ପ୍ରମୂଖ ଖବର
  • ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କୁ ଆଶ୍ୱସ୍ତି , ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରମିକୋର୍ଟ
  • ||
  • ହେରାପଞ୍ଚମୀରେ ଆଧ୍ୟାତ୍ମିକ ପରିବେଶ: ନନ୍ଦିଘୋଷ ଭାଙ୍ଗିଲେ ମହାଲକ୍ଷ୍ମୀ, ଆଜ୍ଞାମାଳ ପାଇ ଶ୍ରୀମନ୍ଦିରକୁ ବାହୁଡ଼ିଲେ
  • ||
  • ପିଠିରେ ଯନ୍ତ୍ରଣା ଯୋଗୁଁ ଏମ୍ସରେ ଭର୍ତ୍ତି ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
  • ||
  • ଦିଲ୍ଲୀ ମଦନୀତି ସହ ମନି ଲଣ୍ଡରିଂ ମାମଲା, କେଜ୍‌ରିୱାଲଙ୍କ ପିଟିସନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି
  • ||
  • ଆଗ ପଛ ହୋଇ ଆସିପାରେ ଦୁଇଟି ଲଘୁଚାପ: ୧୩ରୁ ବଢ଼ିବ ବର୍ଷା, ଦକ୍ଷିଣରେ ପ୍ରବଳ ଛେଚିବ
  • ||

ବୁଧବାର ଭାରତ ବନାମ ଆମେରିକା, ଟିମ୍ ଇଣ୍ଡିଆକୁ ହରାଇ ପାରନ୍ତି ଭାରତୀୟ ବଂଶୋଦ୍ଭବ

ନ୍ୟୁୟର୍କ, ୧୨।୬: ନାସାଉ କାଉଣ୍ଟି କ୍ରିକେଟ୍‌ ଷ୍ଟାଡିୟମରେ ଭାରତ ବୁଧବାର ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଆୟୋଜକ ଆମେରିକାକୁ ଭେଟିବ । ଗ୍ରୁପ୍‌-ଏ’ରେ ଏହା ଦଳର ତୃତୀୟ ମ୍ୟାଚ୍‌ । ଏହାପରେ ଆସନ୍ତା ୧୫ ତାରିଖରେ ଶେଷ ମ୍ୟାଚ୍‌ କାନାଡ଼ା ସହ ଫ୍ଲୋରିଡ଼ାରେ ଖେଳିବ । ସୁପର-୮ ପାଇଁ ଏହି ଗ୍ରୁପ୍‌ରେ ଭାରତ ପଛକୁ କ୍ରମାନ୍ୱୟରେ ୨ଟି ମ୍ୟାଚ୍‌ ଜିତିବା ପରେ ଆମେରିକା ପ୍ରମୁଖ ଦାବିଦାର ଭାବେ ଉଭା ହୋଇଛି । କାରଣ ପାକିସ୍ତାନର ଭାଗ୍ୟ ଏବେ ଅନିଶ୍ଚିତତା ମଧ୍ୟରେ ରହିଛି । ନାସାଉ କାଉଣ୍ଟି ଷ୍ଟାଡିୟମରେ ଭାରତ କାଲି ଶେଷ ମ୍ୟାଚ୍‌ ଖେଳିବ । ମ୍ୟାଚ୍‌ ଭାରତୀୟ ସମୟ ରାତି ୮ଟାରୁ ଆରମ୍ଭ ହେବ । ଭାରତୀୟ ଦଳ ଅପରିବର୍ତ୍ତିତ ରହିପାରେ ଆୟର୍ଲାଣ୍ଡ ବିପକ୍ଷରେ ସହଜ ବିଜୟ ପରେ ଭାରତ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଅତି ଅଦ୍ଭୁତ ଭାବେ ପରାସ୍ତ କରିଥିଲା । ଏହି ବିଜୟରେ ବୋଲରଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ରହିଥିଲା । ବିଶେଷ କରି ଯଶପ୍ରୀତ ବୁମରା ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ବ୍ୟାଟିଂ ଅତି ଦୁର୍ବଳ ରହିଥିଲା । ରିଷଭ ପନ୍ତ ଏବଂ ଅକ୍ଷର ପଟେଲଙ୍କ ବ୍ୟତୀତ ଅନ୍ୟମାନେ ବିଫଳ ହୋଇଥିଲା । ଲୋ ସ୍କୋର ସତ୍ତେ୍ୱ ବି ଭାରତ ମ୍ୟାଚ ଜିତି ପାରିଥିଲା । 

ଉଭୟ ମ୍ୟାଚ୍‌ରେ ଭେଟେରାନ ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ ବିଫଳ ହୋଇଛନ୍ତି । ପାକିସ୍ତାନ ବିପକ୍ଷରେ ହାର୍ଦ୍ଦିକ ପାଣ୍ଡ୍ୟା ବ୍ୟାଟିଂରେ ନିରାଶ କରିଥିଲେ ବି ଚମତ୍କାର ବୋଲିଂ କରିଥିଲେ । ଗତ ଦୁଇଟି ମ୍ୟାଚ୍‌ ଆମେରିକା ଉନ୍ନତ ପ୍ରଦର୍ଶନ କରିଛି । ପ୍ରଥମେ କାନାଡ଼ା ଏବଂ ଦ୍ୱିତୀୟ ମ୍ୟାଚ୍‌ରେ ଆମେରିକାକୁ ସୁପର ଓଭରରେ ପରାଜିତ କରିଛି । ତେଣୁ ଘରୋଇ ଦଳ ଯେଉଁଭଳି ଉତ୍ସାହିତ ରହିଛି, ସେଥିପ୍ରତି ଭାରତ ସତର୍କତା ଅବଲମ୍ବନ କରିବା ନିହାତି ଜରୁରି । ଯାହା ଆଶା କରାଯାଉଛି, ପୂର୍ବ ଦଳରେ କୌଣସି ପରିବର୍ତ୍ତନ କରି ନପାରନ୍ତି ଅଧିନାୟକ ରୋହିତ । ପଦାର୍ପଣରେ ଆମେରିକାର ଚମକ ଆୟୋଜକ ଭାବେ ଆମେରିକା ପଦାର୍ପଣ ବିଶ୍ୱକପ୍‌ ଖେଳୁଛି । ପୂର୍ବ ୨ଟି ମ୍ୟାଚ୍‌ରେ ଚମତ୍କାର ପ୍ରଦର୍ଶନ କରି ଦଳ ଚର୍ଚ୍ଚାକୁ ଆସିଛି । ଅଧିନାୟକ ମୋନଙ୍କ ପଟେଲ, ଆଣ୍ଡ୍ରିସ ଗସ୍‌, ଆରୋନ ଜୋନ୍ସ, ନୀତିଶ କୁମାର ଭଲ ବ୍ୟାଟିଂ କରୁଛନ୍ତି । ସେମିତି ନସ୍ତୁଶ କେଞ୍ଜିଗେ, ସୌରଭ ନେତ୍ରାଭାଲକରଙ୍କ ଯୋଗୁ ହିଁ ଦଳ ପାକିସ୍ତାନକୁ ପରାଜିତ କରିବାରେ ସଫଳ ହୋଇଥିଲା । ଭାରତ ବିପକ୍ଷରେ ଦଳ ପୂର୍ବ ପ୍ରଦର୍ଶନ ଦୋହରାଇବାକୁ ଲକ୍ଷ୍ୟ ରଖିଛି । ବାଂଲାଦେଶ ବିପକ୍ଷରେ ସିରିଜ ବିଜୟ ପରଠୁ ଆମେରିକା ଖେଳାଳି ଉତ୍ସାହିତ ରହିଛନ୍ତି । 

କାନାଡ଼ା ଓ ପାକିସ୍ତାନ ପରେ ଶକ୍ତିଶାଳୀ ଭାରତକୁ ଟାର୍ଗେଟ ରଖିଛନ୍ତି । ଭାରତୀୟ ବଂଶୋଦ୍ଭବ ଖେଳାଳି ହିଁ ଟିମ୍‌ ଇଣ୍ଡିଆକୁ ହରାଇବା ନେଇ ପ୍ରସ୍ତୁତି ଜାରି ରଖିଛନ୍ତି । ନାସାଉ କାଉଣ୍ଟିରେ ଲୋ ସ୍କୋର ଅସ୍ଥାୟୀ ଭାବେ ନିର୍ମାଣ ହୋଇଥିବା ନାସାଉ କାଉଣ୍ଟି ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡିୟମରେ ଲୋ ସ୍କୋର ଦେଖିବାକୁ ମିଳୁଛି । ୪ଟି ଉଠା ପିଚରେ ମ୍ୟାଚ୍‌ ଖେଳାଯାଉଛି । ଭାରତ- ପାକିସ୍ତାନ, ଦକ୍ଷିଣ ଆଫ୍ରିକା-ବାଂଲାଦେଶ ମ୍ୟାଚ୍‌ରେ ଲୋ ସ୍କୋର ସତ୍ତେ୍ୱ ରୋମାଞ୍ଚକର ମ୍ୟାଚ୍‌ ଦେଖିବାକୁ ମିଳିଥିଲା । ନାସାଉ କାଉଣ୍ଟିରେ ଏ ପର୍ଯ୍ୟନ୍ତ କାନାଡ଼ା ସର୍ବାଧିକ ୧୩୭ ରନ୍‌ କରିଛି । ତେଣୁ ପୂର୍ବ ରେକର୍ଡ ଯାହା, ଭାରତ-ଆମେରିକା ମ୍ୟାଚ୍‌ରେ ସେମିତି ବଡ଼ ସ୍କୋର ଦେଖିବାକୁ ମିଳି ନପାରେ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.