ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଏନ୍‌ପିଏସ୍ ଟଙ୍କା ହଡପ ଅଭିଯୋଗରେ ବିଇଓଙ୍କୁ ବାନ୍ଧିଲା ଭିଜିଲାନ୍ସ,୨୦ ଲକ୍ଷ ଟଙ୍କା ସେୟାର ମାର୍କେଟରେ କରିଥି‌ଲେ ଖର୍ଚ୍ଚ

ଦାରିଙ୍ଗିବାଡ଼ି ୨୧/୦୩ : ଏନ୍‌ପିଏସ୍ ( ନ୍ୟାସନାଲ ପେନ୍ସନ ସିଷ୍ଟମ ) ଟଙ୍କା ହଡ଼ପ ଅଭିଯୋଗରେ ବିଇଓ ରସାନନ୍ଦ କର ଗିରଫ । ଦାରିଙ୍ଗବାଡି ବ୍ଲକ ଶିକ୍ଷା ଅଧିକାରୀ ରସାନନ୍ଦ କରଙ୍କୁ ବାନ୍ଧିଲା ଭିଜିଲାନ୍ସ ଟିମ୍‌ । ଏନେଇ ଫୁଲବାଣୀ ଭିଜିଲାନ୍ସ ଇନ୍ସପେକ୍ଟର କୁମୁଦିନୀ ସାହୁ ସୂଚନା ଦେଇଛନ୍ତି । 


ସୂଚନା ମୁତାବିକ, ଦାରିଙ୍ଗବାଡି ବ୍ଲକ ଶିକ୍ଷା ଅଧିକାରୀ ରସାନନ୍ଦ କର ଶିକ୍ଷକଙ୍କ ନ୍ୟାସନାଲ ପେନ୍ସନ ସିଷ୍ଟମରୁ ୨୦ ଲକ୍ଷ ଟଙ୍କା ହଡ଼ପ କରିଥିଲେ । ଏନ୍‌ପିଏସ୍ ଟଙ୍କାକୁ ଚଞ୍ଚଚକତା କରି ଆକାଉଣ୍ଟରୁ ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲେ । ଏହାପରେ ସମସ୍ତ ଟଙ୍କା ସେୟାର ମାର୍କେଟରେ ବ୍ୟୟ କରିଦେଇଥିଲେ । ଭିଜିଲାନ୍ସ ପାଖରେ ଏନେଇ ଅଭିଯୋଗ ହୋଇଥିଲା । ଭିଜିଲାନ୍ସ ଘଟଣାର ତଦନ୍ତ କରି ବୁଧବାର ସଂଧ୍ୟାରେ ବ୍ଲକ ଶିକ୍ଷା ଅଧିକାରୀ ରସାନନ୍ଦ କରଙ୍କୁ ଗିରଫ କରିଛି । ତାଙ୍କ ବିରୋଧରେ ଠକେଇ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଚାଲିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.