ପ୍ରମୂଖ ଖବର
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡିବେ ନୀଳାଦ୍ରିନାଥ, ବାହୁଡ଼ାଦିଅଁଙ୍କ ପହଣ୍ଡି ବିଜେ
  • ||
  • ସୁନ୍ଦରଗଡ଼: ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ
  • ||
  • ଭୁବନେଶ୍ୱର: କଳାଭୂମି ନିକଟରେ ବୃଦ୍ଧଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ୱିମ୍ବଲଡନ ଟାଇଟଲ ଲଢ଼େଇ: ଭେଟେରାନ ଜୋକୋଭିକଙ୍କୁ ହରାଇ କାର୍ଲୋସ ଅଲକାରାଜ ଚାମ୍ପିଅନ୍
  • ||
  • ସୋମବାରଠୁ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ- ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଜନ୍ମବେଦିରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା
  • ||

ଏହି ରୁଟ୍‌ରେ କମାଇ ଦିଆ ଯାଇଛି ବନ୍ଦେ ଭାରତର ଗତି , କାହିଁକି ଜାଣନ୍ତୁ

ନୂଆଦିଲ୍ଲୀ – ଦେଶର ସବୁଠୁ ଲୋକପ୍ରିୟ ବନ୍ଦେ ଭାରତକୁ ନେଇ ରେଲୱେ ଖୁବ୍‌ ଉତ୍ସାହିତ। ଏହି ସମୟରେ ରେଲୱେ ପକ୍ଷରୁ ଭିନ୍ନ ଭିନ୍ନ ରୁଟ୍‌ରେ ବନ୍ଦେ ଭାରତର ପରିଚାଳନା କରାଯାଉଛି। ରେଲୱେ ବନ୍ଦେ ଭାରତର ଗତିକୁ ବଢାଇବା ପାଇଁ ଅଲଗା ଅଲଗା ରୁଟ୍‌ରେ କାମ କରୁଛି। ଏହି ଖବର ଆସିଛି କି ଭାରତୀୟ ରେଲୱେ ସୁରକ୍ଷା ସୁନିଶ୍ଚିତ କରିବାକୁ ଖୁବ୍‌ଶୀଘ୍ର କିଛି ନିର୍ଦ୍ଦିଷ୍ଟ ପଥରେ ବନ୍ଦେ ଭାରତ ଓ ଦ୍ରୁତଗାମୀ ଏକ୍ସପ୍ରେସ୍ ସହ ପ୍ରିମିୟମ ଟ୍ରେନ୍‌ର ଗତିକୁ , ବର୍ତ୍ତମାନ ୧୬୦ କିମି ପ୍ରତି ଘଣ୍ଟାରୁ ହ୍ରାସ କରି ୧୩୦ କି.ମି ପ୍ରତି ଘଣ୍ଟା କରାଯିବ।

ଦ ହିନ୍ଦୁର ରିପୋର୍ଟ ମୁତାବିକ, ରେଲୱେ ସୂତ୍ର ମଙ୍ଗଳବାର ଖବରକାଗଜକୁ କହିଛି କି , ଉତ୍ତର ମଧ୍ୟ ରେଲୱେ , ରେଲୱେ ବୋର୍ଡକୁ ଚିଠି ଲେଖି ଟ୍ରେନ୍‌ ସଂଖ୍ୟା ୧୨୦୫୦/୧୨୦୪୯ ଦିଲ୍ଲୀ –ଝାନ୍ସି-ଦିଲ୍ଲୀ ଗତିଶୀଳ ଏକ୍ସପ୍ରେସ୍‌ , ଟ୍ରେନ୍ ସଂଖ୍ୟା ୨୨୪୭୦/୨୨୪୬୯ ଦିଲ୍ଲୀ –ଖଜୁରାହୋ-ଦିଲ୍ଲୀ ବନ୍ଦେ ଭାରତ ଏକ୍ସପ୍ରେସ , ଟ୍ରେନ୍‌ ସଂଖ୍ୟା ୨୦୧୭୨ / ୨୦୧୭୧  ଦିଲ୍ଲୀ – ରାନୀ କମଲାପତି –ଦିଲ୍ଲୀ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଓ ଟ୍ରେନ୍‌ ସଂଖ୍ୟା ୧୨୦୦୨ / ୧୨୦୦୧ ଦିଲ୍ଲୀ –ରାନୀ କମଲାପତି-ଦିଲ୍ଲୀ ଶତାବ୍ଦୀ ଏକ୍ସପ୍ରେସ୍ ଟ୍ରେନର ଗତି ଧିମା କରିବାକୁ କହିଛି। 

ଏମିତି କୁହାଯାଉଛି କି, ନୂଆ ଦିଲ୍ଲୀରୁ ଆଗ୍ରା ମଧ୍ୟ କବଚ ସିଷ୍ଟମ ଲଗାଇବାର କାମ ଚାଲୁଛି। କବଚ ସିଷ୍ଟମର କାମ ପୂରା ହେବା ଯାଏ ଟ୍ରେନ ଗୁଡ଼ିକର ଗତି କମ୍‌ ରଖାଯିବ। ଏହି କାରଣ ଯେ ,ରେଲୱେ ସୁରକ୍ଷା ଦୃଷ୍ଟି କୋଣରୁ ବନ୍ଦେ ଭାରତ ଟ୍ରେନ୍‌ର ସ୍ପିଡ୍‌ କମ୍‌ କରିଛି। ନିକଟରେ ବଙ୍ଗଳାରେ ହୋଇଥିବା ଟ୍ରେନ୍ ଦୁର୍ଘଟଣା ପରେ ରେଲୱେ ଗୋଟି ଗୋଟି କରି ପଦକ୍ଷେପ ନେଉଛି। ଟ୍ରେନର ସୁରକ୍ଷିତ ପରିଚାଳନାକୁ ନେଇ ଏହିପରି ସାବଧାନତା ଆପଣାଇଛି। ରିପୋର୍ଟସ ଅନୁସାରେ , ଟ୍ରେନ୍‌ ଦୁର୍ଘଟଣାକୁ ରୋକିବା ପାଇଁ ଅନେକ ରୁଟ୍‌ରେ କବଚ ସିଷ୍ଟମ ଲଗାଇବାର କାମ ଖୁବ୍‌ ଜୋରରେ କରୁଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.