ପ୍ରମୂଖ ଖବର
  • ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ: କହିଲେ ଓଡ଼ିଶା ସହ ବଢିବ ସମ୍ପର୍କ, ବଢିବ ପୁଞ୍ଜି ନିବେଶ
  • ||
  • ଶ୍ରୀମନ୍ଦିରରେ ଲାଗୁ ହେଲା ୫ ସୂତ୍ରୀ ମାର୍ଗଦର୍ଶିକା, ଡିଜିଟାଇଜେସନ୍‌ ହେବ ସମସ୍ତ ଫାଇଲ୍‌ ଏବଂ ରେକର୍ଡ
  • ||
  • ଅଲକାଦିର ଟ୍ରଷ୍ଟ ଭ୍ରଷ୍ଟାଚାର ମାମଲା : ଇମରାନଙ୍କୁ ୧୪ ଏବଂ ପତ୍ନୀଙ୍କୁ ୭ ବର୍ଷ ଜେଲ୍‌ଦଣ୍ଡ
  • ||
  • ଶିମିଳିପାଳ ଜଗିବେ ୧ ପ୍ଳାଟୁନ୍‌ ପୁଲିସ, ଶିକାରୀ ପ୍ରବଣ ଗ୍ରାମରେ ହେବ ପାଟ୍ରୋଲିଂ
  • ||
  • କଟକ : ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା ରୁଜୁ
  • ||
  • ଭୁବନେଶ୍ୱର : ଭଙ୍ଗାହେଲା ବୈକୁଣ୍ଠ ଧାମ, ଆଶ୍ରମ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା
  • ||
  • ରାୟଗଡ଼ା : ଧୁମାଗୁଡ଼ା ଗାଁରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଶନିବାର ଦିନିକିଆ ରାୟଗଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ସମ୍ୱଲପୁର : ନବଦାସଙ୍କ ଭାଇଙ୍କ ଘରେ ବଡ଼ ଧରଣର ରେଡ୍‌, ତନାଘନା କରୁଛି ଆୟକର ଟିମ୍‌
  • ||
  • ଗଞ୍ଜାମ : କେନାଲରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କ ବଢିଲା ପାରିଶ୍ରମିକ, ଏବେ ମିଳିବ ୧୬ ହଜାର
  • ||
  • ଚାନ୍ଦବାଲି : ଗ୍ରାହକଙ୍କ ଆକାଉଣ୍ଟରୁ ଆପେ ଆପେ ଗୋଲ୍ ହେଉଛି ଟଙ୍କା, ଚିନ୍ତାରେ ଗ୍ରାହକ
  • ||
  • ଦିଗପହଣ୍ଡି : ଦ୍ରୁତଗତିରେ ଆସି ଓଲଟିଲା କଣ୍ଟେନର: ଅଳ୍ପକେ ବର୍ତ୍ତିଲେ ଲୋକେ, ଡ୍ରାଇଭର ଗିରଫ
  • ||
  • ଜମ୍ମୁ-କାଶ୍ମୀରରେ ରହସ୍ୟମୟ ରୋଗରେ ୧୫ ଶିଶୁ ମୃତ, ତଦନ୍ତ ଲାଗି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ
  • ||
  • ରାଜଧାନୀରେ ପହଞ୍ଚିଲେ ସିଙ୍ଗାପୁର ରାଷ୍ଟ୍ରପତି,ଏୟାରପୋର୍ଟରେ ଭବ୍ୟ ସ୍ବାଗତ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ
  • ||

ଦିଲ୍ଲୀର କନ୍ନାଟ ପ୍ଲେସ୍‌ରେ ଆତଙ୍କ, ସନ୍ଦେହଜନକ ଭାବେ ମିଳିଲା ଏକ ପରିତ୍ୟକ୍ତ ବ୍ୟାଗ୍‌

Published By : Prameya | May 4, 2024 5:20 PM

ନୂଆଦିଲ୍ଲୀ – ରାଜଧାନୀ ଦିଲ୍ଲୀର କନ୍ନାଟ ପ୍ଲେସ୍‌ ଅଞ୍ଚଳର ଏନ୍‌ ବ୍ଲକ୍‌ରେ, ଶନିବାର ଦ୍ୱିପ୍ରହରରେ ଏକ ପରିତ୍ୟକ୍ତ ବ୍ୟାଗ୍‌ ମିଳିବା ନେଇ ଆତଙ୍କ ଖେଳି ଯାଇଛି। ସୂଚନା ପାଇବା ପରେ ପୁଲିସ ତୁରନ୍ତ ସେଠାରେ ପହଞ୍ଚି ସଂପୃକ୍ତ ଅଞ୍ଚଳରୁ ଲୋକଙ୍କୁ ଖାଲି କରିବା ସହ ସେହି ସ୍ଥାନକୁ ଘେରାବନ୍ଦୀ କରିଛି। ଏହାସହ ଅନ୍ୟ ସ୍ଥାନରେ ମଧ୍ୟ ତଲାସୀ ଆରମ୍ଭ କରି ଦେଇଛି।

ପରିତ୍ୟକ୍ତ ବ୍ୟାଗ୍‌ ମିଳିବା ପରେ ସେଠାରେ ଆଖପାଖରେ ଠିଆ ହୋଇଥିବା ଲୋକେ ଫଟୋ ନେବା ସହ ଭିଡ଼ିଓ କରୁଥିଲେ, ପୁଲିସ ତାଙ୍କୁ ବୁଝାଇ ସେହି ସ୍ଥାନରୁ ଦୂରେଇ ଯିବାକୁ କହିଥିଲା। ଏହାସହ କହିଥିଲା କି ଏଠାରେ କୌଣସି ଖେଳ ହେଉ ନାହିଁ, ଏହା କୌଣସି ଖେଳନା ନୁହେଁ , ଯାହାର ଫିଲ୍ମ କରୁଛନ୍ତି ଆପଣ। 

ହେଲେ ପୁଲିସ ଦ୍ୱାରା ଯେବ ପରିତ୍ୟକ୍ତ ବ୍ୟାଗ୍‌ର ଯାଞ୍ଚ କରାଗଲା ତ ତା ଭିତରୁ କିଛି ମଧ୍ୟ ସଦିଗ୍ଧ ଜିନିଷ ମିଳି ନଥିଲା। ଏହା ପୂର୍ବରୁ ୧ ମେ’ , ବୁଧବାର ଦିଲ୍ଲୀର ୧୫୦ରୁ ଅଧିକ ସ୍କୁଲକୁ ପଠାଯାଇ ଥିବା ଏକ ଇମେଲରେ ଦାବି କରାଯାଇ ଥିଲା କି, ସ୍କୁଲ ପରିସରରେ ବିସ୍ଫୋରକ ରଖାଯାଇଛି। ଏହି ଧମକପୂର୍ଣ୍ଣ ମେଲ୍‌ ପରେ ସ୍କୁଲରେ ବଡ଼ ସ୍ତରରେ ଆତଙ୍କ ଖେଳି ଯାଇଥିଲା। ପାଠପଢାକୁ ରୋକି ଦିଆ ଯାଇଥିଲା ଏବଂ ଚିନ୍ତାରେ ଥିବା ମାତାପିତା ନିଜ ନିଜର ପିଲାଙ୍କୁ ନେବାକୁ ସ୍କୁଲକୁ ଦୌଡ଼ି ଥିଲେ। ସ୍କୁଲରୁ ଖାଲି କରି ତଲାସି କରାଗଲା। ହେଲେ ପରେ ଏହି ଧମକ ମିଛ ସାବ୍ୟସ୍ତ ହୋଇଥିଲା। ସେଠାରେ କିଛି ମିଳି ନଥିଲା।   

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.