ପ୍ରମୁଖ ଖବର
  • ହିଞ୍ଜିଳି : ହିଞ୍ଜିଳିରୁ ଶଙ୍ଖନାଦ କଲେ ମୁଖ୍ୟମନ୍ତ୍ରୀ, କହିଲେ ଆରମ୍ଭ ହେଲା ବିଜେଡିର ବିଜୟ ଯାତ୍ରା
  • ||
  • ଭୁବନେଶ୍ୱର : ମସଲା ବ୍ୟାନ୍‌ ପ୍ରସଙ୍ଗ: ମସଲା ବ୍ୟାନ୍‌ର ମୂଳ କାରଣକୁ ଚିହ୍ନଟ କରାଯିବ
  • ||
  • ଭୁବନେଶ୍ୱର : ନକଲି ପୁଲିସ୍‌, ସିବିଆଇ ଅଧିକାରୀ କହି ଲୁଟୁଥିଲେ; ଇରାନୀ ମୁସଲିମ୍‌ ଗ୍ୟାଙ୍ଗ୍‌ର ୭ ଗିରଫ
  • ||
  • ଭୁବନେଶ୍ୱର : ଲିଭୁନି ଚନ୍ଦକା ନିଅ, ୧୨ ଘଣ୍ଟା ନାକେଦମ୍‌ ବନ କର୍ମଚାରୀ
  • ||
  • ଫୁଲବାଣୀ : ବାରହା ଆକ୍ରମଣରେ ମହିଳା ମୃତ
  • ||
  • ମାଲକାନଗିରି ଜିଲ୍ଲାରୁ ନଗଦ ୩୦ ଲକ୍ଷ ଜବତ, ୨ ଗିରଫ
  • ||
  • ଭୁବନେଶ୍ଵର : ମେ ୧ରେ ୪୮ ଡିଗ୍ରୀ ଛୁଇଁବ, ଆହୁରି ୬ ଡିଗ୍ରୀ ବଢ଼ିଯିବ ତାତି
  • ||

ଫ୍ଲାଇଟ୍‌ ଭଳି ସୁବିଧା, ୫ଷ୍ଟାର ହୋଟେଲ ଭଳି ଆରାମ ; ଅନେକ ସୁବିଧାରେ ପୂର୍ଣ୍ଣ ବନ୍ଦେ ଭାରତ ସ୍ଲିପର ଟ୍ରେନ୍‌ …

ନୂଆଦିଲ୍ଲୀ : ବନ୍ଦେ ଭାରତ ଟ୍ରେନ୍‌ ନିଜର ପ୍ରାରମ୍ଭିକ ଦିନରୁ ନେଇ ଆଜି ଯାଏ ଲୋକଙ୍କ ମଧ୍ୟରେ ଖୁବ୍‌ ଲୋକପ୍ରିୟ ପାଲଟିଛି। ଆଜି ମଧ୍ୟ ଲୋକେ ଏହି ଟ୍ରେନ୍‌ରେ ଯାତ୍ରା କରିବାରେ ଖୁବ୍‌ ଆଗ୍ରହ ପ୍ରକାଶ କରୁଛନ୍ତି। ବନ୍ଦେ ଭାରତ ଟ୍ରେନ୍‌ ଅନ୍ୟ ଟ୍ରେନ୍‌ର ତୁଳନାରେ ଅଧିକ ସୁବିଧା ରହିଛି। ଲୋକେ ଏହି ଅଧିକ ପସନ୍ଦ କରୁଛନ୍ତି। ବନ୍ଦେ ଭାରତର ନିର୍ମାଣ ଅନ୍ତରାଷ୍ଟ୍ରୀୟ ମାନଦଣ୍ଡ ଉପରେ କରାଯାଇଛି। ସାରା ଦେଶରେ ହିଟ୍‌ ହୋଇ ସାରିଥିବା ବନ୍ଦେ ଭାରତର ସଫଳତା ପରେ ରେଲୱେ ବନ୍ଦେ ଭାରତ ଟ୍ରେନ୍‌ରେ ସ୍ଲିପର କୋଚ୍‌ ବିକଶିତ କରିବାର ପ୍ରକ୍ରିୟାରେ ରହିଛି। ରେଲୱେ ଏହି ସବୁ କୋଚ୍‌କୁ ଖୁବ୍‌ ଶୀଘ୍ର ଲୋକଙ୍କ ମଧ୍ୟରେ ଆଣିବାକୁ ଯାଉଛି। ନିକଟରେ ବନ୍ଦେ ଭାରତ ସ୍ଲିପର କୋଚ୍‌ର ସୁବିଧା ଗୁଡ଼ିକ ବିଷୟରେ କିଛି ମହତ୍ତ୍ୱପୂର୍ଣ୍ଣ ସୂଚନା ସାମନାକୁ ଆସିଛି। ଆସନ୍ତୁ ଜାଣିବା ବନ୍ଦେ ଭାରତ ସ୍ଲିପରରେ ମିଳୁଥିବା ଅନେକ ସୁବିଧା ବିଷୟରେ।

ଏବେ ସୁଦ୍ଧା ବନ୍ଦେ ଭାରତ ଟ୍ରେନ୍‌ ଗୁଡ଼ିକରେ ସାର୍ବଜନିକ ବ୍ୟବହାର ପାଇଁ କେବଳ ସିଙ୍ଗଲ-ସିଟର କୋଚ୍‌ ତିଆରି କରାଯାଇଛି। ଏଥିରେ ଭାରତୀୟ ରେଲୱେ ବର୍ତ୍ତମାନ ସ୍ଲିପର ସୁବିଧା ଥିବା ବନ୍ଦେ ଭାରତ ଟ୍ରେନ୍‌ କୋଚ୍‌ର ବିକାଶ ଉପରେ କାମ କରୁଛି। ଏହି କୋଚ୍‌ ଗୁଡ଼ିକରେ ନିଶ୍ଚିତ ରୂପେ ଭାରତୀୟ ରେଲୱେ ଉଦ୍ୟୋଗରେ ଏକ ବଡ଼ ପରିବର୍ତ୍ତନ ଆଣିବାର ଆଶା ରହିଛି। ଟାଇମ୍ସ ଅଫ୍‌ ଇଣ୍ଡିଆ ନୂଆ ବନ୍ଦେ ଭାରତ ସ୍ଲିପର କମ୍ପାର୍ଟମେଣ୍ଟ ଟ୍ରେନ୍‌ର ଡିଜାଇନ୍‌ର ସମ୍ୱନ୍ଧରେ କିଛି ସୂଚନା ଜାରି କରିଛି। 

ଏହି ଟ୍ରେନ୍‌ରେ ମୋଟ ୧୬ଟି କୋଚ୍‌ ରହିବ ଏବଂ ଏଥିରେ ୩ ପ୍ରକାରର କୋଚ୍‌ ସାମିଲ ହେବ , ଯେଉଁଥିରେ -୩ଟି ଟିୟର ଏସି , ୨ଟିୟର ଏସି ଓ ଫାର୍ଷ୍ଟ କ୍ଲାସ୍‌ ଏସି। ମୋଟ ୧୬ଟି କୋଚ୍‌ରେ ୧୧୩ ଟିୟର ଏସି କୋଚ୍, ଚାରୋଟି ୨ଟି ଟିୟର ଏସି କୋଚ୍ ଓ ଗୋଟିଏ ଫାର୍ଷ୍ଟ କ୍ଲାସ ଏସି କୋଚ୍‌ ସାମିଲ ହେବାର ଆଶା ରହିଛି। ଏହି ଟ୍ରେନ୍‌ରେ ମୋଟ୍‌ ୮୨୩ ଯାତ୍ରୀ ଯାତ୍ରା କରି ପାରିବେ। ଯେଉଁଥିରେ ୬୧୧ ଜଣ ଯାତ୍ରୀ ୩-ଟିୟର ଏସି କୋଚ୍‌ରେ , ୧୮୮ଯାତ୍ରୀ ୨-ଟିୟର ଏସି କୋଚ୍‌ରେ ଏବଂ ୨୪ ଜଣ ଯାତ୍ରୀ ପ୍ରଥମ ଶ୍ରେଣୀ କୋଚ୍‌ରେ ଯାତ୍ରା କରି ପାରିବେ। ମୁଖ୍ୟତଃ ଗଦି ଯୁକ୍ତ ଶେଯର ବ୍ୟବସ୍ଥା ଏହି ଟ୍ରେନ୍‌ରେ କରାଯିବ। ଏହାକୁ ରାଜସ୍ଥାନୀ ଏକ୍ସପ୍ରେସ୍ ଟ୍ରେନ୍‌ରେ ବସିବାର ସୁବିଧା ଠାରୁ ଆହୁରି ଭଲ କରାଯିବ। 

ଏହି ଟ୍ରେନ୍‌ର ଇଣ୍ଟେରିୟରକୁ କ୍ରିମ୍‌ ,ପିଲେ ଓ କାଠ ରଙ୍ଗର ସହ ଦେଖିବାରେ ଆକର୍ଷକ କରାଯାଇଛି। ମିଡିଲ ଓ ଉପର ବର୍ଥ ପାଇଁ ସିଡିର ସୁବିଧା ଦିଆଯିବ। ଯେଉଁଥିରେ ଯାତ୍ରୀମାନେ ସହଜରେ ଚଢି ପାରିବେ। ଏହି ଟ୍ରେନ୍‌ର ସାଧାରଣ କ୍ଷେତ୍ରରେ ସବୁ ଲାଇଟ୍‌ ସେନ୍ସର ଲାଇଟ୍‌ ରହିଛି। ଯେତେବେଳେ ଯାତ୍ରୀ ସେହି ଅଞ୍ଚଳରେ ପହଞ୍ଚିବେ ତ ଲାଇଟ୍‌ ଆପେ ଆପେ ଜଳି ଉଠିବ ଏବଂ ଯେବେ କୌଣସି ଯାତ୍ରୀ ନଥିବେ ତ ଲାଇଟ୍‌ ଆପଣାଛାଏଁ ବନ୍ଦ ହୋଇଯିବ। ରାତିରେ ଭଲ ଆଲୋକ ପ୍ରଦାନ କରିବା ପାଇଁ ଆବଶ୍ୟକ ସ୍ଥାନରେ ଆଲୋକର ବ୍ୟବସ୍ଥା କରାଯାଇଛି। ବିଶେଷ ଭାବେ ରାତିରେ ଯେବେ ଯାତ୍ରୀ ପାଦରେ ଚାଲୁ ଥିବେ ତ ଯାତ୍ରୀଙ୍କ ରାସ୍ତାରେ ଆଲୋକ ପ୍ରଦାନ ପାଇଁ ନିମ୍ନ ଭାଗରେ ଏଲଇଡି ଲାଇଟ୍‌ ଷ୍ଟ୍ରିପ୍ସ ପ୍ରଦାନ କରାଯିବ। ଏହା ସେତେବେଳେ କାମ କରିବ , ଯେତେବେଳେ ଯାତ୍ରୀ ସେଠାରେ ଚାଲୁ ଥିବେ। ଏହି ଆଲୋକ ଶୋଇ ଥିବା ଅନ୍ୟ ଯାତ୍ରୀଙ୍କୁ କୌଣସି ପ୍ରକାରରେ ସମସ୍ୟାରେ ପକାଇବ ନାହିଁ। 

ଟ୍ରେନ୍‌ ଭିତରେ ଏକ ବଗିରୁ ଆଉ ଏକ ବଗିକୁ ଯାଉଥିବା ଡୋର୍ ଓ ଶୌଚାଳୟ ଅଞ୍ଚଳର ଡୋର ସବୁ ଅଟୋମେଟିକ୍‌ ଡୋର୍‌ ଭାବେ ଡିଜାଇନ କରାଯାଇଛି। ଏଗୁଡ଼ିକୁ ମଧ୍ୟ ସେନ୍ସର ଆଧାରରେ ତିଆରି କରାଯାଇଛି। ଏଥିରେ ଟ୍ରେନ୍‌ରେ କୌଣସି ପ୍ରକାରର ଶବ୍ଦ ଶୁଣାଯିବ ନାହିଁ। ଉକ୍ତ ଟ୍ରେନ୍‌ରେ ଦିବ୍ୟାଙ୍ଗଙ୍କ ପାଇଁ ବିଶେଷ ଶୌଚାଳୟ ସୁବିଧା ରହିଛି। କେବଳ ଏତିକି ନୁହେଁ, ବର୍ତ୍ତମାନର ବନ୍ଦେ ଭାରତ ଟ୍ରେନ୍‌ ପରି ଟ୍ରେନ୍‌ରେ ଚଢୁଥିବା ଯାତ୍ରୀଙ୍କ ପାଇଁ ଅଟୋମେଟିକ୍‌ ଡୋର୍‌ ଲଗାଯାଇଛି। ଏହି ଟ୍ରେନ୍‌ରେ ଟଏଲେଟ୍‌ର କଥା ଯଦି କହିବା ତ, ଏଥିରେ ବିମାନର ଟଏଲେଟ୍‌ ପରି ବାୟୋ ଟଏଲେଟ୍ ସିଷ୍ଟମ ଦିଆ ଯାଇଛି। ଏଥିରେ ଯେମିତି କୌଣସି ପ୍ରକାରର ଦୁର୍ଗନ୍ଧ ନ ବ୍ୟାପେ ଏହିପରି ଡିଜାଇନ କରାଯାଇଛି।

ଉକ୍ତ ଟ୍ରେନ୍‌କୁ ୧୮୦ କିଲୋମିଟର ପ୍ରତି ଘଣ୍ଟାର ଗତିରେ ଯାତ୍ରା କରିବାରେ ସକ୍ଷମ କରାଯାଇଛି। ହେଲେ ସୁରକ୍ଷା କାରଣରୁ ଟ୍ରେନ୍‌ ୧୬୦ କିଲୋମିଟର ପ୍ରତି ଘଣ୍ଟାର ଗତିରେ ଚାଲିବ। ଏଥିରେ ଯାତ୍ରୀଙ୍କ ପାଇଁ ଯାତ୍ରୀର ସମୟ ଖୁବ୍‌ କମ୍‌ ହୋଇଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.