ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ୟୁପିରେ ସମାଜବାଦୀ ପାର୍ଟି ୩୬ ଆସନରେ ଆଗୁଆ:ହାରିଲେ ସ୍ମୃତି ଇରାନୀ, ବିଜେପି ହାତରୁ ଖସିଲା ଅଯୋଧ୍ୟା

ଲକ୍ଷ୍ନୌ,୪।୬: ଉତ୍ତର ପ୍ରଦେଶର ୮୦ ଲୋକସଭା ଆସନରେ ମତଗଣନା ଜାରି ରହିଛି। ଏବେ ଫଳାଫ ଆସିବାକୁ ଯାଉଛି। ଅପରାହ୍ନ ସାଢେ ୪ଟା ସୁଦ୍ଧା ବିଜେପି ୩୫, କଂଗ୍ରେସ ୭, ରାଷ୍ଟ୍ରୀୟ ଲୋକଦଳ ୨, ଆଜାଦ ସମାଜ ପାର୍ଟି ଗୋଟିଏ ଓ ଆପନା ଦଳ ମଧ୍ୟ ଗୋଟିଏ ଆସନରେ ଆଗୁଆ ଅଛି। ରାହୁଲ ଗାନ୍ଧି ୪ ଲକ୍ଷରୁ ଅଧିକ ଭୋଟରେ ଜିତିଛନ୍ତି। ସେଭଳି ଆମେଠିରୁ ସ୍ମୃତି ଇରାନୀ ହାରି ଯାଇଛନ୍ତି। ଲକ୍ଷୀପୁର ଖିରିରୁ ଅଜୟ ଟେନିଙ୍କୁ ମଧ୍ୟ ପରାଜୟର ମୁହଁ ଦେଖିବାକୁ ମିଳିଛି। ସେଭଳି ବିଜେପି ହାତରୁ ଖସି ଯାଇଛି ଅଯୋଧ୍ୟା। ସେଠାରୁ ଲ୍ଲୁ ସିଂହ ହାରି ଯାଇଛନ୍ତି।

ଅନ୍ୟପକ୍ଷେ ବିଧାନସଭା ଉପ ନିର୍ବାଚନରେ ଶାସକ ବିଜେପି ଓ ମୁଖ୍ୟ ବିରୋଧି ସମାଜବାଦୀ ପାର୍ଟି ଭିତରେ କଡା ମୁକାବିଲା ଦେଖିବାକୁ ମିଳିଛି। ଦୁଇ ଦଳ ଦୁଇଟି ଲେଖାଏଁ ବିଧାନସଭା କ୍ଷେତ୍ରରେ ଆଗୁଆ ଚାଲିଛନ୍ତି। ବିଜେପି ପ୍ରାର୍ଥୀ ଲକ୍ଷ୍ନୌ ପୂର୍ବ ଓ ଦଦରୌଲ ଆସନରୁ ଆଗୁଆ ଅଛନ୍ତି। ସେଭଳି ସମାଜବାଦୀ ପାର୍ଟିର ପ୍ରାର୍ଥୀ ଗୈସଣ୍ଡି ଓ ଦୁଦ୍ଦି(ସଂରକ୍ଷିତ) ବିଧାନସଭା ଆସନରୁ ଆଗୁଆ ଅଛି।

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.