ପ୍ରମୁଖ ଖବର
  • କେନ୍ଦ୍ରାପଡା : ପଟ୍ଟାମୁଣ୍ଡାଇ ଥାନା ବଡପଦା ଗାଁରେ ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ଲାଗିଲା ନିଆଁ, ୫ ବର୍ଷର ଶିଶୁ ମୃତ
  • ||
  • ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ କମଲନାଥ
  • ||
  • ବଲାଙ୍ଗୀର : ଓଡ଼ିଶାରେ ସବୁଠୁ ବଡ଼ IT ରେଡ୍, ୨୦ ସ୍ଥାନରେ ଚଢାଉ, ବାହାରୁଛି ବସ୍ତା ବସ୍ତା ଟଙ୍କା
  • ||
  • ଘଟଗାଁ : ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • କାଲିମେଳା : ଗାଁ ଦାଣ୍ଡରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ବ୍ରହ୍ମବରଦା : ମେଣ୍ଢା ଫାର୍ମ ହାଉସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୨୧ ମେଣ୍ଢା ଗୁରୁତର
  • ||
  • କଟକ: ଜନଶତାବ୍ଦୀ ଏକ୍ସପ୍ରେସ୍‌ର ବଗି ତଳେ ଲାଗିଲା ନିଆଁ, କଟକ ଷ୍ଟେସନରେ ଅଟକିଲା ଟ୍ରେନ୍
  • ||
  • ଭୁବନେଶ୍ୱର: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନକୁ ନା’, ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍‌ମା
  • ||
  • ଭୁବନେଶ୍ୱର: କାଲୁଆ କରିଦେଲା କୋହଲା ପାଗ, ଦିନ ତାପମାତ୍ରା ୫ ଡିଗ୍ରୀ ଖସିଗଲା
  • ||

ତେଲେଙ୍ଗାନାରେ ଭୁଶୁଡ଼ିଲା ନିର୍ମାଣାଧିନ ଷ୍ଟାଡିୟମର କାନ୍ଥ , ୩ ମୃତ ; ଉଦ୍ଧାର କାର୍ଯ୍ୟ ଜାରି

ହାଇଦ୍ରାବାଦ : ତେଲଙ୍ଗାନାର ରଙ୍ଗାରେଡ୍ଡି ଜିଲ୍ଲା ସ୍ଥିତ ମୋଇନାବାଦ ଗାଁରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଏକ ଇନଡୋର ଷ୍ଟାଡିୟମର ନିର୍ମାଣାଧିନ କାନ୍ଥର ଏକ ଭାଗ ଭୁଶୁଡ଼ି ପଡ଼ିବାରୁ ୩ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୧୦ ଜଣ ଲୋକ ଆହତ ମଧ୍ୟ ହୋଇଛନ୍ତି। 

ଉଦ୍ଧାର କାର୍ଯ୍ୟ ଖୁବ୍‌ ଜୋରରେ ଚାଲିଛି। ଘଟଣାସ୍ଥଳରୁ ଆସିଥିବା ଭିଜୁଆଲ୍ସରେ ଦେଖିବାକୁ ମିଳୁଛି କି , ଘଟଣା ସ୍ଥଳରେ ଭାଙ୍ଗି ଯାଇ ଥିବା କାନ୍ଥର ଭଗ୍ନାବଶେଷ ହଟାଇବାର କାମ ଜାରି ରହିଛି। 

କୁହାଯାଉଛି କି, ଯେଉଁ ଇନଡୋର ଷ୍ଟାଡିୟମ୍‌ର କାନ୍ଥ ଭୁଶୁଡ଼ି ପଡ଼ିଛି , ତାହା ଏକ ପ୍ରାଇଭେଟ୍‌ ଷ୍ଟାଡିୟମ। ରାଜେନ୍ଦ୍ର ନଗରର ଡିଏସପି ଜଗଦିଶ୍ୱର ରେଡ୍ଡିଙ୍କ ମୁତାବିକ , ବର୍ତ୍ତମାନ ଘଟଣାସ୍ଥଳରେ ଏକ ମୃତଦେହକୁ ବାହାର କରାଯାଇ ସାରିଛି। ସେଠାରେ ଅଧିକାରୀ ଭଗ୍ନାବଶେଷରୁ ଅନ୍ୟ ମୃତଦେହକୁ ବାହାର କରିବାରେ ପ୍ରୟାସ ଚଳାଇଛନ୍ତି । ଏହା ବ୍ୟତୀତ ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଛି। ଡିସିପି କହିଛନ୍ତି କି ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଛି ।  

  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.