ପ୍ରମୁଖ ଖବର
  • କଂଗ୍ରେସ ସ୍କ୍ରିନିଂ କମିଟି ବୈଠକ, ୧୫ ସୁଦ୍ଧା ଘୋଷେଣା ହେବ ପ୍ରାର୍ଥୀ ତାଲିକା
  • ||
  • କ୍ୟାପିଟାଲ ହସ୍ପିଟାଲରେ ମହିଳାଙ୍କୁ ଦୁର୍ବ୍ୟବହାର, ଧାରଣାରେ ବସିଲେ ସିକ୍କ୍ୟୁରିଟ୍ ଓ ସଫୋଇ କର୍ମୀ
  • ||
  • ବିଜେଡି ଛାଡିଲେ ପୂର୍ବତନ ରାଜ୍ୟ ଯୁବ ଉପସଭାପତି ରାକେଶ ନାୟକ
  • ||
  • ଆଜି ଆସିବ ବିଜେପି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଘୋଷଣା ହୋଇପାରେ ୨୫ ପ୍ରାର୍ଥୀଙ୍କ ନା
  • ||
  • ରୋଷେୟାକୁ ହାଣିଲା ହୋଟେଲ ମାଲିକ, ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବକାରୀ ବିଭାଗ ହାଜତରେ ଥାର୍ଡ ଡିଗ୍ରୀ ! ମଦ ବ୍ୟବସାୟୀ ଗୁରୁତର, ହତ୍ୟା ଉଦ୍ୟମ ଅଭିଯୋଗ
  • ||
  • ବେଲଗାମ ବୟାନ ଉପରେ ଲାଗିବ ଅଙ୍କୁଶ, ନିର୍ବାଚନ କମିଶନ ଆଣିବେ ନୂଆ ମାର୍ଗଦର୍ଶିକା
  • ||
  • ମାର୍ଗଦର୍ଶିକା ଜାରି କଲେ କେନ୍ଦ୍ର ସରକାର ଇସ୍ରାଏଲ, ଇରାନକୁ ଯାତ୍ରା ବାରଣ
  • ||
  • ୭୭ବର୍ଷରେ ପାଦ ଦେଲା ସ୍ୱପ୍ନର ସହର ଭୁବନେଶ୍ୱର, ୧୯୪୮ ମସିହାରେ ହୋଇଥିଲା ଗଠନ
  • ||
  • IPL 2024: ପଞ୍ଜାବ କିଙ୍ଗ୍‌ସ- ରାଜସ୍ଥାନ ରୟାଲ୍ସ ମୁକାବିଲା, ମୁଲନପୁରରେ ହେବ ପେସ୍‌ ଟେଷ୍ଟ୍‌
  • ||
  • ଶନିବାରଠୁ ୬ ଦିନ ଜଳାଇବ ତାତି, ୬ରୁ ୮ ଡିଗ୍ରୀ ବଢ଼ିଯିବ ତାପମାତ୍ରା;୧୪ରୁ ପୁଣି ନିର୍ଘାତ ଖରା
  • ||

ଜନ୍ମ ଦିନରେ ୨୪ କ୍ୟାରେଟ୍ ସୁନା କେକ୍ କାଟିଲେ ଉର୍ବଶୀ, ୩ କୋଟି ଟଙ୍କା କେକ୍‌ର ବିଶେଷତ୍ୱ କହିଲେ ଅଭିନେତ୍ରୀ

ନୂଆଦିଲ୍ଲୀ ୦୧/୦୩: ବିଳାସବହୁଳ ଜୀବନଶୈଳୀ ପାଇଁ ସର୍ବଦା ଚର୍ଚ୍ଚାରେ ରହିଛନ୍ତି ଅଭିନେତ୍ରୀ ତଥା ବଲିଉଡ୍‌ର ଷ୍ଟାଇଲ ଆଇକନ୍‌ ଉର୍ବଶୀ ରୌତେଲା । ନିକଟରେ ସେ ନିଜର ଜନ୍ମଦିନ ପାଳନ କରିଛନ୍ତି । ଏ ଅବସରରେ ସେ ୨୪ କ୍ୟାରେଟ୍‌ ସୁନାର ୩ କୋଟି ଟଙ୍କା ମୂଲ୍ୟର କେକ୍‌ କାଟି ସମସ୍ତଙ୍କୁ ଚକିତ କରିଥିଲେ । ଏହାର ଭିଡିଓ ଦେଖିବା ପରେ କେକ୍‌ଟି ଖାଇବା ପାଇଁ ନା ସାଇତି ରଖିବା ପାଇଁ ବୋଲି ଲୋକେ ପଚାରିଲେ । ଉର୍ବଶୀ ଏବେ ଏହାର ଜବାବ ଦେଇ ୨୪ କ୍ୟାରେଟ୍‌ କେକ୍‌ର ବିଶେଷତ୍ୱ ବଖାଣିଛନ୍ତି । 




ସେ କହିଛନ୍ତି, କେକ୍‌ ଉପରେ ଯେଉଁ ସୁନେଲି ପାଖୁଡ଼ା ହୋଇଥିଲା, ତାକୁ ସେ ନିଜେ ଖାଇଥିଲେ । ୩ କୋଟି ଟଙ୍କାର ୪ ଥାକିଆ ଏହି କେକ୍‌ ଅତ୍ୟନ୍ତ ସୁନ୍ଦର ଏବଂ ଅସଲି ସୁନାରେ ପ୍ରସ୍ତୁତ ହୋଇଥିଲା ବୋଲି ସେ କହିଛନ୍ତି । ଦେଶର ଜଣାଶୁଣା ରାପର୍‌ ୟୋ ୟୋ ହନି ସିଂହ ଉର୍ବଶୀଙ୍କ ଜନ୍ମଦିନରେ ଏହି କେକ୍‌ ଉପହାର ଦେଇଥିଲେ । ଏ ବିଷୟରେ ୟୋ ୟୋ ନିଜେ ଖୁଲାସା କରିଥିଲେ । ସେ କହିଥିଲେ, ଜଣେ ସହ-କଳାକାରଙ୍କ ପାଇଁ କେହି ଏମିତି କରିଥିଲା ଯାହାକୁ ଲୋକେ ସବୁଦିନ ମନେ ରଖନ୍ତୁ ବୋଲି ମୁଁ ଚାହୁଁଥିଲି । ଉର୍ବଶୀ ବାସ୍ତବରେ ଏ ପ୍ରକାର ଆତିଥ୍ୟର ହକ୍‌ଦାର । ଉର୍ବଶୀ ନିଜ କେକ୍‌ କଟା ବେଳର ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ । ଏଥିରେ ସେ ଲାଲ ରଙ୍ଗର ଗାଉନ୍‌ ପିନ୍ଧିଥିଲେ । ଏଥିସହ କ୍ୟାପ୍‌ସନ ଲେଖିଥିଲେ ‘ଲଭ୍‌ଡୋଜ୍‌-୨’ ସେଟ୍‌ରେ ଜନ୍ମଦିନ ପାଳନ ।’ ୟୋ ୟୋ ଓ ଉର୍ବଶୀ ‘ସେକେଣ୍ଡ ଡୋଜ୍‌’ ଆଲ୍‌ବମରେ କାମ କରୁଛନ୍ତି । ଏହା ପୂର୍ବରୁ ଦୁହେଁ ଅନ୍ତର୍ଜାତୀୟ ଭିଡିଓ ଆଲ୍‌ବମ ‘ଲଭ୍‌ ଡୋଜ୍‌’ରେ ଏକାଠି କାମ କରିଥିଲେ, ଯାହା ୨୦୧୪ ମସିହାରେ ରିଲିଜ୍‌ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.