ପାଟନା,୧୯।୪: ଆଜିଠାରୁ ଆରମ୍ଭ ହୋଇଛି ଲୋକସଭା ନିର୍ବାଚନ ୨୦୨୪। ପ୍ରଥମ ପର୍ଯ୍ୟାୟରେ ୨୧ ରାଜ୍ୟ ଓ କେନ୍ଦ୍ର ଶାସିତ ରାଜ୍ୟ ସହିତ ୧୦୨ ଟି ଆସନରେ ମତଦାନ ହେଉଛି। ପ୍ରଥମ ପର୍ଯ୍ୟାୟରେ ବିହାରର ୪ଟି ଆସନ ଔରଙ୍ଗାବାଦ, ଗୟା ଜମୁଇ ଓ ନଓ୍ବାଦାରେ ଭୋଟିଂ ହେଉଛି। ମୋଟ ୩୮ ପ୍ରାର୍ଥୀଙ୍କର ହେବ ଭାଗ୍ୟ ନିର୍ଦ୍ଧାରଣ` ତେବେ ଭୋଟ ଆରମ୍ଭ ହେବାର ୪ଘଣ୍ଟା ଭିତରେ ମତଦାନ ପକ୍ରିୟା ଧିମା ରହିଥିଲା। ୭ଟାରୁ ଭୋଟ ଆରମ୍ଭ ହୋଇଥିଲେ ମଧ୍ୟ ୧୧ଟା ସୁଦ୍ଧା ମାତ୍ର ୨୦% ମତଦାନ ହୋଇଛି।
ଔରଙ୍ଗାବାଦ ଲୋକସଭା ଆସନରୁ ଔରଙ୍ଗାବାଦ ବିଧାନସଭାର ନେହୁଟା ଗାଁର ବୁଥ୍ ନମ୍ବର ୯୭ରେ ୧୧ଟା ସୁଦ୍ଧା ମାତ୍ର ତିନୋଟି ଭୋଟ ଦିଆଯାଇଛି। ଗାଁ ଲୋକଙ୍କର କହିବା ଅନୁସାରେ, ବିକାଶ ଏଠାରୁ ବହୁଦୂର। ମୌଳିକ ସୁବିଧାରୁ ଲୋକେ ବଞ୍ଚିତ ଅଛନ୍ତି। ଏଠାରେ ଭୋଟରଙ୍କ ମୋଟ ସଂଖ୍ୟା ୯୪୪ ରହିଛି।
ସେପେଟ ବିହାରର ନଓ୍ବାଦାରେ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟିଂ ଭିତରେ ପୋଲିଂ ବୁଥ୍ରେ ମୁତୟନ ଯବାନଙ୍କ ଏସଏଲଆର ରାଇଫଲ ଚୋରି ହୋଇଯାଇଛି। ମାମଲା ପକରିବରାଭା ଥାନା ଅନ୍ତର୍ଗତ ମତଦାନ କେନ୍ଦ୍ର ୨୩୪ରେ ଘଟିଛି। ଯବାନଙ୍କ ଅବହେଳା କାରଣରୁ ଏଭଳି ହୋଇଥିବାରୁ ତାଙ୍କୁ ସସପେଣ୍ଡ କରିଦିଆଯାଇଛି ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।