ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଉତ୍ତରକାଶୀ ଟନେଲ୍‌ ଟ୍ରାଜେଡି: ଗ୍ରୀନ୍‌ କରିଡରେ ସମ୍ବଲପୁରରୁ ଗଲା ଅଗର୍‌ ମେସିନ୍‌, ଆମେରିକୀୟ ଅଗର୍‌ ମେସିନ୍‌ଠୁ ଶକ୍ତିଶାଳୀ

ସମ୍ବଲପୁର,୨୪/୧୧: ଉତ୍ତରାଖଣ୍ଡ ଉତ୍ତରକାଶୀର ଟନେଲ୍‌  ଫସିଥିବା ୪୧ ଜଣଙ୍କ ଉଦ୍ଧାର କାର୍ଯ୍ୟ ପାଇଁ  ସହାୟକ ହୋଇଥିବା ଅଗର୍‌ ମେସିନ୍‌ ସମ୍ବଲପୁରରୁ ଯାଇଛି । ସୁଡ଼ଙ୍ଗ କରୁଥିବା ଏହି ଅତ୍ୟାଧୁନିକ ମେସିନ୍‌କୁ ଗ୍ରୀନ୍‌ କରିଡର ଦ୍ୱାରା ଉତ୍ତରକାଶୀ ପଠାଯାଇଛି ।  ଏକ ମାଲବାହୀ ଟ୍ରେନ୍‌ ଓ ୬ ଟ୍ରେଲରରେ ମେସିନ୍‌କୁ ଖଣ୍ଡଖଣ୍ଡ କରି ପଠାଯାଇଛି ।  ସମ୍ବଲପୁରରୁ ରାୟପୁର, ଗ୍ୱାଲିୟର  ଦେଇ ଟନେଲ୍‌ ନିକଟକୁ ଏହି ମେସିନ୍‌  ସ୍ଥାନାନ୍ତର ହୋଇଛି । ସମ୍ବଲପୁରରୁ ୨୧  ତାରିଖରେ ଯାଇଥିବା ବେଳେ ଏବେ  ଉତ୍ତରକାଶୀ ପହଞ୍ଚିଥିବା ସମ୍ବଲପୁରର ଜଣେ ବରିଷ୍ଠ ଅଧିକାରୀ ସୂଚନା  ଦେଇଛନ୍ତି । ଏହି ମେସିନ୍‌କୁ ନେବା ପାଇଁ କେନ୍ଦ୍ରର ୩ଟି ମନ୍ତ୍ରାଳୟ(ସ୍ୱରାଷ୍ଟ୍ର,  ଏନ୍‌ଏଚ୍‌ଏଆଇ ଏବଂ ରେଳ) ସିଧାସଳଖ ତଦାରଖ କରୁଥିଲେ ।  

ଏହି ମେସିନ୍‌ ପହଞ୍ଚିବା ପୂର୍ବରୁ  ଗୁଜୁରାଟ ଭଲ୍‌ସାଦରୁ ଆସିଥିବା ଆମେରିକୀୟ ଅଗର୍‌ ମେସିନ୍‌ କାମ କରୁଥିଲା । ଯାହା ଫଳରେ ୮ ଶହ ମିଟର ପର୍ଯ୍ୟନ୍ତ ପାଇପ୍‌ ପହଞ୍ଚାଯାଇ  ପାରିଛି । ଏବେ ସମ୍ବଲପୁରରୁ ଉତ୍ତରକାଶୀ ଯାଇଥିବା ଅଗର୍‌ ମେସିନ୍‌  ଆମେରିକୀୟ ଅଗର୍‌ ମେସିନ୍‌ ଠାରୁ  ଅଧିକ ଶକ୍ତିଶାଳୀ । ଫ୍ରାନ୍ସ ନିର୍ମିତ ଏହି  ମେସିନ୍‌କୁ ଚଳାଇବାକୁ ପ୍ୟାରିସ୍‌ରୁ  ଜଣେ ବିଶେଷଜ୍ଞ ଆସି ପହଞ୍ଚି  ସାରିଛନ୍ତି । ଏହି ମେସିନ୍‌କୁ ଟ୍ରେନ୍‌ ଦ୍ୱାରା  ସମ୍ବଲପୁରରୁ ନିଆଯାଇଛି । ଗୋଟିଏ  ବଗିରେ ମେସିନ୍‌ ଥିବାବେଳେ ୨୧  ମିଟରର୍‌ ଲମ୍ବା ପାଇପ୍‌ ପଠାଯାଇଛି । ହେଲେ ଟ୍ରେନ୍‌ରେ ମୁଖ୍ୟ ମେସିନ୍‌କୁ  ନେବା ସମ୍ଭବ ନ ହେବାରୁ ଏହାକୁ  ଟ୍ରେଲର ଦ୍ୱାରା ସ୍ଥାନାନ୍ତର କରାଯାଇଛି ।  ଏଥିପାଇଁ ୫ଟି ରାଜ୍ୟର ପୁଲିସ୍‌କୁ  ଆଲର୍ଟ କରାଯିବା ସହ ରାସ୍ତାକୁ  ଗ୍ରୀନ୍‌ କରିଡର କରି ନିଆଯାଇଛି । ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଉପସ୍ଥିତିରେ ସମ୍ବଲପୁରରୁ ରେଳ ଦ୍ୱାରା ପଠାଯାଉଥିବାବେଳେ ସେ ଏହା  ଉପରେ ନଜର ରଖିଥିବା ଜଣେ ବରିଷ୍ଠ  ରେଳ ଅଧିକାରୀ କହିଛନ୍ତି ।  

ସୂଚନା ଅନୁସାରେ, ସମ୍ବଲପୁର ହୀରାକୁଦ ହିଣ୍ଡାଲ୍‌କୋରେ ଏହି  ମେସିନ୍‌ଟି ଥିବା ଜଣାପଡିବା ପରେ  କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟରୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ଚିଠି ଆସିଥିଲା । ଗ୍ରୀନ୍‌ କରିଡର କରି ଏହାକୁ  ତୁରନ୍ତ ପଠାଇବାକୁ ନିର୍ଦ୍ଦେଶ ଥିଲା ।  ତେଣୁ ହିଣ୍ଡାଲକୋ କର୍ମଚାରୀଙ୍କ ସହ  ଆଲୋଚନା କରି ଏହାକୁ ପଠାଇବାକୁ  ରୋଡମ୍ୟାପ୍‌ ପ୍ରସ୍ତୁତ ହୋଇଥିଲା । ୨୧  ତାରିଖ ଦିନ ସମ୍ବଲପୁରରୁ ଉତ୍ତରକାଶୀକୁ  ପଠାଯାଇଥିଲା ବୋଲି ଜଣେ ପୁଲିସ୍‌  ଅଧିକାରୀ ସୂଚନା ଦେଇଛନ୍ତି ।

ବହୁତ ସାବଧାନର ସହ ଅପରେସନ ଜାରି ରହିଛି : ସୁଡ଼ଙ୍ଗରେ ଶ୍ରମିକଙ୍କ ସ୍ଥିତି ବିଷୟରେ ଜଣାଇଲା ଏନଡିଏମଏ

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.