ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

୨୦୨୫ ଚାମ୍ପିଅନ୍ସ ଟ୍ରଫି: ଭାରତ ପାକ୍‌ ଗସ୍ତ କରିବା ନେଇ ଆକ୍ରମ ଆଶାବାଦୀ

କରାଚୀ,୨୫/୦୬: ଆସନ୍ତା ବର୍ଷ ଫେବ୍ରୁଆରୀ ୧୯ରୁ ପାକିସ୍ତାନରେ ଆରମ୍ଭ ହେବ ଚାମ୍ପିଅନ୍ସ ଟ୍ରଫି-୨୦୨୫ ।  ଦୁଇ ଦେଶ ମଧ୍ୟରେ ସଂପର୍କ ଭଲ ନଥିବାରୁ ଟିମ୍‌ ଇଣ୍ଡିଆ  ପାକିସ୍ତାନ ଗସ୍ତ କରିବ କି ନାହିଁ, ତାହା ସ୍ପଷ୍ଟ ନୁହେଁ ।  କିନ୍ତୁ ପୂର୍ବତନ କ୍ରିକେଟର ୱାମିସ ଆକ୍ରମ ଆଶାବାଦୀ ଯେ  ଭାରତୀୟ ଦଳ ପାକିସ୍ତାନ ଗସ୍ତରେ ଆସିବାକୁ ରାଜି ହେବ । 

ଚାମ୍ପିଅନ୍ସ ଟ୍ରଫି ଫେବ୍ରୁଆରୀ ୧୯ରୁ ଆରମ୍ଭ ହୋଇ ମାର୍ଚ୍ଚ ୯  ତାରିଖରେ ଶେଷ ହେବ । ଆୟୋଜକ ଦଳ ସମେତ ଭାରତ,  ଅଷ୍ଟ୍ରେଲିଆ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ବାଂଲାଦେଶ, ନ୍ୟୁଜିଲାଣ୍ଡ  ଏବଂ ବାଂଲାଦେଶ ଏଥିରେ ଅଂଶ ଗ୍ରହଣ କରିବାର ସମ୍ଭାବନା ରହିଛି ।

ଆକ୍ରମ କହିଛନ୍ତି, ‘ମୋର ଆଶା ପାକିସ୍ତାନ ଗସ୍ତରେ  ଭାରତୀୟ ଦଳ ଆସିବ । ଟୁର୍ଣ୍ଣାମେଣ୍ଟର ସମସ୍ତ ଦଳକୁ  ଦେଶବାସୀ ସ୍ୱାଗତ କରିବାକୁ ଅପେକ୍ଷା କରି ରହିଛନ୍ତି । ଆମର  ଏଠାରେ ସବୁ ପ୍ରକାର ସୁବିଧା ରହିଛି । ଲାହୋର, କରାଚୀ ଓ  ଇସଲାମାବାଦରେ ନୂଆ ଷ୍ଟାଡିୟମର କାର୍ଯ୍ୟ ଆଗେଇ ଚାଲିଛି ।  ମୋ ମତରେ, ସବୁ ଦଳ ଟୁର୍ଣ୍ଣାମେଣ୍ଟରେ ଭାଗ ନେବା ଆବଶ୍ୟକ ।  କ୍ରିକେଟ ଓ ରାଜନୀତି ମଧ୍ୟରେ ସମନ୍ୱୟ ନରହିବା ଉଚିତ ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.