ପ୍ରମୁଖ ଖବର
  • ଚଣ୍ଡିଗଡ଼ ମେୟର ନିର୍ବାଚନ: ଆପ୍‌ ପ୍ରାର୍ଥୀ ବିଜୟୀ , ଫଳାଫଳ ଘୋଷଣା କଲେ ସୁପ୍ରିମକୋର୍ଟ
  • ||
  • ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ: ଇଣ୍ଡିଆନ୍ ସ୍କ୍ବାର୍ଡକୁ ଫେରିବେ କେ.ଏଲ୍‌ ରାହୁଲ
  • ||
  • କଣ୍ଟାବାଞ୍ଜି ବିଧାୟକଙ୍କୁ ହତ୍ୟା ଧମକ ଘଟଣା, ନଗର କଂଗ୍ରେସ କମିଟି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ମଙ୍ଗଳବାର ଦିନିକିଆ ସମ୍ବଲପୁର ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଲୋକାର୍ପଣ ହେବ ସ୍କିଲ୍‌ ଇଣ୍ଡିଆ ସେଣ୍ଟର
  • ||
  • ମାଟ୍ରିକ୍ ପରୀକ୍ଷା ପୂର୍ବରୁ ଝୁଲିପଡିଲେ ଛାତ୍ର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୨୦୨୪-୨୫ ପର୍ବପର୍ବାଣୀ ତାଲିକା ପ୍ରକାଶ: ଜୁନ୍‌ ୨୨ରେ ସ୍ନାନ ଯାତ୍ରା, ଜୁଲାଇ ୭ରେ ଶ୍ରୀଗୁଣ୍ଡିଚା
  • ||
  • ରାଜ୍ୟର ୯୬ ଲକ୍ଷ ପରିବାରକୁ ମିଳିବ ହଜାରେ ଲେଖାଏଁ, ଆଜି ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ବୁର୍ଜା ଛକ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା: ଚାଲିଗଲା ଦୁଇ ଜୀବନ, ୨ ଆହତ
  • ||
  • ମଙ୍ଗଳବାର ବରଗଡ଼ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଗଙ୍ଗାଧର ସେଚ ପ୍ରକଳ୍ପର କରିବେ ଲୋକାର୍ପଣ
  • ||
  • ମାଘରେ ବଢ଼ୁଛି ତାତି: ଟିଟଲାଗଡ଼ ପାଲଟିଲାଣି ତତଲା ସହର, ୩୬ ଡିଗ୍ରୀ ପାର୍ ତାପମାତ୍ରା, ୨୪ରୁ ଘଡଘଡି ସହ ବର୍ଷା ସମ୍ଭାବନା
  • ||
  • ମଙ୍ଗଳବାରଠୁ ମାଟ୍ରିକ ପରୀକ୍ଷା: ୫ଲକ୍ଷ ୫୧ ହଜାର ୬୨୧ଛାତ୍ରଛାତ୍ରୀ ଦେବେ ପରୀକ୍ଷା, କପି ଜଗିବ AI କ୍ୟାମେରା
  • ||

ସାଧାରଣ ନିର୍ବାଚନ ପୂର୍ବରୁ ଅନ୍ତରୀଣ ବଜେଟ୍‌: ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୦୧/୦୨: ପ୍ରଧାନମନ୍ତ୍ରୀ କିଷାନ୍‌ ଟଙ୍କା ବଢ଼ିପାରେ । ଆୟକର ଦାତାଙ୍କ ପାଇଁ ଖୁସି ଖବର । ମେକ୍‌-ଇନ୍‌ ଇଣ୍ଡିଆ ଓ ଷ୍ଟାର୍ଟ ଅପ୍‌କୁ ବୁଷ୍ଟର୍‌ ଡୋଜ୍‌ । ବେରୋଜଗାରଙ୍କ ପାଇଁ ଆଶାର କିରଣ....

ଏମିତି ଅନେକ ଆଶା ବାନ୍ଧିଛନ୍ତି ଲୋକେ ବଜେଟ୍‌ ରୂପରେଖକୁ ନେଇ । ଗୁରୁବାର ପୂର୍ବାହ୍ନ ୧୧ଟାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଅନ୍ତରୀଣ ବଜେଟ୍‌ ପ୍ରସ୍ତାବ ଆଗତ କରିବେ । ଆଗକୁ ସାଧାରଣ ନିର୍ବାଚନ । ଏଣୁ ପୂର୍ଣ୍ଣାଙ୍ଗ ବଜେଟ୍‌ ବଦଳରେ ଲେଖାନୁଦାନ ବଜେଟ୍‌ ଆଗତ ହେବ । ବର୍ଷକର ଆୟବ୍ୟୟ ହିସାବ ଦେଇ ସରକାର ପ୍ରଥମ ୪ ମାସର ଖର୍ଚ୍ଚ ଅନୁମତି ମାଗିବେ ।

ଏକଥା ସତ ଯେ ଲେଖାନୁଦାନ ବଜେଟ୍‌ରେ ସରକାର କୌଣସି ନୂଆ ଯୋଜନା କିମ୍ବା ମତଦାତାଙ୍କ ମନ ଜିଣିଲା ଭଳି କାର୍ଯ୍ୟକ୍ରମ ଘୋଷଣା କରି ପାରିବେ ନାହିଁ । କିନ୍ତୁ ଅର୍ଥନୀତିକୁ ଶିଖରରେ ପହଞ୍ଚାଇବା ପାଇଁ ଏକ ମାନଚିତ୍ର ଆଙ୍କି ପାରିବେ । ୨୦୩୦ ସୁଦ୍ଧା ଭାରତକୁ ୭ ବିଲିୟନ୍‌ ଡଲାର୍‌ ଅର୍ଥନୀତିରେ ପରିଣତ କରିବା ଲାଗି ଦିଗ ଦେଖାଇ ପାରିବେ ।

ଆଗକୁ ନିର୍ବାଚନ । ଏଣୁ ବଜେଟ୍‌ କଟକଣା ସତ୍ତେ୍ୱ ମତଦାତାଙ୍କୁ ଏକ ସୁନେଲି ଭବିଷ୍ୟତ ଦେଖାଇବା ସୁଯୋଗକୁ ସରକାର କେବେ ବି ହାତଛଡ଼ା କରିବେ ନାହିଁ । ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାରେ ଆଗକୁ ଟଙ୍କା ବର୍ଷା ହେବ ବୋଲି ଇସାରା ଦେଇପାରନ୍ତି ଅର୍ଥମନ୍ତ୍ରୀ । ଅର୍ଥନୀତିର ସବୁ ସମସ୍ୟା, ପ୍ରତିଟି ବର୍ଗ ମତଦାତାଙ୍କ ଆଶା ଓ ଆକାଂକ୍ଷାର ସମାଧାନ ସୂତ୍ର ସରକାର ବାହାର କରି ସାରିଛନ୍ତି, ଯାହା ପୂର୍ଣ୍ଣାଙ୍ଗ ବଜେଟ୍‌ରେ ଘୋଷଣା ହେବ ବୋଲି ସୂଚାଇ ପାରନ୍ତି ।

କେତେ ନିର୍ବାଚନ ଛାପ ରହିବ ବଜେଟ୍‌ରେ ?

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୂର୍ବ ବଜେଟ୍‌ରେ ‘ନୂଆ ଟିକସ ଢାଞ୍ଚା’ ଅଧୀନରେ ଟିକସ ମୁକ୍ତ ଆୟ ସୀମାକୁ ୭.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କରିଥିଲେ । କିନ୍ତୁ ପୁରୁଣା ଟିକସ ବ୍ୟବସ୍ଥାକୁ ନେଇ କୌଣସି ପରିବର୍ତ୍ତନ କରି ନ ଥିଲେ । ପୁରୁଣା ଟିକସ ବ୍ୟବସ୍ଥାରେ ଲୋକେ ଅନେକ ପ୍ରକାର ସଞ୍ଚୟ ଏବଂ ଗୃହ ଋଣ ଆଦିରେ ଟିକସ ଛାଡ଼ ସୁବିଧା ନେଇଥାନ୍ତି । ମଧ୍ୟବିତ୍ତଙ୍କ ମଧ୍ୟରେ ସଞ୍ଚୟ ବଢ଼ାଇବା ପାଇଁ ଟିକସ ରିହାତି ପ୍ରଦାନ କରାଯାଇଥାଏ । ଆଶା ରହିଛି ଯେ, ଏଥର ସରକାର ଟିକସ, ଗୃହ ଋଣ ଆଦିକୁ ନେଇ ଟିକସ ଛାଡ଼ ସୀମା ବଢ଼ାଇପାରନ୍ତି । 

ବଜେଟ୍‌ରୁ ମଧ୍ୟବିତ୍ତ ଆଶା ରଖିଛନ୍ତି ଯେ, ଏହି ବଜେଟ୍‌ରେ ନିଯୁକ୍ତି ଉପରେ ଯଥେଷ୍ଟ ଧ୍ୟାନ ଦିଆଯାଇପାରେ । ଏଭଳି ନୀତି ଆସିପାରେ, ଯାହାଦ୍ୱାରା ମଧ୍ୟବିତ୍ତ ସଶକ୍ତ ହେବେ । ନିର୍ବାଚନକୁ ଆଖି ଆଗରେ ରଖି ଏହି ବର୍ଗଙ୍କୁ ସରକାର ଖୁସି କରିପାରନ୍ତି ।

ଆଶା ରହିଛି ଯେ, ଆୟ କର ଆଇନର ଧାରା ୮୦ସି ଅଧୀନରେ ବାର୍ଷିକ ଛାଡ଼ ସୀମା ୧.୫ ଲକ୍ଷ ଟଙ୍କାରୁ ଅଧିକ କରାଯାଇପାରେ । ଯଦି ଏହା ହୁଏ ତେବେ ପିପିଏଫ୍‌ରୁ ଆରମ୍ଭ କରି ବୀମା ଉପରେ ଦିଆଯାଉଥିବା ଟିକସ ଛାଡ଼ ଅଧିକ ହେବ । ଏହାର ଲାଭ ମଧ୍ୟବିତ୍ତ ଏବଂ ବେତନଭୋଗୀଙ୍କୁ ମିଳିବ । 

ମଧ୍ୟବିତ୍ତଙ୍କୁ ଦେଶର ଆମ୍‌ ଆଦ୍‌ମୀ ବି କୁହାଯାଇଥାଏ । ସେମାନଙ୍କ ମୌଳିକ ଆବଶ୍ୟକତା ଏବେ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ବାସଗୃହ ପାଲଟିଛି । ଏହି ବଜେଟ୍‌ରେ ଶସ୍ତା ବାସଗୃହ ସ୍କିମ୍‌ରୁ ଆରମ୍ଭ କରି ଶିକ୍ଷା ପାଇଁ ଉନ୍ନତ ନୀତି ଏବଂ ଉତ୍ତମ ସ୍ୱାସ୍ଥ୍ୟ କଭରେଜ୍‌ ମିଳିବା ଆଶା ରହିଛି । 

ବିଶେଷଜ୍ଞଙ୍କ ମତରେ, ଏହି ବଜେଟ୍‌ରେ ଆୟ କର ରିହାତି ବଢ଼ାଯାଇପାରେ । ଫଳରେ ମଧ୍ୟବିତ୍ତଙ୍କ ହାତକୁ କିଛି ଟଙ୍କା ଆସିବ । ଏହାବ୍ୟତୀତ ଉତ୍ପାଦନ ସଂଯୁକ୍ତ ପ୍ରୋତ୍ସାହନ(ପିଏଲ୍‌ଆଇ) ଯୋଜନା ପରିସରରେ ଆଉ କିଛି କ୍ଷେତ୍ରକୁ ସାମିଲ କରାଯାଇପାରେ । 

ସେହିଭଳି ମହିଳାଙ୍କ ବିକାଶ ପାଇଁ ମଧ୍ୟ କିଛି ଘୋଷଣା କରାଯାଇପାରେ । ସେମାନଙ୍କ ପାଇଁ ସଞ୍ଚୟ ଯୋଜନାଗୁଡ଼ିକୁ ପ୍ରୋତ୍ସାହିତ କରିବା ପାଇଁ କିଛି ପ୍ରସ୍ତାବ ଆଣିପାରନ୍ତି ଅର୍ଥମନ୍ତ୍ରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.