ନୂଆଦିଲ୍ଲୀ: ଦିଲ୍ଲୀ ପରେ ଏବେ ଆମେରିକାର କାଲିଫର୍ନିଆରେ ବାୟୁ ଗୁଣବତ୍ତା ଖରାପ ହେବାରେ ଲାଗିଛି । ଏହା ପରେ ଏଠାରେ ଥିବା ସମସ୍ତ ସ୍କୁଲ ଏବଂ ପାର୍କକୁ ବନ୍ଦ କରି ଦିଆଯାଇଛି । ଯଦିଓ ଦିଲ୍ଲୀରେ ବାୟୂ ପ୍ରଦୂଷଣର କାରଣ ନଡା ଜାଳିବା, ଯାନବାହାନ ଏବଂ ବାଣ ଫୁଟାଇବା ବୋଲି କୁହାଯାଉଛି । ହେଲେ କାଲିଫର୍ନିଆରେ ବାୟୁ ଗୁଣବତ୍ତା ଖରାପ ହେବାର କାରଣ ଦ୍ବିତୀୟ ବିଶ୍ବଯୁଦ୍ଧ ବୋଲି ବିବେଚନା କରାଯାଉଛି । କାରଣ ଗତ ମଙ୍ଗଳବାର ଦିନ ଆମେରିକାର ଦକ୍ଷିଣ କାଲିଫର୍ନିଆରେ ଦ୍ୱିତୀୟ ବିଶ୍ୱଯୁଦ୍ଧର ବ୍ଲିମ୍ପ ହ୍ୟାଙ୍ଗରରେ ଅଗ୍ନିକାଣ୍ଡ ଘଟିଥିଲା ।
ଯାହାର ଧୂଆଁ କାଲିଫର୍ନିଆର ଆକାଶକୁ ଆଚ୍ଛାଦନ କରିଥିଲା । ଏହି ହ୍ୟାଙ୍ଗରର ବ୍ୟବହାର ବଡ଼ ବଡ ବିମାନ ଛିଡା କରିବା ପାଇଁ ବ୍ୟବହୃତ ହୁଏ । ବ୍ଲିମ୍ପ ହ୍ୟାଙ୍ଗର ଜଳିଯିବା ପରେ ପାଉଁଶରେ ଆଜବେଷ୍ଟସ ଥିବା ଦେଖିବାକୁ ମିଳିଥିଲା । ଏହା ପରେ କାଲିଫର୍ନିଆର ସମସ୍ତ ସ୍କୁଲ ଏବଂ ପାର୍କକୁ ବନ୍ଦ କରାଯାଇଛି ।
ସୂଚନାଥାଉକି ଯେ, ଆଜବେଷ୍ଟସ ହେଉଛି ଏକ ପ୍ରକାର ପଦାର୍ଥ ଯେଉଁଥିରେ ନିଆଁ ଲାଗେ ନାହିଁ । ଏହା ପ୍ରାକୃତିକ ଭାବରେ ମିଳୁଥିବା ସିଲିକେଟ୍ ର ଏକ ରୂପ । ଏହା ପଥର ତଳୁ ମିଳିଥାଏ । ଯାହା ଫାଇବ୍ରସ୍ ହୋଇଥିଲେ ମଧ୍ୟ ନିଆଁକୁ ଧରି ନଥାଏ । ସେଥିପାଇଁ ଏହା ନିର୍ମାଣ କ୍ଷେତ୍ରରେ ବ୍ୟବହୃତ ହୁଏ । ଏହି ପଦାର୍ଥର ଅନ୍ୟ ଏକ ଗୁଣ ହେଉଛି ଏହା ଧ୍ବଂଶଶୀଳ ନୁହେଁ, ଯେଉଁ କାରଣରୁ ଏହା ନଷ୍ଟ ହୋଇ ନଥାଏ । ଯଦି ଏହା ଭୁଲରେ ମଧ୍ୟ ଶରୀର ଭିତରକୁ ଯାଏ, ତେବେ ଏହା ଦୀର୍ଘ ସମୟ ପର୍ଯ୍ୟନ୍ତ ଫୁସଫୁସରେ ରହିପାରେ, ଯେଉଁ କାରଣରୁ ଶରୀର ଭିତରେ ଥିବା କୋଷ ଫୁସଫୁସ କର୍କଟ ସୃଷ୍ଟି କରିପାରେ ।
ନିଆଁ ଲାଗିଥିବା ବ୍ଲିଙ୍ଗ୍ ହ୍ୟାଙ୍ଗର୍ ଦକ୍ଷିଣ କାଲିଫର୍ନିଆର ଟଷ୍ଟିନ୍ ସହରରେ ଅଛି । ଅଗ୍ନିକାଣ୍ଡ ପରେ ବ୍ଲିମ୍ପ ହ୍ୟାଙ୍ଗରରୁ ଉଦ୍ଧାର ହୋଇଥିବା ପାଉଁଶ ଏବଂ ଆବର୍ଜନା ଗୁଡିକର ପ୍ରାଥମିକ ନମୁନାରେ ଆଜବେଷ୍ଟସ ମିଳିଥିଲା । ଏହା ପରେ ନିକଟସ୍ଥ ଲୋକଙ୍କୁ ବ୍ଲିମ୍ପ ହ୍ୟାଙ୍ଗରର ପାଉଁଶ ଠାରୁ ଦୂରରେ ରହିବାକୁ ଚେତାବନୀ ଦିଆଯାଇଥିଲା । ଏଥିସହ ଆବଶ୍ୟକ ସ୍ଥଳେ ଘରୁ ବାହାରକୁ ନ ଯିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।
ହ୍ୟାଙ୍ଗରରେ ଅଗ୍ନିକାଣ୍ଡ ପରେ ଟୁଷ୍ଟିନ ନଗର ପ୍ରଶାସନ ସମଗ୍ର ସହରରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି । କାରଣ ବିଶ୍ୱାସ କରାଯାଏ ଯେ ସହରର ବାୟୁ ଆଜବେଷ୍ଟସ ଦ୍ୱାରା ପ୍ରଦୂଷିତ ହୋଇପାରେ । ଆଜବେଷ୍ଟସ ସାଧାରଣ ଲୋକଙ୍କ ପାଇଁ ବିପଦ ସୃଷ୍ଟି କରିପାରେ ବୋଲି ପ୍ରଶାସନିକ ଅଧିକାରୀ ଘୋଷଣା କରିଛନ୍ତି । ଯେଉଁଥିପାଇଁ ପ୍ରଶାସନ ଆବଶ୍ୟକୀୟ ପଦକ୍ଷେପ ନେବା ବାଧ୍ୟତାମୂଳକ ହୋଇଛି ।
ଟଷ୍ଟିନ୍ ସହରର ଅଧିକାରୀ କହିଛନ୍ତି ଯେ ଦକ୍ଷିଣ କାଲିଫର୍ନିଆ ଏୟାର କ୍ୱାଲିଟି ରେଗୁଲେସନ୍ ବୋର୍ଡ ବିଷାକ୍ତ ଗ୍ୟାସ୍ ଏବଂ କ୍ଷତିକାରକ ଧାତୁର ସ୍ତର ନିର୍ଣ୍ଣୟ କରିବା ପାଇଁ ହ୍ୟାଙ୍ଗର ଚାରିପାଖରୁ ନମୁନା ବିଶ୍ଳେଷଣ କରୁଛି ।