ପ୍ରମୂଖ ଖବର
  • ସାଲେପୁର : ବିଦ୍ୟାଳୟରେ ପାଠ ପଢାଇଲେ ଜିଲ୍ଲାପାଳ, ବୁଲି ଦେଖିଲେ ବିଜ୍ଞାନ ଲାବୋରେଟୋରୀ
  • ||
  • ଛତ୍ରପୁର : କାରାଗାରରେ ବିଚରାଧୀନ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ
  • ||
  • ଆଠଗଡ : ଗଣେଶ ଭସାଣରେ ଛୁରା ମାଡ; ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ଵର : ବଡ଼ବଡ଼ିଆଙ୍କ କବଜାରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଆଇସିୟୁ, ସାଧାରଣ ଏବଂ ଗରିବ ରୋଗୀଙ୍କ ପାଇଁ କବାଟ ବନ୍ଦ
  • ||
  • ଭଞ୍ଜନଗର : ସହକାରୀ ଯନ୍ତ୍ରୀଙ୍କ ଘରେ ରେଡ୍‌, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • କୋଣାର୍କ : ମାନସିକ ବିକୃତ ଥିବା ବୃଦ୍ଧଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ
  • ||
  • ମାଲକାନଗିରିରେ ସୁଧୁରୁଛି ବନ୍ୟାସ୍ଥିତି, ସମୀକ୍ଷା କଲେ ଦୁଇ ବରିଷ୍ଠ ଅଧିକାରୀ
  • ||

ମାଟି ତଳେ ରହୁଥିଲେ ଆତଙ୍କୀ, ଅଣ୍ଡରଗ୍ରାଉଣ୍ଡ ସ୍ଥାନର ସନ୍ଧାନ ପାଇଲେ ସୁରକ୍ଷା ବାହିନୀ

ଶ୍ରୀନଗର – ଅଣ୍ଡର ଗ୍ରାଉଣ୍ଡରେ ରହି ଆତଙ୍କ ଚଳାଉ ଥିଲେ ଆତଙ୍କବାଦୀ। ଗୁପ୍ତ ସ୍ଥାନରେ ରହି କରୁଥିଲେ ଆତଙ୍କୀ ନକ୍ସା ପ୍ରସ୍ତୁତ। ମଙ୍ଗଳବାର ସୁରକ୍ଷା ବାହିନୀ କରିଛି ଏହାର ପର୍ଦ୍ଦାଫାସ। ଜମ୍ମୁ-କାଶ୍ମୀରର ରାଜୌରୀରେ ଏକ ଅଣ୍ଡରଗ୍ରାଉଣ୍ଡ ଆତଙ୍କବାଦୀ ସ୍ଥାନକୁ ସନ୍ଧାନ କରିଥିବା ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଅଧିକାରୀଙ୍କ ମୁତାବିକ, ସୀମାବର୍ତ୍ତୀ ଜିଲ୍ଲାର ଦରହାଲ ଅଞ୍ଚଳର ସାଗରବତ ଜଙ୍ଗଲରେ ପୁଲିସ , ସେନା ଓ କେନ୍ଦ୍ରୀୟ ରିଜର୍ଭ ପୁଲିସ ବାହିନୀ (ସିଆରପିଏଫ)ର ମିଳିତ ଦଳ ଦ୍ୱାରା ଘେରାବନ୍ଦୀ ଓ ତଲାସୀ ଅଭିଯାନ ବେଳେ ଗୁପ୍ତରେ ଥିବା ଏହି ସ୍ଥାନ ସବୁ ଜଣାପଡ଼ି ଥିଲା।

ସୁରକ୍ଷା ବାହିନୀ କହିଛି କି, ଆତଙ୍କୀଙ୍କ ଅଣ୍ଡରଗ୍ରାଉଣ୍ଡ ଠିକଣାରୁ ରୋଷେଇ ଗ୍ୟାସ୍‌ , କମ୍ୱଳ ଓ ବର୍ତନ ସମେତ ବହୁ ମାତ୍ରାରେ ଦୈନିକ ବ୍ୟବହାରର ବସ୍ତୁ ସବୁ ଜବତ କରାଯାଇଛି। 

ଏହା ବ୍ୟତୀତ , ସୁରକ୍ଷା ବାହିନୀ ଆତଙ୍କବାଦୀ ବିରୋଧୀ ଅଭିଯାନ ଅନୁସାରେ, ଉଧମପୁର ଜିଲ୍ଲାର ବସନ୍ତଗଡର ବଲୋଥା ଅଞ୍ଚଳରେ ଏକ ଗୁପ୍ତ ସ୍ଥାନ ବିଷୟରେ ଜାଣି ପାରିଥିଲେ। ଅଧିକାରୀମାନେ କହିଛନ୍ତି କି ତଲାସୀ ଅଭିଯାନ ବେଳେ କାହାକୁ ଗିରଫ କରାଯାଇ ନାହିଁ, କାରଣ ତଲାସୀ ଅଭିଯାନ ଆରମ୍ଭ ହେବା ପୂର୍ବରୁ ହିଁ ଆତଙ୍କବାଦୀ ଫେରାର ହୋଇ ଯାଇ ଥିଲେ। ସେ କହିଛନ୍ତି, ସୁରକ୍ଷାବାହିନୀ ଆତଙ୍କବାଦୀ ବିରୋଧୀ ଅଭିଯାନ ବେଳେ ଉଧମପରୁ ଜିଲ୍ଲାର ବସନ୍ତଗୁଡର ବଲୋଥା ଅଞ୍ଚଳରେ ଏକ ଗୁପ୍ତ ଠିକଣାର ମଧ୍ୟ ପର୍ଦ୍ଦାଫାସ କରିଛନ୍ତି।

ଅଧିକାରୀମାନେ କହିଛନ୍ତି କି, ପରିତ୍ୟକ୍ତ ସ୍ଥାନରୁ କିଛି ଖାଦ୍ୟ ସାମଗ୍ରୀ ମିଳିଛି। ସୋମବାର ବସନ୍ତଗଡ଼ରେ ତଲାସୀ ଅଭିଯାନ ଦ୍ରୁତ କରାଯାଇ ଥିଲା, ଯେତେବେଳେ ଆତଙ୍କବାଦୀମାନେ ସିଆରପିଏ୍‌ଫ ଓ ପୁଲିସର ମିଳିତ ଗସ୍ତ ଟିମ୍‌ ଉପରେ ଗୁଳିଚାଳନା କରିଥିଲେ , ଏଥିରେ ଅର୍ଦ୍ଧ ସାମରିକ ବାହିନୀର ନିରୀକ୍ଷକ ରାଙ୍କର ଜଣେ ଅଧିକାରୀ ସହିଦ ହୋଇ ଯାଇଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.