ପ୍ରମୂଖ ଖବର
  • ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ: କହିଲେ ଓଡ଼ିଶା ସହ ବଢିବ ସମ୍ପର୍କ, ବଢିବ ପୁଞ୍ଜି ନିବେଶ
  • ||
  • ଶ୍ରୀମନ୍ଦିରରେ ଲାଗୁ ହେଲା ୫ ସୂତ୍ରୀ ମାର୍ଗଦର୍ଶିକା, ଡିଜିଟାଇଜେସନ୍‌ ହେବ ସମସ୍ତ ଫାଇଲ୍‌ ଏବଂ ରେକର୍ଡ
  • ||
  • ଅଲକାଦିର ଟ୍ରଷ୍ଟ ଭ୍ରଷ୍ଟାଚାର ମାମଲା : ଇମରାନଙ୍କୁ ୧୪ ଏବଂ ପତ୍ନୀଙ୍କୁ ୭ ବର୍ଷ ଜେଲ୍‌ଦଣ୍ଡ
  • ||
  • ଶିମିଳିପାଳ ଜଗିବେ ୧ ପ୍ଳାଟୁନ୍‌ ପୁଲିସ, ଶିକାରୀ ପ୍ରବଣ ଗ୍ରାମରେ ହେବ ପାଟ୍ରୋଲିଂ
  • ||
  • କଟକ : ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା ରୁଜୁ
  • ||
  • ଭୁବନେଶ୍ୱର : ଭଙ୍ଗାହେଲା ବୈକୁଣ୍ଠ ଧାମ, ଆଶ୍ରମ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା
  • ||
  • ରାୟଗଡ଼ା : ଧୁମାଗୁଡ଼ା ଗାଁରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଶନିବାର ଦିନିକିଆ ରାୟଗଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ସମ୍ୱଲପୁର : ନବଦାସଙ୍କ ଭାଇଙ୍କ ଘରେ ବଡ଼ ଧରଣର ରେଡ୍‌, ତନାଘନା କରୁଛି ଆୟକର ଟିମ୍‌
  • ||
  • ଗଞ୍ଜାମ : କେନାଲରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କ ବଢିଲା ପାରିଶ୍ରମିକ, ଏବେ ମିଳିବ ୧୬ ହଜାର
  • ||
  • ଚାନ୍ଦବାଲି : ଗ୍ରାହକଙ୍କ ଆକାଉଣ୍ଟରୁ ଆପେ ଆପେ ଗୋଲ୍ ହେଉଛି ଟଙ୍କା, ଚିନ୍ତାରେ ଗ୍ରାହକ
  • ||
  • ଦିଗପହଣ୍ଡି : ଦ୍ରୁତଗତିରେ ଆସି ଓଲଟିଲା କଣ୍ଟେନର: ଅଳ୍ପକେ ବର୍ତ୍ତିଲେ ଲୋକେ, ଡ୍ରାଇଭର ଗିରଫ
  • ||
  • ଜମ୍ମୁ-କାଶ୍ମୀରରେ ରହସ୍ୟମୟ ରୋଗରେ ୧୫ ଶିଶୁ ମୃତ, ତଦନ୍ତ ଲାଗି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ
  • ||
  • ରାଜଧାନୀରେ ପହଞ୍ଚିଲେ ସିଙ୍ଗାପୁର ରାଷ୍ଟ୍ରପତି,ଏୟାରପୋର୍ଟରେ ଭବ୍ୟ ସ୍ବାଗତ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ
  • ||

ଭଞ୍ଜନଗରରୁ ବିକ୍ରମ ଆରୁଖ, ସୋରଡ଼ାରୁ ଲଢି଼ବେ ସଂଘମିତ୍ରା

Published By : Prameya | March 28, 2024 3:01 PM

ଭଞ୍ଜନଗର, ୨୮/୦୩ : ଭଞ୍ଜନଗରରୁ ୧୯୯୫ ମସିହାରୁ ଅପରାଜେୟ ରହିଥିବା ବିକ୍ରମ କେଶରୀ ଆରୁଖଙ୍କୁ ବିଜେଡି ପୁଣି ଟିକଟ ଦେଇଛି । ସେପଟେ ସୋରଡାରେ ଏଥର ଟିକଟ ପାଇଛନ୍ତି ବର୍ତ୍ତମାନର ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ପତ୍ନୀ ସଂଘମିତ୍ରା ସ୍ୱାଇଁ । ବିଜେଡି ଏଠାରେ ମହିଳା କାର୍ଡ ଖେଳିଛି । ତେବେ ଆସିକା ବିଧାନସଭା କ୍ଷେତ୍ରକୁ ନେଇ ସସପେନ୍‌ସ ହଟିନି । ଦଳ ମଧ୍ୟରେ ଅନ୍ତଃକନ୍ଦଳ ତୀବ୍ର ଥିବାରୁ ଏହା ବିଳମ୍ବିତ ହୋଇଥିବା ଅନୁମାନ କରାଯାଉଛି । 

କବିସୂର୍ଯ୍ୟନଗରରୁ ଲତିକା ପ୍ରଧାନ ଓ ପୋଲସରାରୁ ଶ୍ରୀକାନ୍ତ ସାହୁଙ୍କ ଉପରେ ଦଳ ପୁଣି ଆସ୍ଥା ପ୍ରକଟ କରିଛି । ଆସିକା ସଂସଦୀୟ କ୍ଷେତ୍ରର ସୋରଡା, କବିସୂର୍ଯ୍ୟନଗର, ପୋଲସରା, ହିଞ୍ଜିଳିକାଟୁ ଆଦି ସ୍ଥାନରୁ ବିଜେଡି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଆସିକା, ସାନଖେମୁଣ୍ଡି ଓ ଖଲ୍ଲିକୋଟ ଆଦି ଆସନ ନିମନ୍ତେ ପ୍ରାର୍ଥୀ ଘୋଷଣା କରିବ । ଭଞ୍ଜନଗରରେ ଅର୍ଥ ମନ୍ତ୍ରୀ ବିକ୍ରମଙ୍କ ନାମ ଘୋଷଣା ପରେ ଦଳୀୟ ନେତାମାନେ ପରସ୍ପରକୁ ମିଠା ଖୁଆଇ ଖୁସି ମନାଇଛନ୍ତି । ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆଙ୍କୁ ସାଧୁବାଦ ଜଣାଇଛନ୍ତି । ଅନ୍ୟପକ୍ଷରେ ସୋରଡା ବିଧାନସଭା କ୍ଷେତ୍ରରେ ଲଗାତର ୩ ଥର ବିଜେଡି ପୂର୍ଣ୍ଣ ସ୍ୱାଇଁଙ୍କୁ ଦଳ ଟିକଟ ନଦେଇ ତାଙ୍କ ପତ୍ନୀଙ୍କୁ ପ୍ରାର୍ଥୀ କରିଛି । ବିଧାୟକ ପୂର୍ଣ୍ଣଚନ୍ଦ୍ର ବୋଧେ ଏମିତି କିଛି ଆଭାସ ପାଇଥିଲେ । ତେଣୁ ସେ ଗତ କିଛି ମାସ ଧରି ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ବେଳେ ପତ୍ନୀ ସଂଘମିତ୍ରାଙ୍କୁ ନେଇ ରୋଡ୍‌ ସୋ’ କରୁଥିବା ଦେଖିବାକୁ ମିଳିଥିଲା ।

  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • lok sabha election 2024
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.