ପ୍ରମୂଖ ଖବର
  • ଭୁବନେଶ୍ୱର: ୧୯ରେ ବିଜେଡି ବିଧାୟକ ଦଳ ବୈଠକ, ଅଧକ୍ଷତା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ଦାର୍ଜିଲିଂରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା, ଏକ୍ସପ୍ରେସ୍ ଟ୍ରେନ୍‌କୁ ପଛ ପଟୁ ଧକ୍କା ଦେଲ ମାଲବାହୀ ଟ୍ରେନ୍, ୮ ଯାତ୍ରୀ ମୃତ, ୨୦ରୁ ଅଧିକ ଆହତ
  • ||
  • ନୀଳଗିରି: ରଜ ଉତ୍ସବରେ ଅଘଟଣ।ଝାଡ଼ାବାନ୍ତି ରେ ୯ ଗୁରୁତର ,୨ ଅସୁସ୍ଥ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି, ମଙ୍ଗଳବାର ଋକ୍ମିଣୀ ବିବାହ ଉତ୍ସବ
  • ||
  • ସରିଲା ଗ୍ରୀଷ୍ମ ଛୁଟି, କାଲିଠୁ ଖୋଲିବ ସ୍କୁଲ: ଶିକ୍ଷକ ଆସି କରିବେ ସମସ୍ତ ବ୍ୟବସ୍ଥା
  • ||
  • ନୂଆପଡା ଲଛିପୁର ଛକରେ ଟ୍ରାକ୍ଟର୍କୁ ପିଟିଲା କାର, ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||
  • ନାକେଦମ୍‌ କଲାଣି ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳି: ଆଗଉନି ମୌସୁମୀ, ବର୍ଷା ଗାଏବ
  • ||

ବେଜିଂରେ ଜିନ୍‌ପିଙ୍ଗଙ୍କୁ ଭେଟିଲେ ପୁଟିନ୍, ଆଲିଙ୍ଗନ କଲେ, ଚା’ ପିଇଲେ...

ବେଜିଂ ୧୮/୦୫: ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଗସ୍ତରେ ଗୁରୁବାର ବେଜିଂରେ ପହଞ୍ଚିଛନ୍ତି । ଚୀନ୍‌ ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ତାଙ୍କୁ ସ୍ୱାଗତ କରିଥିଲେ । ଦୁଇ ନେତା ପରସ୍ପରକୁ ଆଲିଙ୍ଗନ କରିବା ସହ ଏକାଠି ଚା’ ପିଇଥିଲେ । ରୁଷ୍‌ ଏବଂ ଚୀନ୍‌ ଭିତରେ ବନ୍ଧୁତା ବଢ଼ିବାକୁ ଆମେରିକା ସହଜରେ ଗ୍ରହଣ କରିପାରୁନି । 

ଆମେରିକା ବିଦେଶ ମନ୍ତ୍ରଣାଳୟ ଉପ-ପ୍ରବକ୍ତା ବେଦାନ୍ତ ପଟେଲ କହିଛନ୍ତି, ଯଦି ଚୀନ୍‌ ପାଶ୍ଚାତ୍ୟ ଦେଶଗୁଡ଼ିକ ସହ ସମ୍ପର୍କ ସୁଧାରିବାକୁ ଚାହୁଁଛି ତେବେ ୟୁକ୍ରେନ ଯୁଦ୍ଧକୁ ଏହା ସମର୍ଥନ କରିପାରିବ ନାହିଁ । ୟୁକ୍ରେନ ପ୍ରସଙ୍ଗରେ ଆମେରିକା, ଜି ୭, ନାଟୋ ଏବଂ ୟୁରୋପୀୟ ସଂଘ ଗୋଟିଏ ପକ୍ଷରେ । ତେଣୁ ଚୀନ୍‌କୁ ରୁଷ୍‌ ଏବଂ ୟୁରୋପ ମଧ୍ୟରୁ ଗୋଟିଏକୁ ବାଛିବାକୁ ପଡ଼ିବ । ରୁଷ୍‌କୁ ଅସ୍ତ୍ର ଦେଇ ଚୀନ୍‌ କେବଳ ୟୁକ୍ରେନର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁନାହିଁ ବରଂ ପୂରା ୟୁରୋପ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ୁଛି । ୟୁରୋପ ପାଇଁ ସବୁଠୁ ବଡ଼ ବିପଦକୁ ଚୀନ୍‌ ପ୍ରୋତ୍ସାହିତ କରୁଛି । ପୁଟିନ୍‌ଙ୍କ ଗସ୍ତ ପରେ ଦୁଇ ନେତାଙ୍କ ମଧ୍ୟରେ ଏକାଧିକ ପ୍ରସଙ୍ଗରେ ବୁଝାମଣା ହୋଇଛି । ଉଭୟ ନେତା ଏକ ମିଳିତ ଚୁକ୍ତିନାମାରେ ସ୍ୱାକ୍ଷର କରିଛନ୍ତି ।

 ଏଥିରେ ସୁରକ୍ଷା ସମେତ ଆମେରିକାର ମୁକାବିଲା, ତାଇୱାନ, ୟୁକ୍ରେନ ଏବଂ ଉତ୍ତର କୋରିଆ ସହ ଜଡ଼ିତ ପ୍ରସଙ୍ଗ ଏବଂ ଦୃଷ୍ଟିକୋଣ, ଶାନ୍ତିପୂର୍ଣ୍ଣ ଭାବେ ନୂଆ ପରମାଣୁ ଟେକ୍ନୋଲୋଜି, ବିତ୍ତୀୟ ସହଯୋଗ ଆଦି ପ୍ରସଙ୍ଗରେ ବୁଝାମଣା ହୋଇଛି । ଚୀନ୍‌ ଏବଂ ରୁଷ୍‌ ବହୁ ପରିଶ୍ରମ କରି ସମ୍ପର୍କ ମଜଭୁତ କରିଥିବା ଜିନ୍‌ପିଙ୍ଗ ପୁଟିନଙ୍କୁ କହିଥିଲେ । କିଛି ଦିନ ପୂର୍ବରୁ ଆମେରିକା ବିଦେଶ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ଚୀନ୍‌ ଯାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.