ମୁମ୍ୱାଇ – ମାଧୁରୀଙ୍କ ସହ ଅନେକ ଫିଲ୍ମରେ କାମ କରି ସାରିଛନ୍ତି ଅଜୟ ଦେବଗନ। ଉଭୟ ୨୦୦୧ରେ ଫିଲ୍ମ ’ୟେ ରାସ୍ତେ ହୈଁ ପ୍ୟାର୍ କେ’ର ଥିଲା। ଇଣ୍ଟରନେଟ୍ରେ ଅଜୟ ଦେବଗନଙ୍କର ଏକ ସାକ୍ଷାତ୍କାର ଭାଇରାଲ ହେଉଛି। ଏଥିରେ ସେ କହୁଛନ୍ତି କି, ମାଧୁରୀ ଦୀକ୍ଷିତ ଏତେ ସୁନ୍ଦରୀ କି ତାଙ୍କ କାରଣରୁ ଥରେ ସେ ସିଗାରେଟ୍ରେ ପୋଡି଼ ହୋଇ ଯାଇଥିଲେ। ଅଜୟ ପୂରା ଘଟଣାକୁ ଦର୍ଶାଇଛନ୍ତି। ସାଥିରେ ମାଧୁରୀ ଦୀକ୍ଷିତ ମଧ୍ୟ ବସି ଥିଲେ, ଯିଏ ଏହା ଶୁଣି ଚମକି ପଡ଼ିଲେ। ଅଜୟ ଏହି କ୍ଲିପ୍ରେ କହୁଛନ୍ତି କି ତାଙ୍କର ଓଠ ତଳେ ସେହି ଚିହ୍ନ ଏବେ ବି ରହିଛି।
ଧକ୍ ଧକ୍ ଗର୍ଲ ମାଧୁରୀ ଦୀକ୍ଷିତ୍ ଅନେକ ଲୋକଙ୍କ ହୃଦୟର ଧଡ଼କନ। ସାଧାରଣ ଲୋକଙ୍କ କଥା ଛାଡ଼ ତାଙ୍କର କୋ-ଷ୍ଟାର ଅଜୟ ଦେବଗନ୍ ମଧ୍ୟ ତାଙ୍କର ସୁନ୍ଦରତାରେ ହଜି ଆହତ ହୋଇଥିଲେ। ରେଡ୍ଡିଟ୍ରେ ଅଜୟଙ୍କର ଏକ ପୁରୁଣା ଭିଡ଼ିଓ ସେୟାର କରାଯାଇଛି। ଏଥିରେ ସେ କହୁଛନ୍ତି , ଆମେ ଏକ ଫିଲ୍ମ କରୁଥିଲୁ , ୟେ ରାସ୍ତେ ହୈଁ ପ୍ୟାର୍ କେ , ମୁଁ ଡ୍ରିଙ୍କ୍ ନେଉଥିଲି ଏବଂ ସିଗାରେଟ୍ ପିଉ ଥିଲି। ସମସ୍ତେ ବସି ଥିଲେ , ଆଉ ଅନ୍ୟମାନେ କାଷ୍ଟର ଲୋକେ ଥିଲେ। ଇଏ ( ମାଧୁରୀ) ବି ଆସିଲେ , ଏଠାରେ ବସିଲେ।
ମାଧୁରୀ ଏତେ ସୁନ୍ଦର ଲାଗୁଥିଲେ ଯେ, ମୁଁ ତାଙ୍କୁ ଦେଖି ବିମୋହିତ ହୋଇଗଲି । ମୁଁ କେବଳ ତାଙ୍କ ସହ କଥା ହେଉଥିଲି , ଆଉ ତାଙ୍କୁ ହିଁ ଦେଖୁ ଥିଲି। ଏତିକି ବେଳେ ମୁଁ ସିଗାରେଟ୍ ଓଲଗା ଲଗେଇ ଦେଲି। ସେହି ଚିହ୍ନ ଏବେ ବି ଅଛି। ମୁଁ ପୋଡ଼ି ହୋଇ ଯାଇଥିଲି। ଅଜୟ ନିଜର ଓଠ ତଳକୁ ଦେଖାଇ କହିଥିଲେ ଏଠାରେ ଏହି ଚିହ୍ନ ଅଛି। କହିଲେ , ଏହା ସେ ଦେଇଥିବା କ୍ଷତ। ମୁଁ ଜଳି ଯାଇଥିଲି। ଏହାଶୁଣି ମାଧୁରୀ ଆଶ୍ଚର୍ଯ୍ୟ ହୋଇଗଲା । ଅଜୟ , ମାଧୁରୀ ଦୀକ୍ଷିତଙ୍କ ସହ ଲଜ୍ଜା, ଟୋଟଲ ଧମାଲ ଓ ଟୋଟଲ ଧମାଲ-୨ ରେ ମଧ୍ୟ କାମ କରି ସାରିଛନ୍ତି।