ପ୍ରମୂଖ ଖବର
  • ଦାର୍ଜିଲିଂରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା, ଏକ୍ସପ୍ରେସ୍ ଟ୍ରେକ୍‌କୁ ପଛ ପଟୁ ଧକ୍କା ଦେଲ ମାଲବାହୀ ଟ୍ରେନ୍, ୮ ଯାତ୍ରୀ ମୃତ, ୨୦ରୁ ଅଧିକ ଆହତ
  • ||
  • ନୀଳଗିରି: ରଜ ଉତ୍ସବରେ ଅଘଟଣ।ଝାଡ଼ାବାନ୍ତି ରେ ୯ ଗୁରୁତର ,୨ ଅସୁସ୍ଥ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି, ମଙ୍ଗଳବାର ଋକ୍ମିଣୀ ବିବାହ ଉତ୍ସବ
  • ||
  • ସରିଲା ଗ୍ରୀଷ୍ମ ଛୁଟି, କାଲିଠୁ ଖୋଲିବ ସ୍କୁଲ: ଶିକ୍ଷକ ଆସି କରିବେ ସମସ୍ତ ବ୍ୟବସ୍ଥା
  • ||
  • ନୂଆପଡା ଲଛିପୁର ଛକରେ ଟ୍ରାକ୍ଟର୍କୁ ପିଟିଲା କାର, ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||
  • ନାକେଦମ୍‌ କଲାଣି ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳି: ଆଗଉନି ମୌସୁମୀ, ବର୍ଷା ଗାଏବ
  • ||

ୟୁପିରେ ଭୟଙ୍କର ଦୁର୍ଘଟଣା: ଯାତ୍ରୀବାହୀ ବସ ଉପରେ ଓଲଟିପଡିଲା ହାଇଓ୍ବା,୧୧ ଶ୍ରଦ୍ଧାଳୁଙ୍କ ଚାଲିଗଲା ଜୀବନ

ନୂଆଦିଲ୍ଲୀ ୨୬/୦୫ ୟୁପି ଶାହଜାହାନପୁରରେ ଭୟଙ୍କର ସଡକ ଦୁର୍ଘଟଣା। ଭଲଭୋ ବସ୍‌ ଧକ୍କା ଦେବା ଭାରସାମ୍ୟ ହରାଇ ଓଲଟିଲା ଗୋଡ଼ି ବୋଝେଇ ହାଇଓ୍ବା ଟ୍ରକ୍। ଦୁର୍ଘଟଣା ୧୧ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ବସ୍ ଭିତରେ ୭୦ରୁ ଅଧିକା ଯାତ୍ରୀ ଥିବା ଜଣାପଡିଛି। ସମସ୍ତ ଆହତଙ୍କୁ ଯାତ୍ରୀବାହୀ ବସ୍ ଭିତରୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣା  ଖୁଟାର ଅଞ୍ଚଳ ଅନ୍ତର୍ଗତ ଗୋଲା ବାଇପାସ୍ ରୋଡ ଠାରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ।  

ସୂଚନା ମୁତାବିକ, ସୀତାପୁରରୁ ଉତ୍ତରାଖଣ୍ଡ ପୂର୍ଣ୍ଣିଗିରି ଅଭିମୁଖେ ଏକ  ଯାତ୍ରୀବାହୀ ଭଲଭୋବସ୍‌ରେ ପ୍ରାୟ ୭୦ଜଣ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିଲେ ।ବସ୍ ରାତ୍ରୀ ଭୋଜନ ପାଇଁ ଏକ ଢାବା ଠାରେ ଅଟକି ଥିଲା। ଏହି ସମୟରେ ଏକ ହାଇଓ୍ବା ଟ୍ରକ୍ ଆସି ଭାରସାମ୍ୟ ହରାଇ ସାଇଡ୍‌କୁ ଧକ୍କା ଦେଇଥିଲା । ଯେଉଁଥିରେ ଟ୍ରକ୍‌ଟି ଭାରସାମ୍ୟ ହରାଇ ବସ୍ ଉପରେ ଓଲଟି ପଡିଥିଲା। ବସ୍‌ରେ ବସିଥିବା ଶ୍ରଦ୍ଧାଳୁମାନେ ଚାପି ହୋଇଯାଇଥିଲେ। ସ୍ଥାନୀୟଲୋକଙ୍କ ସାହାଯ୍ୟରେ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ। ଦୁର୍ଘଟଣାର ଖବର ପାଇବା ମାତ୍ରେ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ମୃତଦେହକୁ ଉଦ୍ଧାର କରି ଉଭୟ କ୍ଷତିଗ୍ରସ୍ତ ଗାଡି ଜବତ କରି ଏକ ମାମଲା ରୁଜୁ କରିଥିଲା।

ଶାହଜାହାନପୁର ଡିଏମ କହିଛନ୍ତି ଯେ ଟ୍ରକକୁ ଧକ୍କା ଦେବା ପରେ ଏହା ବସ୍‌ ଉପରେ ଓଲଟି ପଡିଥିଲା। ଯେଉଁମାନେ ମୃତ୍ୟୁବରଣ କରିଥିଲେ ସେମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ଏବଂ ଶିଶୁ ଥିଲେ । କାରଣ ପୁରୁଷମାନେ ଖାଦ୍ୟ ଆଣିବାକୁ ବାହାରକୁ ଯାଇଥିଲେ। ପ୍ରାୟ ୩ ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। ବସ୍ କାଟି ମୃତକଙ୍କ ମୃତଦେହକୁ ବାହାରକୁ ନିଆଯାଇଥିଲା। ଏହି ଦୁର୍ଘଟଣା ରାତି ପ୍ରାୟ ୧୧:୩୦ ସମୟରେ ଘଟିଥିଲା।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.