ପ୍ରମୂଖ ଖବର
  • ୩ ପ୍ରସ୍ତାବରେ କ୍ୟାବିନେଟ ମୋହର : ଅଗ୍ନିବୀରଙ୍କୁ ୧୦% ସଂରକ୍ଷଣ, ବାପାଙ୍କ ମୃତ୍ୟୁ ପରେ ଚାକିରି ପାଇବ ଝିଅ
  • ||
  • ରିଆମାଳ; ପାରିବାରିକ କଲହରୁ ମହିଳାଙ୍କ ଆତ୍ମହତ୍ୟା, ପୋଲିସର ତଦନ୍ତ ଆରମ୍ଭ।
  • ||
  • ଗଣେଶ ମେଢ଼ ଭସାଣିବେଳେ ତୁମୁଳକାଣ୍ଡ: ଗୋଷ୍ଠୀ ସଂଘର୍ଷ, ୧୫ ଆହତ
  • ||
  • ଭୁବନେଶ୍ୱର: ମାଲକାନଗିରି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବନ୍ୟା ଅଞ୍ଚଳ ପରିଦର୍ଶନ କରିବେ
  • ||
  • ମୟୂରଭଞ୍ଜ: ବିଦ୍ୟୁତ ଆଘାତରେ ମାଈ ହାତୀ ମୃତ
  • ||
  • ଭୁବନେଶ୍ୱର: ଆଜି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ, ବିଭିନ୍ନ ପ୍ରସ୍ତାବ ଉପରେ ହେବ ଆଲୋଚନା
  • ||
  • ଚାନ୍ଦିପୁରରୁ କ୍ଷେପଣାସ୍ତ୍ର ପରୀକ୍ଷଣ: ଆଜି ୬ ଗ୍ରାମରୁ ୩୧୦୦ ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ
  • ||
  • ସମାକୋଇ ଜଳସେଚନ ପ୍ରକଳ୍ପକୁ ବିରୋଧ, ତେଲକୋଇରେ ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ବଙ୍ଗୋପସାଗରରେ ପୁଣି ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୧୩ ଏବଂ ୧୪ରେ ଅଧିକ ବର୍ଷା ସମ୍ଭାବନା
  • ||

ୟୁକ୍ରେନ ଉପରେ ଋଷ୍‌ର କ୍ଷେପଣାସ୍ତ୍ର ମାଡ, ୪୧ ମୃତ, ୧୮୦ ଆହତ...

ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଗତ ଅଢେଇ ବର୍ଷ ଧରି ଯୁଦ୍ଧ ଜାରି ରହିଛି । ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ଏହି ଯୁଦ୍ଧ ବନ୍ଦ ହେବାର ନାଁ ନେଉନାହିଁ । ଉଭୟ ଋଷ ଏବଂ ୟୁକ୍ରେନ କ୍ରମାଗତ ଭାବରେ ପରସ୍ପର ଉପରେ ଘାତକ ଆକ୍ରମଣ କରିଚାଲିଛନ୍ତି । ଏବେ ଋଷ ୟୁକ୍ରେନ ଉପରେ ଆକ୍ରମଣକୁ ତୀବ୍ର କରିଛି । ଋଷ ୟୁକ୍ରେନର ପୋଲଟଭା ଅଂଚଳରେ ଦୁଇଟି କ୍ଷେପଣାସ୍ତ୍ର ମାଡ କରିଛି । ଏହି ଆକ୍ରମଣରେ ୪୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୮୦ ଜଣ ଆହତ ହୋଇଥିବା ଜଣାଯାଇଛି । ଏହି ଆକ୍ରମଣ ବିଷୟରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ସୂଚନା ଦେଇଛନ୍ତି ।

ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ମଙ୍ଗଳବାର ଦିନ କହିଛନ୍ତି ଯେ, ଋଷ ଏକ ଶିକ୍ଷାନୁଷ୍ଠାନ ତଥା କେନ୍ଦ୍ରୀୟ ୟୁକ୍ରେନର ନିକଟସ୍ଥ ଡାକ୍ତରଖାନାରେ ଦୁଇଟି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଛି । ଏଥିରେ ଅତି କମରେ ୪୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୮୦ ଜଣ ଆହତ ହୋଇଛନ୍ତି । ଜେଲେନସ୍କି ତାଙ୍କ ଟେଲିଗ୍ରାମ ଚ୍ୟାନେଲରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ କହିଛନ୍ତି ଯେ ପୋଲଟାଭା ଅଞ୍ଚଳରେ ଏହି ଆକ୍ରମଣ ହୋଇଛି। 

ପୋଲଟାଭା ରାଜଧାନୀ କ୍ବିଭ୍‌ର ଦକ୍ଷିଣ-ପୂର୍ବରେ ପ୍ରାୟ ୩୫୦ କିଲୋମିଟର ଦୂରରେ ଅବସ୍ଥିତ । ଏହି ସହରଟି ମୁଖ୍ୟ ରାଜପଥ ଏବଂ ରେଳ ମାର୍ଗରେ କ୍ବିଭ୍‌ ଏବଂ ୟୁକ୍ରେନର ଦ୍ୱିତୀୟ ବୃହତ୍ତମ ସହର ଖାର୍କିଭ୍ ମଧ୍ୟରେ ଅଛି, ଯାହା ଋଷ ସୀମା ନିକଟରେ ଅବସ୍ଥିତ । ବୁଧବାର ଠାରୁ ପୋଲଟାଭା ରାଜ୍ୟପାଳ ଫିଲିପ ପ୍ରୋନିନ୍ ତିନି ଦିନିଆ ଶୋକ ଘୋଷଣା କରିଛନ୍ତି। ପ୍ରୋନିନ ଟେଲିଗ୍ରାମରେ ଲେଖିଛନ୍ତି ଯେ, ପୋଲଟାଭା ଅଞ୍ଚଳ ଏବଂ ସମଗ୍ର ୟୁକ୍ରେନ ପାଇଁ ଏହା ଏକ ବଡ଼ ଦୁଃଖଦ ଘଟଣା। ମାନବିକତା ବିରୁଦ୍ଧରେ ହୋଇଥିବା ସମସ୍ତ ଅପରାଧ ପାଇଁ ଶତ୍ରୁ ନିଶ୍ଚିତ ଭାବରେ ଏହାର ଉତ୍ତର ଦେବେ। ”

ଏହା ପୂର୍ବରୁ ରବିବାର ଦିନ ୟୁକ୍ରେନର ଖାର୍କିଭରେ ଋଷ ସେନା ମାରାତ୍ମକ ଆକ୍ରମଣ କରିଥିଲା, ଯେଉଁଥିରେ ୫ ଶିଶୁଙ୍କ ସମେତ ଅତି କମରେ ୪୭ ଜଣଙ୍କର ମୃତ୍ୟୁ ଘଟିଥିଲା। ୟୁକ୍ରେନ ଅଧିକାରୀଙ୍କ ଅନୁଯାୟୀ, ଖାର୍କିଭରେ ଥିବା ଏକ ମଲ ଉପରେ ଋଷର କ୍ଷେପଣାସ୍ତ୍ର ଆକ୍ରମଣରେ ଏହି ୪୭ ମୃତ୍ୟୁ ଘଟିଛି । ଖାର୍କିଭରେ ଋଷର ଆକ୍ରମଣ ପରେ, ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ତାଙ୍କ ପଶ୍ଚିମୀ ସହଯୋଗୀ ମାନଙ୍କ ସହ ଆଲୋଚନା କରିଥିଲେ ଏବଂ ସେମାନଙ୍କ ପକ୍ଷରୁ ମିଳିଥିବା କ୍ଷେପଣାସ୍ତ୍ର ଦ୍ବାରା ଋଷ ଉପରେ ଆକ୍ରମଣ କରିବାକୁ ଅନୁମତି ମାଗିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.