ନୂଆଦିଲ୍ଲୀ,୧୨।୮: ଇସ୍ରାଏଲ ଉପରେ ଖୁବ୍ ଶୀଘ୍ର ବଡ଼ ଧରଣର ଆକ୍ରମଣ କରିପାରେ ଇରାନ। ଏଭଳି ସମ୍ଭାବିତ ଆକ୍ରମଣକୁ ଦୃଷ୍ଟିରେ ରଖି ଲୁଫତାନସା ଏୟାର ଲାଇନ୍ସ ନିଜର ବହୁ ଉଡାଣକୁ ୨୧ ଅଗଷ୍ଟ ପର୍ଯ୍ୟନ୍ତ ରଦ୍ଦ କରିଛି। ତେଲ୍ ଅଭିବ, ତେହରାନ, ବେରୁତ, ଅମାନ ଓ ଏରାବିଲ୍ ଅଭିମୁଖେ ୨୧ ଅଗଷ୍ଟ ପର୍ଯ୍ୟନ୍ତ କୌଣସି ବିମାନ ଚାଲିବ ନାହିଁ। ଅନ୍ୟପକ୍ଷେ ଆମେରିକା ମଧ୍ୟ ନିଜର ଘାତକ ଯୁଦ୍ଧ ଜାହାଜ ଭୂମଧ୍ୟସାଗର ଆଡକୁ ପଠାଇଛି। ଆଶଙ୍କା ରହିଛି ଯେ, ଆଜି ରାତିରେ ଯୁଦ୍ଧ ଆରମ୍ଭ ହୋଇପାରେ।
ଆମେରିକା ଡିଫେନ୍ସ ସେକ୍ରେଟାରୀ ଜେନେରାଲ ଲୟଡ୍ ଅଷ୍ଟିନ୍ ଗାଇଡେଡ୍ ମିସାଇଲ ସବମରିନ୍ USS Georgiaକୁ ମିଡିଲ ଇଷ୍ଟ ଖୁବ୍ ଶୀଘ୍ର ପଠାଇବାକୁ ନିର୍ଦେଶ ଦେଇଛନ୍ତି। ଘାତ ୧୫୪ ଲ୍ୟାଣ୍ଡ ଆଟାକ୍ ଟୋମାହକ୍ କ୍ରୁଜ ମିସାଇଲରେ ଥିବା ଏହି ସବମରିନ୍ ଦୃତ ଗତିରେ ମୋଡିଟେରେନିୟମ୍ ଅଭିମୁଖେ ଯାଉଛି। ଏହାଛଡା ତୃତୀୟ କ୍ୟାରିୟର ଷ୍ଟ୍ରାଇକ୍ ଗ୍ରୁପ୍ ସହିତ USS Abraham Lincoln ମଧ୍ୟ ଏହି ଆଡକୁ ଯାଉଛି। ସେଠାରେ ପୂର୍ବରୁ ହିଁ ୟୁଏସ୍ଏସ୍ ଥିୟୋଡୋର ରୁଜଭେଲ୍ଟ କ୍ୟାରିୟର ଷ୍ଟ୍ରାଇକ୍ ଗ୍ରୁପ୍ ରହିଛି।
ଏହା ପୂର୍ବରୁ ଆମେରିକା ଓ ଅନ୍ୟ ଦେଶ ମିଳିତ ଭାବରେ ଚେଷ୍ଟା କରୁଛନ୍ତି ଯେ, ଇସ୍ରାଏଲ ଓ ହମାସ ମଧ୍ୟରେ ଅସ୍ତ୍ରବିରତି ହୋଇଯାଉ। ଫଳରେ ଇରାନ ଆକ୍ରମଣ ସମୟରେ ମାମଲା ଅଧିକ ଖରାପ ନହେଉ। ଇସ୍ରାଏଲ ପକ୍ଷରୁ ହମାସର ଚିଫ୍ ଇସ୍ମାଇଲ ହାନିୟାକୁ ମାରିବା ପରେ ଇରାନ ଏବେ ହୋଇଛି ରକ୍ତମୁଖା। ସେ ଏହାର ପ୍ରତିଶୋଧ ନେବା ପାଇଁ ଆଜି ରାତିରେ ଆକ୍ରମଣ କରିପାରେ। ଇସ୍ରାଏଲ ଉପରେ ଆକ୍ରମଣ କରିବାକୁ ଯାଉଥିବା ଇରାନ ସହିତ ହେଜବୁଲ୍ଲାହ, ହମାସ, ୟେମେନର ହୁତି ବିଦ୍ରୋହୀ ମଧ୍ୟ ସହଯୋଗ କରିବେ। ତେଉ ଆମେରିକାକୁ ଏହି ଅଞ୍ଚଳରେ ନିଜର ଶକ୍ତିକୁ ଆହୁରି ଅଧିକ ବଢାଇବାକୁ ପଡିବ।