ପ୍ରମୂଖ ଖବର
  • ଅପେକ୍ଷାର ହେଲା ଅନ୍ତ, ଖୋଲିଲା ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର, ଭିତର ଭଣ୍ଡାର ଖୋଲିବାକୁ ଚାଲିଛି ପକ୍ରିୟା
  • ||
  • ଶ୍ରୀମନ୍ଦିରକୁ ପ୍ରବେଶ କଲେ ୧୧ ଜଣ ସଦସ୍ୟ, ଦିନ ୧ଟା ୨୮ରେ ଶୁଭ ମୁହୂର୍ତ୍ତରେ ଫିଟିବ ଭିତର ଭଣ୍ଡାର ତାଲା
  • ||
  • ଶ୍ରୀଲୋକନାଥଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସମ୍ପନ୍ନ, ରତ୍ନଭଣ୍ଡାର ଖୋଲିବାକୁ ଆସିଲା ଆଜ୍ଞାମାଳ
  • ||
  • ଚତୁର୍ଥ ଟି-ଟ୍ୱେଣ୍ଟ; ଜିମ୍ବାଓ୍ବେକୁ ୧୦ ୱିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ, ଆଜି ପଞ୍ଚମ ମୁକାବିଲା
  • ||
  • ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼, ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ସନ୍ଦିଗ୍ଧ ସୁଟର ମୃତ
  • ||
  • ପାଞ୍ଚ ଦଶନ୍ଧିର ଘଟିବ ଅନ୍ତ, ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ଦିନ ୧ଟା ପରେ ଶୁଭ ମୁହୂର୍ତ୍ତରେ ଫିଟିବ ତାଲା
  • ||
  • ରାଜ୍ୟରେ ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା, ୧୮ରେ ଆଉ ଏକ ଘୂର୍ଣ୍ଣିବଳୟ
  • ||

ପପ୍ ଗାୟିକା ଉଷା ଉଥୁପଙ୍କ ସ୍ୱାମୀ ଜାନି ଚାକୋଙ୍କ ଦେହାନ୍ତ

ନୂଆଦିଲ୍ଲୀ,୯/୭: ଜଣାଶୁଣା ଭାରତୀୟ ପପ୍ ଗାୟିକା ଉଷା ଉଥୁପଙ୍କ ସ୍ୱାମୀ ଜାନି ଚାକୋଙ୍କ ଦେହାନ୍ତ।  କୋଲକାତାରେ  ଗତକାଲି ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ହୃଦ୍‌ଘାତ କାରଣରୁ ତାଙ୍କ ଦେହାନ୍ତ ହୋଇଥିବା ନେଇ ପରିବାର ସଦସ୍ୟ ସୂଚନା ଦେଇଛନ୍ତି । ତେବେ ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା । ତେବେ ସ୍ୱାମୀଙ୍କ ମୃତ୍ୟୁ ପରେ ଗାୟିକା ଦୁଃଖରେ ଭାଙ୍ଗି ପଡିଥିବା ବେଳେ ପରିବାରରେ ଶୋକର ଛାୟା ଖେଳିଯାଇଛି ।

ମିଡିଆ ରିପୋର୍ଟ ଅନୁଯାୟୀ, ସୋମବାର ଦିନ ଉଷା ଉଥୁପଙ୍କ ସ୍ୱାମୀ ଜାନି ଚାକୋ ଘରେ ଟିଭି ଦେଖୁଥିଲେ । ଏହି ସମୟରେ ସେ ଅସୁସ୍ଥତା ଅନୁଭବ କରିଥିଲେ । ଯାହା ପରେ ଜାନି ଚାକୋଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ହୃଦ୍‌ଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତରମାନେ କହିଛନ୍ତି । ତାଙ୍କର ଶେଷ ରୀତିନୀତି ଆଜି ଅନୁଷ୍ଠିତ ହେବ ବୋଲି ଜଣାପଡିଛି। ତେବେ ଜାନି ଚାକୋ ଉଷା ଉଥୁପଙ୍କ ଦ୍ୱିତୀୟ ସ୍ୱାମୀ ଥିଲେ ।  ସେ ଚା' ବଗିଚା ବ୍ୟବସାୟ ସହିତ ଜଡିତ ଥିଲେ । ଦୁହେଁ ୭୦ ଦଶକର ପ୍ରାରମ୍ଭରେ ପ୍ରସିଦ୍ଧ ନାଇଟ୍ କ୍ଲବ୍ ଟ୍ରିନକାସାରେ ସାକ୍ଷାତ ହୋଇଥିଲେ । ଉଷା ଉଥୁପ ପୂର୍ବରୁ ଦିବଙ୍ଗତ ରାମୁଙ୍କୁ ବିବାହ କରିଥିଲେ । ତେବେ ଜାନିଙ୍କ ବିୟୋଗରେ ପୁରା ପରିବାର ଦୁଃଖରେ ଭାଙ୍ଗି ପଡିଛନ୍ତି ।









  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.