ନୂଆଦିଲ୍ଲୀ,୨୩/୮: ଆଜି ଉତ୍ତରପ୍ରଦେଶରେ ପୁଲିସ୍ କନଷ୍ଟେବଳ ନିଯୁକ୍ତି ପରୀକ୍ଷା। ହେଲେ ପରୀକ୍ଷା ପୂର୍ବରୁ ଏସଟିଏଫର ବଡ କାର୍ୟ୍ୟାନୁଷ୍ଠାନ। ଗୋରଖପୁରର ଜଣେ ମହିଳା ପୋଲିସଙ୍କୁ ଏସଟିଏଫ ଗିରଫ କରିଛି। ତାଙ୍କ ମୋବାଇଲରେ କନଷ୍ଟେବଳ ନିଯୁକ୍ତିର ୫ଟି ଆଡମିଟ୍ କାର୍ଡ ମିଳିଛି । ମହିଳା ପୋଲିସଙ୍କ ସହ ଏସଟିଏଫ ଅନ୍ୟ ୨ ଜଣ ଯୁବକଙ୍କୁ ମଧ୍ୟ ଗିରଫ କରିଛି।
ଗିରଫ ମହିଳା ସିପାହୀ ପିଙ୍କି ସୋନକର ହୋଇଥିବା ବେଳେ ଦେବ ପ୍ରତାପ ସିଂ ଦେବ ପ୍ରତାପ ଦିଲ୍ଲୀର ଯୁବକ ବୋଲି ଜଣାଯାଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୁଲିସ୍ ତୁରନ୍ତ ମହିଳା ସିପାହୀ ପିଙ୍କି ସୋନକରଙ୍କୁ ଗୋରଖପୁରରୁ ଧରିଥିଲା। ତାଙ୍କ ମୋବାଇଲ ଯାଞ୍ଚ କରିବାରୁ ସେଥିରୁ କିଛି ପରିକ୍ଷାର୍ଥୀଙ୍କ ଆଡମିଟ କାର୍ଡ ମିଳିବା ସହ ଟଙ୍କା ଲେଣଦେଶ କରାଯାଇଥିବା ଜଣାପଡ଼ିଲା। ଏନେଇ ପୁଲିସ୍ ତୁରନ୍ତ ସମ୍ପୃକ୍ତ ମହିଳା ସିପାହୀଙ୍କ ସମେତ ତାଙ୍କୁ ଏଥିରେ ସହଯୋଗ କରିଥିବା ଦିଲ୍ଲୀର ଜଣେ ଯୁବକଙ୍କୁ ବାନ୍ଧିଛି। ଗିରଫ ଯୁବକଙ୍କ ନାମ ଦେବ ପ୍ରତାପ ସିଂ। କନଷ୍ଟେବଳ ପରୀକ୍ଷାର ପ୍ରଶ୍ନପତ୍ର ଦେବାର ପ୍ରଲୋଭନ ଦେଖାଇ ଦେବ ପ୍ରତାପ ପରିକ୍ଷାର୍ଥୀଙ୍କଠାରୁ ଟଙ୍କା ଲୁଟୁଥିଲେ। ଏହାପରେ ଉଭୟ ତାହାକୁ ଭାଗବଣ୍ଟା କରୁଥିଲେ। ତେବେ ୟୁପି ପୋଲିସ୍ କନଷ୍ଟେବଳ ନିଯୁକ୍ତି ପାଇଁ ଲିଖିତ ପରୀକ୍ଷା ଆଜିଠୁ ଆରମ୍ଭ ହୋଇଛି । ଯାହା ୨୩, ୨୪, ୨୫, ୩୦ ଏବଂ ୩୧ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ । ଏହି ପରୀକ୍ଷାରେ ପ୍ରାୟ ୪୮ ଲକ୍ଷ ପ୍ରାର୍ଥୀ ହାଜର ପରୀକ୍ଷା ଦେବେ । ରାଜ୍ୟର ବିଭିନ୍ନ କେନ୍ଦ୍ରରେ ଏହି ପରୀକ୍ଷା ଦୁଇଟି ସିଫ୍ଟରେ ଅନୁଷ୍ଠିତ ହେବାକୁ ଥିବା ବେଳେ ପ୍ରତ୍ୟେକ ସିଫ୍ଟରେ ପ୍ରାୟ ୫ ଲକ୍ଷ ପ୍ରାର୍ଥୀ ପରୀକ୍ଷା ଦେବେ ।