ପ୍ରମୂଖ ଖବର
  • ମୁମ୍ବାଇ: ଭୁଶୁଡିଲା ତିନି ମହଲା କୋଠା,ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମୁଁ ଏଥର ରାଷ୍ଟ୍ରପତି ନିର୍ବାଚିତ ନହେଲେ ଦେଶରେ ରକ୍ତପାତ ହେବ: ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ଚେତାବନୀ ଦେଇଛନ୍ତି ଯେ, ଯଦି ସେ ଚଳିତ ବର୍ଷ ଶେଷରେ ହେବାକୁ ଥିବା ନିର୍ବାଚନରେ ନିର୍ବାଚିତ ନ ହୁଅନ୍ତି ତେବେ ଦେଶରେ 'ରକ୍ତପାତ' ହେବ । ଓହାଓର ଡାଏଟନ୍‌ରେ ଏକ ସମାବେଶକୁ ସମ୍ବୋଧିତ କରି ଟ୍ରମ୍ପ କହିଛନ୍ତି, 'ଯଦି ମୁଁ ଏଥର ନିର୍ବାଚିତ ନହୁଏ, ତେବେ ଏଠାରେ ରକ୍ତପାତ ହେବ। ଅତିକମରେ ଦେଶ ପାଇଁ ରକ୍ତପାତ ହେବାକୁ ଯାଉଛି।

ତେବେ ଟ୍ରମ୍ପଙ୍କ ଏହି ବିବୃତ୍ତିର ଅର୍ଥ କ’ଣ ତାହା ବର୍ତ୍ତମାନ ସ୍ପଷ୍ଟ ହୋଇନାହିଁ । ବାସ୍ତବରେ, ସେ ଏହି ଚେତାବନୀ ଦେବା ସମୟରେ ଅଟୋମୋବାଇଲ ଶିଳ୍ପ ଉପରେ ଅଭିଯୋଗ କରୁଥିଲେ। ଏକ ରିପୋର୍ଟ ଅନୁଯାୟୀ, ଜନତାଙ୍କୁ ସମ୍ବୋଧିତ କରିବାବେଳେ ସେ କହିଥିଲେ ଯେ, ଯଦି ସେ ପୁନଃ ନିର୍ବାଚିତ ହୁଅନ୍ତି ତେବେ ଚୀନ୍‌ର ଆମେରିକାରେ ଆମଦାନୀ ହୋଇଥିବା କୌଣସି ଯାନ ବିକ୍ରୟ କରିପାରିବ ନାହିଁ।

ସୂଚନାଥାଉକି, ନଭେମ୍ବରରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ । ଏଭଳି ପରିସ୍ଥିତିରେ ଟ୍ରମ୍ପ ନିର୍ବାଚନ ପୂର୍ବରୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ବିରୋଧରେ ତୀବ୍ର ବିବୃତ୍ତି ଦେଇ ଦେଶର ଖରାପ ଚିତ୍ର ଦେଖାଉଛନ୍ତି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.