ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୫ରେ ୟୁପିଏସ୍‌ସି କୋଚିଂ ପ୍ରବେଶିକା, ପରୀକ୍ଷା ଦେବେ ୩ ହଜାର ୭୩୧ ଶିକ୍ଷାର୍ଥୀ

ଭୁବନେଶ୍ୱର, ୧।୫: ୟୁନିୟନ ପବ୍ଲିକ୍‌ ସର୍ଭିସ କମିଶନ (ୟୁପିଏସ୍‌ସି) ସିଭିଲ୍‌ ସର୍ଭିସ୍‌ ମାଗଣା କୋଚିଂ ପାଇଁ ପ୍ରବେଶିକା ପରୀକ୍ଷା ମେ ୫ରେ ଅନୁଷ୍ଠିତ ହେବ । ଏଥିପାଇଁ ୩ହଜାର ୭୩୧ ପରୀକ୍ଷାର୍ଥୀ ଆବେଦନ କରିଛନ୍ତି । କେବଳ ଭୁବନେଶ୍ୱର ଜୋନ୍‌ରେ ପରୀକ୍ଷା ଦେବା ପାଇଁ ୨୧୦୦ରୁ ଅଧିକ ପିଲା ଆବେଦନ କରିଛନ୍ତି । ଭୁବନେଶ୍ୱରରେ ପରୀକ୍ଷା ପାଇଁ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଜଧାନୀ କଲେଜ, କମଳା ନେହେରୁ ମହିଳା ମହାବିଦ୍ୟାଳୟରେ ପରୀକ୍ଷା କେନ୍ଦ୍ର କରାଯାଇଛି । ସେହିପରି ବାଲେଶ୍ୱରର କୁନ୍ତଳାକୁମାରୀ ସାବତ ମହିଳା ମହାବିଦ୍ୟାଳୟ, ବ୍ରହ୍ମପୁରର ଶଶିଭୂଷଣ ରଥ ମହିଳା ମହାବିଦ୍ୟାଳୟ, ଜୟପୁର ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଏବଂ ସମ୍ବଲପୁରରେ ପରୀକ୍ଷା କେନ୍ଦ୍ର କରାଯାଇଛି । ଷ୍ଟାଫ୍‌ ସିଲେକ୍ସନ୍‌ ବୋର୍ଡ (ଏସ୍‌ଏସ୍‌ବି) ପକ୍ଷରୁ ପରୀକ୍ଷା ପରିଚାଳନା କରାଯିବ ।  

ଏସ୍‌ଏସ୍‌ବିର ସୂଚନା ଅନୁଯାୟୀ, ଭୁବନେଶ୍ୱର ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରେ ୯୮୯ଜଣ ପରୀକ୍ଷାର୍ଥୀ, ରାଜଧାନୀ କଲେଜରେ ୮୦୦, କମଳାନେହରୁ କଲେଜରେ ୩୭୬ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୨୦୨୪- ୨୫ ବର୍ଷ ପାଇଁ ୟୁପିଏସ୍‌ସି ସିଭିଲ୍‌ ସର୍ଭିସ୍‌ ଆବାସିକ କୋଚିଂ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିପାଇଁ ଗତ ୨ ତାରିଖରେ ଆବେଦନ ସରିଥିବାବେଳେ ଏସ୍‌ଏସ୍‌ବି ୱେବ୍‌ସାଇଟ୍‌ରେ ଆଡମିଟ୍‌ କାର୍ଡ ଉପଲବ୍ଧ ରହିଛି । ଆବେଦନକାରୀ ନିଜ ରୋଲ ନମ୍ବର ଏବଂ ମୋବାଇଲ୍‌ ନମ୍ବର ଦେଇ ଆଡମିଟ୍‌ କାର୍ଡ ଡାଉନଲୋଡ୍‌ କରିପାରିବେ । 

ପ୍ରବେଶିକା ପରୀକ୍ଷା ପରେ ଏସ୍‌ଏସ୍‌ବି ମୂଲ୍ୟାୟନ ଆଧାରରେ ଶ୍ରେଷ୍ଠ ୨୦୦ ପିଲାଙ୍କ ତାଲିକା କରାଯିବ । ସେମାନଙ୍କୁ ମାଗଣାରେ କୋଚିଂ ଦିଆଯିବ । ସବୁ ବର୍ଗରେ ୩୦ ପ୍ରତିଶତ ଛାତ୍ରୀଙ୍କ ପାଇଁ ସିଟ୍‌ ସଂରକ୍ଷିତ ରହିବ । ଚଳିତ ବର୍ଷ ଏହି କୋଚିଂକୁ ଉନ୍ନତମାନର କରିବା ପାଇଁ ବିଭିନ୍ନ ଉଚ୍ଚସ୍ତରୀୟ ଏକାଡେମୀ ତଥା ପ୍ରଫେସନାଲ୍‌ କୋଚିଂ ସେଣ୍ଟର ସହ ଚୁକ୍ତି ମଧ୍ୟ ହୋଇଛି । ପିଲାଙ୍କୁ ଗୁଣାତ୍ମକ କୋଚିଂ ଦେବା ସହ ଷ୍ଟଡି ମ୍ୟାଟେରିଆଲ୍‌ ଯୋଗାଇ ଦିଆଯିବ । ଏଥିସହ ହଷ୍ଟେଲରେ ରହିବା ସହ ଖାଇବାର ସୁବିଧା ଦିଆଯିବ । ପିଲାଙ୍କ ପାଠପଢ଼ାକୁ ତଦାରଖ କରିବାକୁ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.