କେନ୍ଦ୍ରାପଡ଼ା, ୧୦/୦୨ : ଭିଜିଲାନ୍ସ ଜାଲରେ ପ୍ରଧାନ ଶିକ୍ଷକ। ଲାଞ୍ଚ ନେଇ ଧରାପଡ଼ିଲେ କେନ୍ଦ୍ରାପଡ଼ା ଟାଉନ୍ ହାଇସ୍କୁଲର ପ୍ରଧାନ ଶିକ୍ଷକ ନିରଞ୍ଜନ ଅତି। ତାଙ୍କ ଠାରୁ ନଗଦ ଲାଞ୍ଚ ଟଙ୍କା ଜବତ ହୋଇଛି।
ସୂଚନାନୁଯାୟୀ, କେନ୍ଦ୍ରାପଡ଼ା ଟାଉନ୍ ହାଇସ୍କୁଲର ପ୍ରଧାନ ଶିକ୍ଷକ ନିରଞ୍ଜନ ଅତି ଲୋନ୍ କାଗଜପତ୍ରରେ ଦସ୍ତଖତ କରିବା ପାଇଁ ନିଜ ସ୍କୁଲର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଲାଞ୍ଚ ମାଗିଥିଲେ। ଆଜି ତାଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି। ତାଙ୍କ ଠାରୁ ନଗଦ ଲାଞ୍ଚ ଟଙ୍କା ଜବତ ହୋଇଛି। ଭିଜିଲାନ୍ସ ପ୍ରଧାନଶିକ୍ଷକଙ୍କୁ ଗିରଫ କରିଛି।