ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଭାରତ-ଋଷ ସମ୍ପର୍କର କୌଣସି ଭବିଷ୍ୟତ ନଥିବା କହିଲା ୟୁକ୍ରେନ୍, ଯୁଦ୍ଧ ରୋକିବାକୁ ରହିଛି ନୂଆଦିଲ୍ଲୀର ଆବଶ୍ୟକତା

ନୂଆଦିଲ୍ଲୀ, ୨୯/୦୩: ଋଷ ସହ ଯୁଦ୍ଧ ଜାରି ରହିଥିବା ବେଳେ ୨ ଦିନିଆ ଭାରତ ଗସ୍ତରେ ଆସିଛନ୍ତି ୟୁକ୍ରେନ୍ ବିଦେଶ ମନ୍ତ୍ରୀ ଦିମିତ୍ରୋ କୁଲେବା । ଭାରତ ଗସ୍ତରେ ଥିବା କୁଲେବା କହିଛନ୍ତି, ‘ଭାରତ ଓ ଋଷର ଏହି ସମ୍ପର୍କ ସୋଭିଏତ୍ ସଂଘ ଅମଳରୁ ରହି ଆସିଛି । ସୋଭିଏତ୍ ସଂଘ ଏବେ ନଥିବାରୁ ୨ ଦେଶ ମଧ୍ୟରେ ଥିବା ସମ୍ପର୍କର କୌଣସି ଭବିଷ୍ଯତ ନାହିଁ ।’

ଏନଡିଟିଭିକୁ ସାକ୍ଷାତକାର ଦେଇ ଦିମିତ୍ରୋ କହିଛନ୍ତି, ମୁଁ ଭାବୁଛି ଭାରତ ଓ ୟୁକ୍ରେନ୍ ସମ୍ବନ୍ଧର ଭବିଷ୍ୟତ ଆହୁରି ଉତ୍ତମ ହୋଇ ପାରିବ । ଯଦି ଭାରତ ଓ ଋଷ ଏତେ ବିଶ୍ୱସ୍ତ ତ ଏହାର ଉପଯୋଗ ମସ୍କୋର ବ୍ୟବହାର ପରିବର୍ତ୍ତନ ପାଇଁ କରାଯାଇ ପାରିବ । ବିଶ୍ୱସ୍ତରରେ ଭାରତର ସ୍ୱର ବେଶ୍ ଗୁରୁତ୍ୱପୂର୍ଣ୍ଣ ଏବଂ ୟୁକ୍ରେନରେ ଶାନ୍ତି ପାଇଁ ଆମକୁ ଆବଶ୍ୟକତା ରହିଛି ।

ଋଷ-ୟୁକ୍ରେନ୍ ଯୁଦ୍ଧ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ଏକ ବୟାନକୁ ଦୋହରାଇଛନ୍ତି ୟୁକ୍ରେନ୍ ବିଦେଶ ମନ୍ତ୍ରୀ । କହିଛନ୍ତି, ଏହା ଯୁଦ୍ଧର ଯୁଗ ନୁହେଁ । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏବେ ୟୁରୋପରେ ଋଷ ବଡ଼ ଯୁଦ୍ଧ କରୁଛି । ଆମେ ଜାଣିଛୁ ଋଷ ସହ ଭାରତର ଆର୍ଥିକ, ବୈଷୟିକ ଓ ପ୍ରତିରକ୍ଷା ସମ୍ପର୍କ ରହିଛି । ଭାରତ ଏକ ସ୍ୱାଧୀନ ରାଷ୍ଟ୍ର ହୋଇଥିବା ବେଳେ ଋଷ ତାର ସ୍ୱାର୍ଥ ଦୃଷ୍ଟିରୁ ସମ୍ପର୍କ ରଖିଥାଏ ।

ଯୁଦ୍ଧ ଶେଷ କରିବା ଦିଗରେ ଭାରତର ଭୂମିକା ନେଇ କୁଲେବା କହିଛନ୍ତି, ଶାନ୍ତି ପ୍ରତିଷ୍ଠା ଲାଗି ଭାରତ ଗ୍ଲୋବାଲ୍ ସାଉଥ ଦେଶଗୁଡ଼ିକୁ ସାଙ୍ଗରେ ଆଣିବାରେ ଭୂମିକା ଗ୍ରହଣ କରିବ । ଯଦି ଯୁକ୍ରେନରେ ଶାନ୍ତି ଆଣିବା ଲାଗି ଭାରତ କୌଣସି ବୈଠକରେ ସାମିଲ୍ ହୁଏ ତ ଅନ୍ୟ ଦେଶ ବି ସାମିଲ୍ ହେବାକୁ ଅଧିକ ସହଜ ମନେ କରିବେ ।

ସେ ଆହୁରି କହିଛନ୍ତି, ଏହା ଦ୍ୱାରା ୟୁକ୍ରେନ୍-ଭାରତ ସମ୍ପର୍କ ଆହୁରି ଦୃଢ଼ ହେବ । ଅନ୍ତଃରାଷ୍ଟ୍ରୀୟ ଆଇନ୍ ପ୍ରତି ସମ୍ମାନ ବଢ଼ିବ । ଦୁନିଆକୁ ବାର୍ତ୍ତା ଯିବ, କେହି ବି ଜବରଦସ୍ତି ସୀମାକୁ ବଦଳାଇ ପାରିବେ ନାହିଁ । କୌଣସି ଦେଶ ତାର ପଡ଼ୋଶୀ ରାଷ୍ଟ୍ର ଉପରେ ଆକ୍ରମଣ କରି ଅଧିକାର ସାବ୍ୟସ୍ତ କରି ପାରିବ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.