ପ୍ରମୂଖ ଖବର
  • କଟକ : ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ରହିବ ୱାଟର ମାର୍କ
  • ||
  • ଇସ୍ରୋକୁ ମିଳିଲେ ନୂଆ ମୁଖ୍ୟ, ଦାୟିତ୍ବ ନେଲେ ଭି. ନାରାୟଣନ
  • ||
  • ତିନି ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବୈତରଣୀରେ ପକାଇବେ ମକର ବୁଡ଼
  • ||
  • ଶ୍ରୀଲିଙ୍ଗରାଜ ମନ୍ଦିରରେ ବଡ଼ୁ ସେବାୟତ ଓ ମହାସୁଆରଙ୍କ ବିବାଦ, ରାତି ୮ଟାରୁ ପ୍ରଭୁଙ୍କ ନୀତିକାନ୍ତି ବନ୍ଦ
  • ||
  • ଶ୍ରୀମନ୍ଦିରରେ ପବିତ୍ର ମକର ସଂକ୍ରାନ୍ତି, ଶ୍ରୀବିଗ୍ରହଙ୍କୁ ମକରଚୂଳ ଓ ମାଳ ଲାଗି କରାଯାଇ ହେବ ସ୍ୱତନ୍ତ୍ର ବେଶ
  • ||
  • ରାଜ୍ୟରେ ସାମାନ୍ୟ କମିଲା ଶୀତ, ୪ ଦିନ ଯାଏ ପାଗରେ କୌଣସି ପରିବର୍ତ୍ତନ ନାହିଁ
  • ||

ସନ୍ନି ଦେଓଲଙ୍କ ଫିଲ୍ମ 'ବର୍ଡର ୨' ରେ ପ୍ରଥମ ଥର ପାଇଁ ସେନା ଭୂମିକାରେ ନଜର ଆସିବେ ବରୁଣ

Published By : Anindita | August 24, 2024 8:41 AM

ମୁମ୍ବାଇ,୨୪/୮:  ସନ୍ନି ଦେଓଲଙ୍କ ଆଗାମୀ ଚଳଚ୍ଚିତ୍ର 'ବର୍ଡର ୨' ରେ ଏଣ୍ଟ୍ରି କଲେ ବରୁଣ ଧଓ୍ବନ। ନିର୍ମାତା ଗତକାଲି ଫିଲ୍ମର ଏକ ଟିଜର ରିଲଜ କରି ଏହା ନିଶ୍ଚିତ କରିଛନ୍ତି । ବର୍ଡର ୨ ନିର୍ମାତା, ସନ୍ନି ଦେଓଲ ଏବଂ ବରୁଣ ଧାୱନ ନିଜେ ସୋସିଆଲ ମିଡିଆରେ ଏକ ଟିଜର ରିଲିଜ କରି ଏହି ସୂଚନା ଦେଇଛନ୍ତି। ତେବେ ସନ୍ନି ଦେଓଲ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ବରୁଣ ଧୱନଙ୍କ ସ୍ୱର ଶୁଣିବାକୁ ମିଳେ। ଏହି ଭିଡିଓ ସେୟାର କରି ସନ୍ନି ଦେଓଲ କ୍ୟାପସନରେ ଲେଖିଛନ୍ତି, 'ବର୍ଡର 2' ବାଟାଲିୟନକୁ ସେନା ବରୁଣ ଧୱନଙ୍କୁ ସ୍ୱାଗତ କରୁଛି।' ତେବେ ଏହି ଫିଲ୍ମ ସହ ବରୁଣ ଧୱନଙ୍କୁ ପ୍ରଥମ  ଥର ପାଇଁ ସେନା ଭୂମିକାରେ ଦେଖିବାକୁ ମିଳିବ। ଏହି ଘୋଷଣା ପରେ ବରୁଣ ଖୁସିବ୍ୟକ୍ତ କରିଛନ୍ତି ।

ତେବେ  ୨୬ ଜାନୁଆରୀ ୨୦୨୬ ରେ ରିଲିଜ୍ ହେବ 'ବର୍ଡର ୨'। ଫିଲ୍ମ ବର୍ଡର ୧୩ ଜୁନ ୧୯୯୭ରେ ମୁକ୍ତିଲାଭ କରିଥିଲା ଏବଂ ୨୭ ବର୍ଷ ପରେ, ୧୩ ଜୁନ ୨୦୨୪ରେ ଅର୍ଥାତ ସମାନ ତାରିଖରେ 'ବର୍ଡର ୨' ଘୋଷଣା କରାଯାଇଥିଲା । 'ବର୍ଡର' ବକ୍ସ ଅଫିସରେ ଧମାଲ କରିଥିଲା । ଏହି ଫିଲ୍ମରେ ସନ୍ନି ଦେଓଲ ଭାରତୀୟ ସେନା ବାହିନୀର ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ଭାବେ ଖୁବ ସୁନ୍ଦର ଅଭିନୟ କରିଥିଲେ । ଫିଲ୍ମରେ ସନ୍ନିଙ୍କ ସହିତ ସୁନୀଲ ସେଟ୍ଟୀ ଓ ଜ୍ୟାକି ଶ୍ରଫ, ପୁନୀତ ଇସର ଓ ଅକ୍ଷୟ ଖନ୍ନାଙ୍କ ସମେତ ବହୁ ନାମିଦାମି ଅଭିନେତା ଅଭିନୟ କରିଥିଲେ । ଏହି ହିନ୍ଦୀ ଫିଲ୍ମଟି ବଲିଉଡ ଜଗତରେ ଏକ ଐତିହାସିକ ଫିଲ୍ମ ହୋଇ ରହିଛି । ଦର୍ଶକ ଏହି କାହାଣୀ ଓ ଫିଲ୍ମରେ ଦର୍ଶାଯାଇଥିବା ଭାରତୀୟ ସେନାଙ୍କ ସଂଘର୍ଷର କାହାଣୀ ଦେଖିଥିଲେ । ତେବେ ପୁଣି ଦର୍ଶକ ଭାରତୀୟ ସେନାଙ୍କ କାହାଣୀ ଦେଖିବାକୁ ପ୍ରସ୍ତୁତ । 'ବର୍ଡର 2' ଭୂଷଣ କୁମାର, କୃଷ୍ଣ କୁମାର, ଜେପି ଦତ୍ତା ଏବଂ ନିଧି ଦତ୍ତ ନିର୍ମାଣ କରୁଛନ୍ତି । ଅନୁରାଗ ସିଂ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି । 

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.