ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ନିଶା ହେଲା କାଳ, ମା’ ପତ୍ନୀ ଓ ୩ ଛୁଆଙ୍କ ଜୀବନ ନେଇ ନିଜକୁ ଗୁଳି କଲା ଅଭିଯୁକ୍ତ

ସୀତାପୁର,୧୧।୫: ଉତ୍ତରପ୍ରଦେଶର ସୀତାପୁରରେ ଘଟିଛି ଏକ ଲୋମଟାଙ୍କୁରା ହତ୍ୟା ମାମଲା। ଜଣେ ବ୍ୟକ୍ତି ପ୍ରଥମେ ନିଜ ପରିବାରର ପାଞ୍ଚ ଜଣଙ୍କୁ ହତ୍ୟା କରିବା ପରେ ନିଜେ ଗୁଳି କରି କରିଛି ଆତ୍ମହତ୍ୟା। ମଥୁରା ଥାନା ଅଧୀନ ପହ୍ଲାପୁର ଗାଁରେ ଏହି ସାଂଘାତିକ ଘଟଣା ଘଟିଛି। ଗାଁର ଅନୁରାଗ ସିଂହ (୪୫) ଗତ ରାତିରେ ନିଜ ହାତରେ ନିଜ ପରିବାରକୁ କରିଦେଇଛି ନିଶ୍ଚିହ୍ନ।

ଅଭିଯୁକ୍ତ ଅନୁରାଗ ପ୍ରଥମେ ସେ ନିଜ ମା’ ୬୨ ବର୍ଷୀୟା ସାବିତ୍ରୀ ଦେବୀଙ୍କୁ ଗୁଳି ମାରିଥିଲା। ଏହା ପରେ ପତ୍ନୀ ପ୍ରିୟଙ୍କା ସିଂହଙ୍କ ମୁଣ୍ଡକୁ ହାତୁଡ଼ିରେ ପିଟି କରିଥିଲା ହତ୍ୟା। ସେତିକିରେ ମନ ବୁଝିନଥିଲା ନିଶାସକ୍ତ ଅଭିଯୁକ୍ତର। ନିଜର ୩ ଛୁଆ ୧୨ ବର୍ଷୀୟା ଓ ୮ ବର୍ଷୀୟା ଝିଅ ଓ ୪ ବର୍ଷର ପୁଅକୁ ଛାତକୁ ନେଇ ତଳକୁ ଫୋପାଡ଼ି ଦେଇଥିଲା। ଫଳରେ ୩ ସନ୍ତାନଙ୍କର ମୃତ୍ୟୁ ହୋଇଛି। ପରିବାରର ୫ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିବା ପରେ ଅଭିଯୁକ୍ତ ନିଜେ ଗୁଳି କରି ଆତ୍ମହତ୍ୟା କରିଥିଲା। 

ପୋଲିସ ଘଟଣାସ୍ଥଳରେ ପହଁଞ୍ଚି  ସମସ୍ତ ମୃତଦେହକୁ ଜବତ କରିବା ପରେ  ପୋଷ୍ଟମର୍ଟମ ପାଇଁ ପଠାଇ ଦିଆଯାଇଛି। ହତ୍ୟା କାରଣ ନେଇ ମୃତକଙ୍କ ସମ୍ପର୍କୀୟ ଏବଂ ଆଖପାଖ ଲୋକଙ୍କୁ ପୋଲିସ ପଚରା ଉଚରା କରିଛି। ପ୍ରାଥମିକ ତଦନ୍ତ ପରେ ଜଣାପଡିଛି ଯେ, ଅଭିଯୁକ୍ତର ପରିବାର ନିଶାମୁକ୍ତି କେନ୍ଦ୍ରକୁ ତାକୁ ପଠାଇବାକୁ ଚାହୁଁଥିଲେ। ଏହି କାରଣରୁ ଅନୁରାଗର ପରିବାର ସହିତ ଝଗଡା ହୋଇଥିଲା। ଏହାପରେ ସେ ପରିବାରର ସବୁ ସଦସ୍ୟଙ୍କୁ ଗୋଟି ଗୋଟି କରି ମାରିଥିଲା।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.