ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

ଅତ୍ୟଧିକ ଗୁଳୁଗୁଳିରୁ ଅଚେତ ହେଲେ ଛାତ୍ରଛାତ୍ରୀ

ନୀଳଗିରି,୨୫/୬ : ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ବେଗୁନିଆ ପଂଚାୟତର ସ୍ଵପନେଶ୍ୱର ହାଇସ୍କୁଲର ଆଜି ୪ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ଗୁରୁତର ହୋଇପଡ଼ିଛନ୍ତି । ବିଦ୍ୟୁତ କାଟ ସାଙ୍ଗକୁ ଅତ୍ୟଧିକ ଗୁଳୁଗୁଳି ପାଇଁ ଛାତ୍ରଛାତ୍ରୀ ମାନେ ଜଣକ ପରେ ଜଣେ ଅସୁସ୍ଥ ହୋଇପଡିଥିଲେ। ୪ଜଣଙ୍କୁ ନୀଳଗିରି ମେଡ଼ିକାଲରେ ଭର୍ତ୍ତି କରାଯାଇଥିବାବେଳେ ହସ୍ପିଟାଲରେ ଅଂଶୁଘାତ ଘରେ ନ ରଖି ଅନ୍ୟ ୱାର୍ଡ଼ରେ ରଖିବା ନେଇ ଅସନ୍ତୋଷ ଲାଗି ରହିଥିଲା। 

ଖବରପାଇ ନୀଳଗିରି ବିଧାୟକ ହସ୍ପିଟାଲ ପହଂଚି ସ୍ୱାସ୍ଥ୍ୟ ଅବସ୍ଥାରେ ଯାଞ୍ଚ କରି କିଛି ଅବ୍ୟବସ୍ଥା ସୁଧାର ପାଇଁ ପରାମର୍ଶ ଦେଇଥିଲେ । ହେଲେ ବାରମ୍ବାର କହିବା ପରେ ଯେଉଁ କର୍ମଚାରୀମାନେ ସୁଧୁରୁ ନାହାନ୍ତି ତାଙ୍କ ବିରୁଦ୍ଧରେ ବାଧ୍ୟ ହୋଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.