ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

‘ଏନଆରସି ଲାଗୁ ହେଲେ ଦେଶ ଜାଳିଦେବୁ’; କେନ୍ଦ୍ରମନ୍ତ୍ରୀଙ୍କୁ ମିଳିଲା ଧମକପୂର୍ଣ୍ଣ ଚିଠି

Image Courtesy: indiatv

ନୂଆଦିଲ୍ଲୀ: ଦେଶବ୍ୟାପୀ ନାଗରିକତା ସଂଶୋଧନ ଆଇନ୍‌ ବା ସିଏଏ ଲାଗୁ କରାଯାଇଛି । ଏଭଳି ସ୍ଥିତିରେ ଏନଆରସି ଲାଗୁ ହେବା ନେଇ ଚର୍ଚ୍ଚା ଲାଗି ରହିଛି । ଏନଆରସିକୁ ବିରୋଧ ମଧ୍ୟ କରାଯାଉଛି । ଏସବୁ ଭିତରେ ଏନଆରସିକୁ ନେଇ କେନ୍ଦ୍ରମନ୍ତ୍ରୀ ଶାନ୍ତନୁ ଠାକୁରଙ୍କୁ ଧମକପୂର୍ଣ୍ଣ ପତ୍ର ମିଳିଛି । ଏହି ଚିଠି ଆତଙ୍କବାଦୀ ସଂଗଠନ ଲଶ୍କର-ଏ ତୋଇବା ପଠାଇଥିବା କୁହାଯାଉଛି । 

କେନ୍ଦ୍ରମନ୍ତ୍ରୀଙ୍କୁ ମିଳିଥିବା ଏହି ଚିଠି ବଙ୍ଗଳା ଭାଷାରେ ଲେଖାହୋଇଛି ।  ଏନଆରିସି ଲାଗୁ ହେଲେ ଦେଶକୁ ଜାଳିଦେବୁ ବୋଲି ପତ୍ରରେ ଲେଖାହୋଇଛି ।   କେନ୍ଦ୍ରମନ୍ତ୍ରୀ ଏବଂ ବିଜେପି ନେତା ଶାନ୍ତନୁ ଠାକୁର ଦାବି କରିଛନ୍ତି ଯେ, ଆତଙ୍କବାଦୀ ସଂଗଠନ ଲଶ୍କର-ଏ ତୋଇବା ପଶ୍ଚିମବଙ୍ଗରେ ଏନଆରସି ଲାଗୁ ହେଲେ ଦେଶକୁ ଜାଳିଦେବ ବୋଲି ଧମକ ଦେଇଛି । 

ଏହା ବ୍ୟତୀତ ବଙ୍ଗଳା ଭାଷାରେ ଟାଇପ ହୋଇଥିବା ଏହି ପତ୍ରରେ, ଏନଆରସି ମାଧ୍ୟମରେ ଯଦି କୌଣସି ମୁସଲମାନଙ୍କୁ ଉତ୍ପୀଡ଼ନ କରାଯାଏ ତେବେ ମତୁଆ ସମୁଦାୟକଙ୍କ ତୀର୍ଥସ୍ଥାନ ‘ଠାକୁରବାରି’କୁ ଧ୍ବଂସ କରିଦିଆଯିବ ବୋଲି ମଧ୍ୟ ଧମକ ଦିଆଯାଇଛି । କେନ୍ଦ୍ରୀୟ ପୋତ, ନୌବାହାକ ଏବଂ ଜଳମାର୍ଗ ରାଜ୍ୟ ମନ୍ତ୍ରୀ ଶାନ୍ତନୁ ଠାକୁର ସାମ୍ବାଦିକଙ୍କୁ କହିଛନ୍ତି ଯେ, ଏଭଳି ପତ୍ର ପାଇ ମୁଁ ସ୍ତବ୍ଧ । ମୁଁ ମୋ ବିଭାଗକୁ ସୂଚନା ଦେଇଛି । 

ସେପଟେ ଏନେଇ ପୋଲିସ ପାଖରେ କୌଣସି ଅଭିଯୋଗ ହୋଇନଥିବା ନେଇ ବୋନଗାଁ ଏସପି ଦିନେଶ କୁମାର କହିଛନ୍ତି । ଚିଠିରେ ଦସ୍ତଖତ କରିଥିବା ବ୍ୟକ୍ତି ୨୪ ପ୍ରଗଣାରେ ରହୁଥିବା ଲଶ୍କର-ଏ ତୋଇବାର ସଦସ୍ୟ ବୋଲି କୁହାଯାଉଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.