ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୨ ଦିନରେ ଆସିବ ବାକି ବିଜେପି ପ୍ରାର୍ଥୀଙ୍କ ନାଁ: ତୋମାର

ଭୁବନେଶ୍ୱର,୩୦/୦୩: ଅପେକ୍ଷା କରନ୍ତୁ । ଆଉ ଟିକେ ଧୈର୍ଯ୍ୟ ଧରନ୍ତୁ । ୨ଦିନରେ ଆସିବ ଓଡ଼ିଶାର ବାକି ବିଜେପି ପ୍ରାର୍ଥୀଙ୍କ ନାଁ । ଆମେ ଏଥର ଓଡ଼ିଶାରେ ସରକାର ଗଢିବୁ । ଭାରତୀୟ ଜନତା ପାର୍ଟିର ଡବଲ୍‌ ଇଞ୍ଜିନ୍‌ ସରକାର ହେବ ବୋଲି ଦିଲ୍ଲୀରୁ ଫେରିବା ପରେ କହିଛନ୍ତି ପ୍ରଭାରୀ ବିଜୟ ପାଲ ସିଂ ତୋମାର । ସେହିପରି  ବିଜେପି ରାଜ୍ୟ ସଭାପତି ମନମୋହନ  ସାମଲ ମଧ୍ୟ ବିଜେପି କୋର୍‌ କମିଟି  ବୈଠକରେ ଯୋଗ ଦେଇ ଫେରିଛନ୍ତି ।  

ସେ କହିଛନ୍ତି, କୋର କମିଟି ବୈଠକରେ  ଯାହା ସବୁ ଆଲୋଚନା ହେବା କଥା ତାହା  ହୋଇଛି । ଏବେ କେନ୍ଦ୍ରୀୟ ନିର୍ବାଚନ କମିଟି  ଚୂଡାନ୍ତ ନିଷ୍ପତ୍ତି ହେବ । ଶୀଘ୍ର ୩ ଲୋକସଭା ସହ ବିଧାନସଭା ପ୍ରାର୍ଥୀ ତାଲିକା ବିଜେପି  ଘୋଷଣା କରିବ ବୋଲି ଶ୍ରୀ ସାମଲ ସୂଚନା ଦେଇଛନ୍ତି । ସେହିପରି ମନମୋହନ ଦିଲ୍ଲୀରୁ  ଫେରିବା ପରେ ଶନିବାର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ବଡ଼  ଧରଣର ମିଶ୍ରଣ ପର୍ବ ହେବ ବୋଲି ସୂଚନା  ମିଳିଛି । ଏହି ମିଶ୍ରଣ ପର୍ବରେ ଏକାମ୍ରରୁ  ଗତଥର ନିର୍ବାଚନ ଲଢିଥିବା କଂଗ୍ରେସ ନେତ୍ରୀ ରଶ୍ମି ମହାପାତ୍ରଙ୍କ ସମେତ ଅନ୍ୟ  ଦଳର ନେତା ଓ ନେତ୍ରୀ ଯୋଗ ଦେବେ ବୋଲି ଜଣାପଡ଼ିଛି ।

  • prameyanews
  • PrameyaOdia
  • prameya
  • BJP
  • General Election 2024
  • Odisha election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.