାଭେଲ ଦୁରାଭେ ହେଉଛନ୍ତି ଟେଲିଗ୍ରାମ୍ର ସଂସ୍ଥାପକ। ୨୦୧୪ ରେ ସେ ଋଷ ଚାଡି ଦୁବାଇ ଚାଲିଯଇଥିଲେ। ଗତ ମାସ ବେଆଇନ୍ କଣ୍ଟେଣ୍ଟ ପବ୍ଲିସ୍ କରିବା ଅଭିଯୋଗରେ ଦୁରୋଭଙ୍କୁ ଫ୍ରାନ୍ସରୁ ଗିରଫ କରାଯାଇଥିଲା। ୟୁକ୍ରେନ୍ କାଉନସିଲର କହିବା ଅନୁସାରେ, ଋଷ ଟେଲିଗ୍ରାମ୍ ବାର୍ତ୍ତା ଧରିନେଇପାରେ। ଏପରିକି ଡିଲିଟ୍ କରାଯାଇଥିବା ମେସେଜ୍ ମଧ୍ୟ ପଢିପାରେ। ଜେଲେନସ୍କି କହିଛନ୍ତି, ମୁଁ ସବୁବେଳେ ଅଭିବ୍ୟକ୍ତିର ଅଧିକାରକୁ ସମର୍ଥନ କରେ, କିନ୍ତୁ ଟେଲିଗ୍ରାମ୍ର ବ୍ୟବହାର ଜାତୀୟ ସୁରକ୍ଷାର ପ୍ରସଙ୍ଗ।
ଟେଲିଗ୍ରାମ୍ ସଫେଇ ଦେଇ କହିଛି, ଏହି ପ୍ଲାଟଫର୍ମ କେବେ କୌଣସି ଦେଶର ଡାଟା ଦେଇନି। ସେଭଳି ଯାହାବି ଡିଲିଟ୍ କରି ଦିଆଯାଏ, ତାକୁ ଫେରିବା ପାଇ ହୁଏନ। ଏକ ରିପୋର୍ଟ ଅନୁସାରେ, ୟୁକ୍ରେନ୍ରେ ୩୩୦୦୦ ଟେଲିଗ୍ରାମ୍ ଚାନେଲ ଆକ୍ଟିଭ ରହିଛି। ସେଭଳି ୟୁକ୍ରେନ୍ ଗଣମାଧ୍ୟମ ଅନୁସାରେ, ୭୫% ଲୋକ କମ୍ୟୁନିକେସନ୍ ପାଇଁ ଏହାର ବ୍ୟବହାର କରନ୍ତି।