ପ୍ରମୂଖ ଖବର

ନୀଳଗିରିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମାରାଥନ ପ୍ରଚାର

ନୀଳଗିରି,୨୭/୫(ଆ.ପ୍ର) : ବାଲେଶ୍ଵର ଜିଲ୍ଲା ନୀଳଗିରିକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଗସ୍ତ କରିଛନ୍ତି।  ସାଂସଦ ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ ଓ ନୀଳଗିରି ବିଧାୟକ ପ୍ରାର୍ଥୀ ସନ୍ତୋଷ ଖଟୁଆଙ୍କ ସହିତ ଏକ ବିଶାଳ ଶୋଭାଯାତ୍ରାରେ   ନୀଳଗିରି  ସହରରେ ପ୍ରଚାର କରିଥିଲେ ।

କେସି ହାଇସ୍କୁଲ ପଡିଆ ଠାରେ ଶୋଭାଯାତ୍ରା ପହଞ୍ଚିବା ପରେ ଆୟୋଜିତ ନିର୍ବାଚନୀ ସଭାରେ ନୀଳଗିରି ବାସୀକୁ ସମ୍ବୋଧିତ କରିଥିଲେ। ରାଜ୍ୟ ସରକାର ଙ୍କ ଉପରେ ବର୍ଷି ବିଜେପି ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ତାର ଉତ୍ତର ରଖିଥିଲେ।ବିଜେପି ଦଳର ସମସ୍ତ ନେତା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବାକୁ ଯୋଗ୍ୟତା ରଖିଛନ୍ତି ବୋଲି କହିଥିଲେ। କେନ୍ଦ୍ର ଓ ରାଜ୍ୟରେ ଉଭୟ ସରକାର ପାଇଁ ଡବଲ ଫୁଲରେ ଭୋଟ ଦେଇ ସାଂସଦ ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ ଓ ନୀଳଗିରି ବିଧାୟକ ପ୍ରାର୍ଥୀ ସନ୍ତୋଷ ଖଟୁଆଙ୍କୁ ଜିତାଇବାକୁ ଆହ୍ୱାନ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.