ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଭାଇସ୍‌ ଆଡମିରାଲ ଦିନେଶ ତ୍ରିପାଠୀ ନୌସେନା ମୁଖ୍ୟ ନିଯୁକ୍ତ, ଏପ୍ରିଲ ୩୦ରେ ନେବେ ଦାୟିତ୍ୱ

ନୂଆଦିଲ୍ଲୀ,୨୦/୦୪: ଭାଇସ୍‌ ଆଡମିରାଲ ଦିନେଶ ତ୍ରିପାଠୀ ଭାରତୀୟ ନୌସେନାର ନୂଆ ମୁଖ୍ୟ  ନିଯୁକ୍ତ ହୋଇଛନ୍ତି । ଗୁରୁବାର ବିଳମ୍ବିତ ରାତିରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଘୋଷଣା  କରାଯାଇଛି । ଦିନେଶ ତ୍ରିପାଠୀ ଏବେ ନୌସେନା ମୁଖ୍ୟ ଆଡ୍‌ମିରାଲ ଆର୍‌. ହରିକୁମାରଙ୍କ ସ୍ଥାନ ନେବେ । 

ଆର୍‌. ହରିକୁମାର ଆସନ୍ତା ୩୦ ତାରିଖରେ ଅବସର ନେବାକୁ ଥିବାବେଳେ ଦିନେଶ  ତ୍ରିପାଠୀ ସେହିଦିନ ଦାୟିତ୍ୱ ନେବେ ।  ଦିନେଶ ଏବେ ନୌସେନାର ଷ୍ଟାଫ୍‌ର ଉପପ୍ରମୁଖ  ଅଛନ୍ତି । ଏହା ପୂର୍ବରୁ ସେ ପଶ୍ଚିମ ନୌସେନା କମାଣ୍ଡ୍‌ର  ଫ୍ଲାଗ୍‌ ଅଫିସର କମାଣ୍ଡିଂ-ଇନ୍‌-ଚିଫ୍‌ ରହିଥିଲେ । ନିଜ  ୩୯ ବର୍ଷର କ୍ୟାରିୟରରେ ସେ ଭାରତୀୟ ନୌସେନାର  ଅନେକ ଗୁରୁତ୍ୱପୂର୍ଣ୍ଣ ଅଭିଯାନରେ କାମ କରିଛନ୍ତି ।  

୧୯୮୫ ଜୁଲାଇ ୧ରେ ସେ ଭାରତୀୟ ନୌସେନାରେ  ଭର୍ତ୍ତି ହୋଇଥିଲେ । ସେ କମ୍ୟୁନିକେଶନ ଏବଂ  ଇଲେକ୍ଟ୍ରୋନିକ ୱାରଫେୟାର ସ୍ପେଶାଲିଷ୍ଟ ।  ନୌସେନାର ଆଗଧାଡ଼ିର ଯୁଦ୍ଧଜାହାଜରେ  ସେ ସିଗ୍‌ନାଲ କମ୍ୟୁନିକେଶନ ଅଫିସର ଏବଂ ଇଲେକ୍ଟ୍ରୋନିକ୍‌ ୱାରଫେୟାର ଅଫିସର ଥିଲେ। ୨୦୧୯ ଜୁନ୍‌ରେ ଭାଇସ୍‌  ଆଡ୍‌ମିରାଲ ଭାବେ ତାଙ୍କର ପଦୋନ୍ନତି  ହୋଇଥିଲା ।୨୦୨୦ ଜୁଲାଇରୁ ୨୦୨୧  ମେ ପର୍ଯ୍ୟନ୍ତ ସେ ନୌସେନା ପରିଚାଳନାର  ମହାନିର୍ଦ୍ଦେଶକ ଥିଲେ । ୨୦୨୧ ଜୁନ୍‌ରୁ ୨୦୨୩ ଫେବ୍ରୁଆରୀ  ପର୍ଯ୍ୟନ୍ତ ପର୍ସୋନେଲ୍‌ ହେଡ୍‌ ଥିଲେ। ୨୦୨୪ ଜାନୁଆରୀ ୪ରେ  ତାଙ୍କୁ ନୌସେନା ଷ୍ଟାଫ୍‌ର ଉପପ୍ରମୁଖ ନିଯୁକ୍ତ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.