ନୂଆଦିଲ୍ଲୀ – ପ୍ରସିଦ୍ଧ ମୂର୍ତ୍ତିଶିଳ୍ପୀ ଅରୁଣ ଯୋଗୀରାଜଙ୍କୁ ଆମେରିକା ଭିସା ଦେବାକୁ କଲା ମନା। ଅଯୋଧ୍ୟାର ରାମ ମନ୍ଦିର ପାଇଁ ରାମଲଲାଙ୍କ ମୂର୍ତ୍ତି ଗଢି ଥିଲେ ଏହି ପ୍ରସିଦ୍ଧ ମୂର୍ତ୍ତିଶିଳ୍ପୀ । କାହିଁକି ତାଙ୍କୁ ଭିସା ଦେବାକୁ ରାଜି ହୋଇନି, ଏଥିପାଇଁ ଆମେରିକା କୌଣସି ପ୍ରମୁଖ କାରଣ ବି କହିନାହିଁ। ଉଲ୍ଲେଖନୀୟ ଯେ, ଯୋଗୀରାଜଙ୍କୁ ୧୨ତମ AKKA ୱାର୍ଲ୍ଡ କନ୍ନଡ଼ କନଫରେନ୍ସରେ ସାମିଲ ହେବାକୁ ଆମେରିକା ଯିବାର ଥିଲା। ଏହି କନଫରେନ୍ସ ୩୦ ଅଗଷ୍ଟରୁ ଏକ ସେପ୍ଟେମ୍ୱର ମଧ୍ୟରେ ଭର୍ଜିନିଆର ରିଚମଣ୍ଡ କନଭେସନ ସେଣ୍ଟରରେ ହେବାର ଥିଲା।
ରିପବ୍ଲିକ୍ ଟିଭି ଅନୁସାରେ , ଅରୁଣ ଯୋଗୀରାଜଙ୍କ ପରିବାର ଭିସା ଦିଆ ନଯିବାକୁ ନେଇ ନିରାଶ ହୋଇଛନ୍ତି। ପାରିବାରିକ ସୂତ୍ରାନୁସାରେ ,ଅରୁଣଙ୍କର ପତ୍ନୀ ବିଜେତା ପୂର୍ବରୁ ବି ଆମେରିକା ଯାଇ ସାରିଛନ୍ତି ଏବଂ ଏଥିରେ ଅରୁଣଙ୍କୁ ଭିସା ଦେବାକୁ ମନା କରିବା ଖୁବ୍ ଅପ୍ରତ୍ୟାଶିତ। ମୂର୍ତ୍ତିଶିଳ୍ପୀ ଅରୁଣ ଆମେରିକା ପାଇଁ ସବୁ ପ୍ରସ୍ତୁତି ବି ପୂରା କରିଥିଲେ। ଅରୁଣ ଯୋଗୀରାଜ ମଧ୍ୟ ଆମେରିକା ଦ୍ୱାରା ଭିସା ଦେବାକୁ ମନା କରିବାକୁ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି , ମୋତେ କୌଣସି କାରଣ ଜଣାନାହିଁ , ହେଲେ ଆମେ ଭିସା ସମ୍ୱନ୍ଧିତ ସବୁ ଡକ୍ୟୁମେଣ୍ଟସକୁ ଜମା କରିଦେଇ ଥିଲୁ।
କହି ରଖୁଛୁ କି , AKKA ୱାର୍ଲ୍ଡ କନ୍ନଡ଼ କନଫରେନ୍ସକୁ ବର୍ଷକରେ ଦୁଇ ଥର ଆୟୋଜନ କରାଯାଏ। ଉକ୍ତ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଆମେରିକା ସମେତ ଦୁନିଆର ଅନ୍ୟ ଭାଗରେ ରହୁଥିବା ସଂପ୍ରଦାୟର ସଦସ୍ୟଙ୍କୁ ଗୋଟିଏ ସ୍ଥାନକୁ ଆଣିବା।
ଚଳିତ ବର୍ଷର ଆରମ୍ଭରେ ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାର କାର୍ଯ୍ୟକ୍ରମ ଆୟୋଜିତ କରାଯାଇ ଥିଲା। ଏହି ମନ୍ଦିରରେ ଭଗବାନ ରାମଲଲାଙ୍କ ମୂର୍ତ୍ତି ସ୍ଥାପିତ କରିଯାଇଛି। ଏହାକୁ ଅରୁଣ ଯୋଗୀରାଜ ତିଆରି କରିଛନ୍ତି। ଏମିତି ତ ଅରୁଣ ଯୋଗୀରାଜଙ୍କ ଅନେକ ପିଢି ମୂର୍ତ୍ତି ତିଆରି କରିବାର କାମ କରନ୍ତି , କିନ୍ତୁ ରାମଲଲାଙ୍କ ମୂର୍ତ୍ତି ତିଆରି କରି ଅରୁଣ ଦେଶ-ଦୁନିଆରେ ଖୁବ୍ ଲୋକପ୍ରିୟ ହୋଇଛନ୍ତି। ରାମଲଲାଙ୍କ ମୂର୍ତ୍ତି ବିଷୟରେ ଅରୁଣ କହିଥିଲେ କି ଯେବେ ମୂର୍ତ୍ତି ତିଆରି କରାଯାଇ ଥିଲା, ସେତେବେଳେ ସେ ଅଲଗା ଦେଖା ଯାଉଥିଲେ , କିନ୍ତୁ ପ୍ରାଣ ପ୍ରତିଷ୍ଠା ପରେ ଭଗବାନ ଅଲଗା ରୂପ ନେଇଗଲେ । ମୁଁ ନିଜେ ଭଗବାନଙ୍କ ସେହି ମୂର୍ତ୍ତିକୁ ଚିହ୍ନି ପାରିଲି ନାହିଁ, ଯାହାକୁ ମୁଁ ୭ମାସ ଧରି ତିଆରି କରି ଥିଲି। ଗର୍ଭଗୃହକୁ ଯିବା କ୍ଷଣି ମୂର୍ତ୍ତି ବଦଳି ଗଲା । ଏହା ଇଶ୍ୱରୀୟ ଚମତ୍କାର ନା ଆଉ କିଛି